କନକ ବ୍ୟୁରୋ: ତାଇୱାନରେ ଭୟଙ୍କର ଭୂକମ୍ପ । ତାଇପେଇରେ ଥରିଲା ଘର । ଶନିବାର ତାଇୱାନର ଉତ୍ତର-ପୂର୍ବ ଉପକୂଳ ନିକଟରେ ଯିଲାନ୍ ସହର ନିକଟରେ ପ୍ରାୟ ୩୨ କିଲୋମିଟର ଦୂରରେ ୭.୦ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପ ଗଭୀରତାରେ ୭୩ କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ସମଗ୍ର ତାଇୱାନରେ ଭୁକମ୍ପର ଅନୁଭବ ଦେଖିବାକୁ ମିଳିଛି । ଭୁକମ୍ପ ଝଟକାରେ ରାଜଧାନୀ ତାଇପେଇରେ ଘର ଗୁଡିକୁ ହଲାଇ ଦେଇଥିଲା ।
ତିନୋଟି ପର୍ଯ୍ୟାୟରେ ହେବ ରତ୍ନଭଣ୍ଡାର ଗଣତିମଣତି, ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ତେବେ ତାଇପେଇ ସହର ସରକାର କହିଛନ୍ତି ଯେ କୌଣସି ଗମ୍ଭୀର କ୍ଷତି ରିପୋର୍ଟ ହୋଇନାହିଁ । ଯଦିଓ ଗ୍ୟାସ୍ ଓ ପାଣି ଲିକେଜ୍ ଦେଖିବାକୁ ମିଳିଛି । ଯିଲାନ୍ରେ ତାଇୱାନ ପାୱାର କମ୍ପାନୀ ଅନୁଯାୟୀ ୩,୦୦୦ ଘରେ ଅଳ୍ପ ସମୟ ପାଇଁ ବିଦ୍ୟୁତ୍ କଟାଯାଇଥିଲା । ତାଇୱାନ ରାଷ୍ଟ୍ରପତି କହିଛନ୍ତି, କର୍ତ୍ତୃପକ୍ଷମାନେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଛନ୍ତି ଏବଂ ଜନସାଧାରଣଙ୍କୁ ପରବର୍ତ୍ତି ଝକଟା ପାଇଁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/12/28/2-2025-12-28-08-01-55.jpg)