କନକ ବ୍ୟୁରୋ: ବିହାରରେ ମୋଟ୍ ୨୪୩ ବିଧାନସଭା ଆସନରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୨୧ ଆସନରେ ୧ ହଜାର ୬୯୮ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ପ୍ରଚାର ପାଇଁ ମଝିରେ ମାତ୍ର ୧୭ ଦିନ ବାକି । ଏନଡିଏର ପ୍ରଚାରକୁ ବଳ ଯୋଗାଇବା ପାଇଁ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୩ ଦିନ ହେଲା ବିହାରରେ ଡେରା ପକାଇଥିଲେ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୩ରୁ ଆରମ୍ଭ କରି ୧୨ଟି ରାଲିରେ ଯୋଗଦେବେ । ମହାଗଠବନ୍ଧନ ବିରୋଧରେ ଜୋରଦାର ପ୍ରଚାର ପାଇଁ ଏନଡିଏ ନେତାମାନେ ଅଣ୍ଟା ଭିଡ଼ିଛନ୍ତି ।
ସେପଟେ ଅଡୁଆରେ ପଡ଼ିଛି ମହାଗଠବନ୍ଧନ। ୧୦ଟି ଆସନରେ ମହାଗଠବନ୍ଧନର ବିଭିନ୍ନ ଦଳ ପରସ୍ପର ବିରୋଧରେ ପ୍ରାର୍ଥୀ ଦେଇଛନ୍ତି । କଂଗ୍ରେସ ଓ ଆରଜେଡି ପକ୍ଷରୁ ୫ଟି ଆସନ, ୩ଟି ଆସନରେ ସିପିଆଇ ଏବଂ କଂଗ୍ରେସ, ଆଉ ଗୋଟିଏ ଆସନରେ ପ୍ରାର୍ଥୀ ଦେଇଛନ୍ତି ଭିଆଇପି ଏବଂ ଆରଜେଡି । ଏଭିଳି କ୍ଷେତ୍ରରେ ମହାଗଠବନ୍ଧନର ଅଂଶୀଦାର ଦଳଗୁଡ଼ିକ କିପରି ପରସ୍ପର ବିରୋଧରେ ପ୍ରଚାର କରି ନିଜ ପାଇଁ ଭୋଟ୍ ମାଗିବେ, ସେନେଇ ଦ୍ୱନ୍ଦ୍ବରେ ପଡ଼ିଛନ୍ତି । ରାହୁଲ ଗାନ୍ଧୀଙ୍କ ସହ ମହାଗଠବନ୍ଧନ ନେତାମାନଙ୍କର ବାରମ୍ବାର ଆଲୋଚନା ସତ୍ତ୍ୱେ ସମସ୍ୟାର ସମାଧାନ ହୋଇପାରିନାହିଁ ।
ପ୍ରାର୍ଥିପତ୍ର ପ୍ରତ୍ୟାହାର ପୂର୍ବରୁ ଏହି ସମସ୍ୟାର ସମାଧାନ ନହେଲେ ମହାଗଠବନ୍ଧନର ସ୍ଥିତି ଜଟିଳ ହେବ । ଆସନ୍ତା ୨୦ ତାରିଖ ରହିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ । ମଝିରେ ମାତ୍ର ଆଉ ଗୋଟିଏ ଦିନ ବାକି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/18/bihar-election-2025-10-18-21-31-10.jpg)