Photograph: (KANAKNEWS)
କନକ ବ୍ୟୁରୋ : ନୂଆପଡ଼ାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପରଲୋକ ପରେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ଘାସିରାମ ବି ଆଗୁଆ ପ୍ରଚାର ଆରମ୍ଭ କରିଥିଲେ । ତଥାପି ହାରି ଯାଇଛନ୍ତି ଘାସିରାମ । ଏଥିପାଇଁ ଦଳ ଭିତରେ ଥିବା ବିଭୀଷଣଙ୍କୁ ଦାୟୀ କରିଛନ୍ତି ପିସିସି ସଭାପତି ।
ଅଧିକ ପଢନ୍ତୁ.. ନୂଆପଡ଼ାରେ ସରିଲା, ପଞ୍ଚାୟତରେ କେବେ? ୩ ମହାନଗର ପାଇଁ ହେବ କି ତାରିଖ ଘୋଷଣା?
ନୂଆପଡ଼ା ଫଳାଫଳ ଆସିବାର ଦିନକ ପରେ ଚିହିଁକି ଉଠିଛନ୍ତି ପିସିସି ସଭାପତି ଭକ୍ତ ଦାସ । ମାସେ କାଳ ଡେରା ପକାଇବା ପରେ ବି କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ର ୪୦ ହଜାର ଭୋଟ୍ ମିଳିବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି । ଏଥିପାଇଁ ଦଳରେ ଥିବା ବିଭୀଷଣଙ୍କୁ ଦାୟୀ କରିଛନ୍ତି । କହିଛନ୍ତି, ଆତ୍ମସମୀକ୍ଷା ପରେ ଦଳରେ ଥିବା ବିଭୀଷଣଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ।
ସବୁ ଦଳରେ ବିଭୀଷଣ ଥିବା ବେଳେ କଂଗ୍ରେସରେ ମଧ୍ୟ ଏଭଳି ତତ୍ତ୍ବ ଅଛନ୍ତି । ଯେଉଁମାନେ ନିର୍ବାଚନ ପରାଜୟର ଅସଲ କାରଣ। ଭକ୍ତ ଦଳର କିଛି ନେତାଙ୍କ ଆଡକୁ ତେରେଛା ବାଣ ମାରିବା ପରେ ତେଜିଛି ରାଜନୀତି । କଂଗ୍ରେସରେ ବିଭୀଷଣ କିଏ ? ତାହା ଆଲୋଚନାର ବିଷୟ ହୋଇଛି । ଅନ୍ୟପଟେ ଦଳରେ ସମସ୍ତଙ୍କୁ ନେଇ ଚାଲିବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ସଭାପତି ଜୟଦେବ ଜେନା । ଏପଟେ ଭକ୍ତଙ୍କ ନିର୍ବାଚନ ରଣନୀତିକୁ ନେଇ ପ୍ରଶ୍ନ ଉଠିଛି ।
ଅଧିକ ପଢନ୍ତୁ... ‘ବାପାଙ୍କୁ କିଡନି ଦେଇ ଭୁଲ କରିଦେଲି କି?’: ଫଳାଫଳ ପରେ ଭାଇ-ଭଉଣୀଙ୍କ ଭିତରେ ଫାଟ
ଭକ୍ତଙ୍କ ପାଇଁ ଏହି ନିର୍ବାଚନ ସମ୍ମାନର ପ୍ରଶ୍ନ ହୋଇଥିଲା । ପିସିସି ସଭାପତି ହେବା ପରେ ପ୍ରଥମ ନିର୍ବାଚନ ହୋଇଥିବାରୁ ତାଙ୍କର ରଣନୀତି, ଲୋକପ୍ରିୟତା ବାଜିରେ ଲାଗିଥିଲା । ତେବେ ନୂଆପଡ଼ାରେ ବିଜେଡିକୁ ପଛରେ ପକାଇ ଦ୍ବିତୀୟ ସ୍ଥାନରେ ରହିଥିବାରୁ ଦଳ ପାଇଁ କିଛିଟା ଆଶ୍ବସ୍ତି ଆଣିଛି ।
Follow Us