କନକ ବ୍ୟୁରୋ: ନୂଆପଡାରେ ନିର୍ବାଚନ ପ୍ରଚାର ଥମିବା ପରେ ଭୁବନେଶ୍ବରରେ ଉଷ୍ଣ ହୋଇଛି ରାଜନୀତି । ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ପରସ୍ପର ବିରୋଧରେ ଫେରାଦ ହୋଇଛନ୍ତି ବିଜେପି ଓ ବିଜେଡି । ଏଆଇ ଭିଡିଓ କରି ବଦନାମ କରାଯାଉଥିବା ଅଭିଯୋଗ କରିଛନ୍ତି ଉଭୟ ଦଳ ।
ଭୁବନେଶ୍ବର ସ୍ଥିତ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଶାସକ ଓ ବିରୋଧୀ ଦଳର ପ୍ରତିନିଧି । ଥରେ ନୁହେଁ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଏକାଧିକ ଥର ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ। ପରସ୍ପର ବିରୋଧରେ ଫେରାଦ ହେବାକୁ ପହଁଚିଥିଲେ ବିଜେପି ଓ ବିଜେଡି ପ୍ରତିନିଧି । ଏଆଇ ଭିଡିଓ ଦ୍ବାରା ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତିଙ୍କ ମିଛ ଭିଡିଓ କରି, ଭାଇରାଲ କରାଯାଉଥିବା ଅଭିଯୋଗ କରିଛନ୍ତି ବିଜେପି ନେତା । ବିଜେପିର ଆଉ ଏକ ପ୍ରତିନିଧି ଦଳ କମିଶନରେଟ୍ ପୁଲିସର ସାଇବର ସୁରକ୍ଷା ମୁଖ୍ୟଙ୍କୁ ଭେଟି ଦୁବୃର୍ତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ଦ୍ବାରା ପ୍ରସ୍ତୁତ ଭିଡିଓ ଓ ସରକାରୀ କଳର ଅପବ୍ୟବହାର ଅଭିଯୋଗ ନେଇ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେଡିର ଦୁଇ ପ୍ରତିନିଧି ଦଳ। ବଣ ବିଛୁଆତି ଭଳି ଏକାଧିକ ଫେକ୍ ଆଇଡ଼ି କରି ବିଜୁବାବୁ ଓ ନବୀନ ବାବୁ, ସ୍ନେହାଙ୍ଗିନୀଙ୍କୁ ବଦନାମ କରୁଥିବା ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ନିର୍ବାଚନ ଖବର ପ୍ରସାରଣକୁ ନେଇ କଟକଣା ରହିଛି । ଏଆଇ ଭିଡିଓ ଜରିଆରେ ମିଛ ପ୍ରଚାର କଲେ ଦଣ୍ଡବିଧାନର ମଧ୍ୟ ପ୍ରାବଧାନ ରହିଛି । କିନ୍ତୁ କେହି ଏହାକୁ ମାନୁ ନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/09/bhubaneswar-politics-2025-11-09-20-09-12.jpg)