ସବୁ ଏହି ଆଇନ ପାଇଁ, ସବୁ ଥାଇ ବି ରାସ୍ତାରେ ବାପା

ସମ୍ପତ୍ତି ପାଇଁ ଭାଇ ଭାଇ ମଧ୍ୟରେ ଅଶାନ୍ତି ଆଉ ବଳି ପଡିଲା ୮୧ ବର୍ଷର ବୃଦ୍ଧ ବାପା । ମାତ୍ର ୩ ଡେଶିମିଲ ଜାଗା ପାଇଁ ପର ହୋଇଗଲା ଜନ୍ମକଲା ବାପା । ବୟସର ଅପରାହ୍ନରେ ନିଜ ବୁଢ଼ା ବାପାଙ୍କୁ ଘରୁ ବାହାର କରିଦେଇଛନ୍ତି ୨ କୁଳାଙ୍ଗାର ପୁଅ। ଭୁଲିଯାଇଛନ୍ତି କେମିତି ପିଲାବେଳେ ବାପା କାନ୍ଧରେ ବସାଇ ମେଳା ବୁଲାଇ ନେଉଥିଲା । 

mayurbhanj

କନକ ବ୍ୟୁରୋ :  ଛଳ ଛଳ ଆଖିରେ ଏହି ବୁଢ଼ା ମଉସା ଜଣକ କହୁଛନ୍ତି ବାପରେ ବୃଦ୍ଧାଶ୍ରମକୁ ନଯାଇ ମୋ ପାଖରେ ଆଉ ବାଟ ନାହିଁ । ମୋର ଦୁଇ ରୋଜଗାରିଆ ପୁଅ ଥାଇ ବି ମୁଁ ରାସ୍ତାରେ ବାରଦୁଆର ହେଉଛି । ସମ୍ପତ୍ତି ପୁଅଙ୍କ ପାଇଁ ବଡ଼ ହୋଇଗଲା । ବାପା ତାଙ୍କ ପାଇଁ ଅଳିଆ ପାଲଟିଗଲା । ମତେ ଭଗବାନ ଏତିକି ଦେଖେଇବା ପୂର୍ବରୁ ମାରିଦେଇଥା’ନ୍ତା ହେଲେ । ମୁଁ ଆତ୍ମହତ୍ୟା କରିଦେବିରେ ବାପ ନହେଲେ ବିଷ ଖାଇଦେବି । 

ଅଧିକ ପଢ଼ନ୍ତୁ -'ମୋତେ ନିଅଁ ଦେଇଛି ବିଧାନସଭା; ଘରକୁ ଫେରିଲା ଭଳି ଲାଗୁଛି'

ସମ୍ପତ୍ତି ପାଇଁ ଭାଇ ଭାଇ ମଧ୍ୟରେ ଅଶାନ୍ତି ଆଉ ବଳି ପଡିଲା ୮୧ ବର୍ଷର ବୃଦ୍ଧ ବାପା । ମାତ୍ର ୩ ଡେଶିମିଲ ଜାଗା ପାଇଁ ପର ହୋଇଗଲା ଜନ୍ମକଲା ବାପା । ବୟସର ଅପରାହ୍ନରେ ନିଜ ବୁଢ଼ା ବାପାଙ୍କୁ ଘରୁ ବାହାର କରିଦେଇଛନ୍ତି ୨ କୁଳାଙ୍ଗାର ପୁଅ। ଭୁଲିଯାଇଛନ୍ତି କେମିତି ପିଲାବେଳେ ବାପା କାନ୍ଧରେ ବସାଇ ମେଳା ବୁଲାଇ ନେଉଥିଲା । 

ଅଧିକ ପଢ଼ନ୍ତୁ -ବିଧାନସଭା ଶୀତକାଳୀନ ଅଧିବେଶନ ; ଅଭିଭାଷଣ ରଖିଲେ ନବୀନ ପଟ୍ଟନାୟକ

ନିଜ ୨ ପୁଅଙ୍କ ନାଁରେ ଘରୁ ବାହାର କରିଦେଇଥିବାର ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଅସହାୟ ବାପା । ରହିବାର କେଉଁଠି କିଛି ସ୍ଥିର ଜାଗା ନାହିଁ ତେଣୁ କିଛି ଉପାୟ ନପାଇ ବ୍ୟାଗ୍ ଧରି ପହଞ୍ଚିଛନ୍ତି ଏବଂ ବାଡ଼େଇଛନ୍ତି ନ୍ୟାୟର ଦୁଆର । ଏସ.ପିଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି ଏହି ବୁଢ଼ା ବାପା ଜଣକ । ଆଉ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଟିକାୟତପୁର ଗାଁରେ । ଗ୍ରାମର ବାବୁଧର ଭୂୟାଁଙ୍କ ସହ ଘଟିଛି ଏଭଳି ଦୁଃଖଦ ଘଟଣା । 

ଅଧିକ ପଢ଼ନ୍ତୁ -ଆଜିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ , ବିଧାନସଭାରେ ପହଞ୍ଚିଲେ ରାଷ୍ଟ୍ରପତି

ବାବୁଧରଙ୍କର ଦୁଇ ଦୁଇ ପୁଅ ଥିବାବେଳେ ସାନ ପୁଅ ଘରେ ରହି ଚାଷବାସ କରନ୍ତି ଆଉ ବଡ଼ ପୁଅ ଗୁଜୁରାଟରେ ଠିକାଦାରୀ କରି ଭଲ ଦୁଇପଇସା ରୋଜଗାର ମଧ୍ୟ କରୁଛନ୍ତି । ହେଲେ ସମ୍ପତ୍ତି ଭାଗ ବଣ୍ଟା ସମସ୍ୟାକୁ ନେଇ ପ୍ରଥମେ ବଡ଼ପୁଅ ଘରୁ ବାହାର କରିଦେଇଥିଲା ଆଉ ଏବେ ସାନପୁଅ ମଧ୍ୟ ବୁଢା ବାପାଙ୍କୁ ଘରୁ ତଡ଼ି ଦେଇଛି । ଏହି ବୁଢ଼ାବାପାଙ୍କ ଦୁଃଖ ଦେଖିଲେ ମନରେ ପ୍ରଶ୍ନ ଉଠେ ବାପା,ମା’ ପୁଅ ଜନ୍ମ କରନ୍ତି ପିଣ୍ଡରେ ପାଣି ଦେବା ପାଇଁ ଟ୍ଟ ହେଲେ ବଞ୍ଚି ଥାଉ ଥାଉ ବୁଢ଼ାବାପାକୁ ପେଟରେ ଦାନା ଟିକେ ଆଉ ପାଣି ମୁନ୍ଦାଏ ଦେବାକୁ ପୁଅ ସକ୍ଷମ ନୁହେଁ ସେ ଭଳି ପୁଅ ଥାଇ କି କେତେ ନଥାଇ କି କେତେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe