କନକ ବ୍ୟୁରୋ: ସମ୍ବଲପୁରରେ ବଙ୍ଗାଳୀ ଶ୍ରମିକ ମୃତ୍ୟୁ ମାମଲାରେ ଜିରୋ ଏଫ୍ଆଇଆର୍ ରୁଜୁ କଲା ପଶ୍ଚିମବଙ୍ଗ ପୁଲିସ । ଆଜି ସମ୍ବଲପୁର ପହଞ୍ଚିବ ବେଙ୍ଗଲ୍ ପୁଲିସ ଟିମ୍ । ସମ୍ବଲପୁରରେ ବଂଗାଳୀ ଶ୍ରମିକ ଜୁଏଲ୍ ରାଣା ଓରଫ ସେଖ୍ ହତ୍ୟା ମାମଲାରେ ଜାଂଗିପୁର ପୁଲିସ ଜିଲ୍ଲା ଅନ୍ତର୍ଗତ ସୁତି ଥାନାରେ ‘ଜିରୋ ଏଫ୍ଆଇଆର୍’ ରୁଜୁ କରିଛି ପଶ୍ଚିମବଙ୍ଗ ପୁଲିସ । ଜିରୋ ଏଫଆଇଆର ରୁଜୁ କରାଯିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।
ତାଇୱାନରେ ଭୟଙ୍କର ଭୂକମ୍ପ, ସାମ୍ନାକୁ ଆସିଲା ଘର ଗୁଡିକ ଦୋହଲୁଥିବାର ଚିତ୍ର
ଏ ସଂକ୍ରାନ୍ତରେ ପଶ୍ଚିମବଙ୍ଗ ପୁଲିସ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି । ପଶ୍ଚିମବଙ୍ଗ ପୁଲିସ ଏଥିରେ ଦର୍ଶାଇଛି ଯେ ସମ୍ବଲପୁରରେ ଶ୍ରମିକ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରାଯାଇଛି । ତଥାପି, ପଶ୍ଚିମବଙ୍ଗ ପୁଲିସ ପକ୍ଷରୁ ଏ ସଂକ୍ରାନ୍ତରେ ‘ଜିରୋ ଏଫ୍ଆଇଆର୍’ ରୁଜୁ କରାଯାଇ ଘଟଣାର ତଦନ୍ତ ପାଇଁ ଏକ ଟିମ୍ ସମ୍ବଲୁପର ପଠାଯାଇଛି । ଜୁଏଲ୍ଙ୍କ ପରିବାରବର୍ଗକୁ ନ୍ୟାୟ ପ୍ରଦାନ ପାଇଁ ସବୁ ପ୍ରକାର ସହାୟତା ପ୍ରଦାନ କରାଯିବ । ସମ୍ବଲପୁରରୁ ଶବ ଆଣିବା ପାଇଁ ମଧ୍ୟ ପଶ୍ଚିମବଂଗ ପ୍ରଶାସନ ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯାଇଥିବା ଏଥିରେ ସୂଚନା ଦିଆଯାଇଛି । କୌଣସି ଆପରାଧିକ ମାମଲାରେ ଯେ କୌଣସି ଥାନାରେ ‘ଜିରୋ ଏଫ୍ଆଇଆର୍’ ରୁଜୁ କରାଯାଇ ଯେଉଁ ଥାନା ଅଧୀନରେ ଘଟଣା ଘଟିଥିବ, ସେଠାକୁ ପଠାଇ ଦିଆଯାଇଥାଏ । ଜିରୋ ଏଫ୍ଆଇଆର୍ ରୁଜୁ ହେଲେ ଆପରାଧିକ ତଦନ୍ତ କରିବାକୁ ସଂପୃକ୍ତ ଥାନା ବାଧ୍ୟ ହୋଇଥାଏ । ଏହି କ୍ଷେତ୍ରରେ କିନ୍ତୁ ସ୍ଥିତି ଭିନ୍ନ ରହିଛି । ଜୁଏଲ୍ ରାଣା ହତ୍ୟା ଘଟଣାରେ ସମ୍ବଲପୁରର ଅଇଁଠାପାଲି ଥାନାରେ ହତ୍ୟା ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତମାନଙ୍କୁ ବି ଗିରଫ କରାସରିଛି । ଏଭଳି ସ୍ଥିତିରେ ପଶ୍ଚିମବଂଗ ସରକାର ଏହି ମାମଲାର ତଦନ୍ତ ପାଇଁ ସ୍ବତନ୍ତ୍ର ପୁଲିସ ଟିମ୍ ପଠାଇଥିବାରୁ ଆଗାମୀ ଦିନରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି । ଆସନ୍ତାକାଲି ପଶ୍ଚିମବଂଗ ପୁଲିସ ଟିମ୍ ପହଂଚିବା ପରେ ସ୍ଥିତି କ’ଣ ହେଉଛି, ତାହା ସ୍ପଷ୍ଟ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/12/28/13-2025-12-28-09-03-51.jpg)