ବାରିପଦା ସହର ସାରା ଛାଇ ହୋଇଯାଇଛି ବେଆଇନ୍ ହୋର୍ଡିଂ, ସବୁ ଦେଖି ନିରବ ପୌର ପ୍ରଶାସନ

Advertisment

ଏତେ ସବୁ କଟକଣା ସତ୍ତ୍ୱେ ବାରିପଦା ସହରରେ ସବୁ ନିୟମ କାଗଜପତ୍ରରେ ସୀମିତ। ବେଆଇନ୍ ହୋର୍ଡିଂ ଉଚ୍ଛେଦ କରିବାକୁ ପୌରପାଳିକା ପାଖରେ କ୍ଷମତା ଥିଲେ ବି କାହିଁକି କାର୍ଯ୍ୟାନୁଷ୍ଠାନ  ହେଉନି, ତାହା ଏବେ ବଡ଼ ପ୍ରଶ୍ନ। ଏହି ବେଆଇନ ହୋଡିଂ କେବଳ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁନାହିଁ, ବରଂ ପୌରପାଳିକାର ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରୁଛି।

ଏତେ ସବୁ କଟକଣା ସତ୍ତ୍ୱେ ବାରିପଦା ସହରରେ ସବୁ ନିୟମ କାଗଜପତ୍ରରେ ସୀମିତ। ବେଆଇନ୍ ହୋର୍ଡିଂ ଉଚ୍ଛେଦ କରିବାକୁ ପୌରପାଳିକା ପାଖରେ କ୍ଷମତା ଥିଲେ ବି କାହିଁକି କାର୍ଯ୍ୟାନୁଷ୍ଠାନ  ହେଉନି, ତାହା ଏବେ ବଡ଼ ପ୍ରଶ୍ନ। ଏହି ବେଆଇନ ହୋଡିଂ କେବଳ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁନାହିଁ, ବରଂ ପୌରପାଳିକାର ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରୁଛି।

baripada

କନକ ବ୍ୟୁରୋ : ବାରିପଦା ସହର ସାରା ଆଖି ବୁଲାଇ ଦେଲେ ମାଳ ମାଳ ହୋର୍ଡିଂ। ସବୁ ବେଆଇନ୍‌। କାରଣ ହୋର୍ଡିଂ ମଧ୍ୟରୁ ସରକାରୀ କମ୍, ବେସରକାରୀ ଅଧିକ। ନିୟମକୁ ଫୁ’ କରି ସହରର ଗଳିକନ୍ଦିରେ ଛାଇଗଲାଣି ବଡ଼ ବଡ଼ ବିଜ୍ଞାପନ ବୋର୍ଡ। ଏଥିପାଇଁ ବାରିପଦା ପୌରପାଳିକା ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଉଥିବା ବେଳେ ସବୁ ଜାଣିଶୁଣି ଚୁପ୍ ପ୍ରଶାସନ! ଓଡ଼ିଶା ସରକାରଙ୍କ ‘ଆଡଭଟାଇଜମେଣ୍ଟ ପଲିସି’ ଅନୁସାରେ ହୋର୍ଡିଂ ଲଗାଇବା ପାଇଁ କଡ଼ା ନିୟମ ରହିଛି। ହେଲେ ବାରିପଦାରେ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି। 

ଅଧିକ ପଢ଼ନ୍ତୁ : ବିବାଦରେ ପ୍ରସ୍ତାବିତ ବାରିପଦା ବସଷ୍ଟାଣ୍ଡ; ଏନ୍‌ଜିଟିରେ ଆରମ୍ଭ ହେଲା ମାମଲାର ଶୁଣାଣି

କ’ଣ କହୁଛି ନିୟମ?

  • ହସ୍ପିଟାଲ, ମନ୍ଦିର ଓ ସରକାରୀ ଅଫିସ ସମ୍ମୁଖରେ ହୋର୍ଡିଂ ଲଗାଇବା ବେଆଇନ
  • ରାସ୍ତା ଡିଭାଇଡର ଏବଂ ବିଦ୍ୟୁତ୍‌ ଖୁଣ୍ଟରେ ଲଗାଯିବନି ହୋର୍ଡିଂ 
  • ମୁଖ୍ୟ ରାସ୍ତା ଠାରୁ ଅନ୍ୟୂନ ୧୦୦ ମିଟର ଦୂରତା ବାଧ୍ୟତାମୂଳକ
  • ବେଆଇନ ହୋର୍ଡିଂ ଯୋଗୁଁ ସହରରେ ଦୁର୍ଘଟଣାର ଆଶଙ୍କା

 ଏତେ ସବୁ କଟକଣା ସତ୍ତ୍ୱେ ବାରିପଦା ସହରରେ ସବୁ ନିୟମ କାଗଜପତ୍ରରେ ସୀମିତ। ବେଆଇନ୍ ହୋର୍ଡିଂ ଉଚ୍ଛେଦ କରିବାକୁ ପୌରପାଳିକା ପାଖରେ କ୍ଷମତା ଥିଲେ ବି କାହିଁକି କାର୍ଯ୍ୟାନୁଷ୍ଠାନ  ହେଉନି, ତାହା ଏବେ ବଡ଼ ପ୍ରଶ୍ନ। ଏହି ବେଆଇନ ହୋଡିଂ କେବଳ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁନାହିଁ, ବରଂ ପୌରପାଳିକାର ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରୁଛି। ସରକାରୀ ନିୟମାବଳୀ ଉଲ୍ଲଂଘନ ହେଉଥିବାରୁ ପୌରପାଳିକାକୁ ରାଜସ୍ବ ମିଳୁନାହିଁ। ସାରା ସହରର ସ୍ଥିତିକୁ ଦେଖୁଥିବା ଲୋକେ ପଚାରୁଛନ୍ତି-

ଅଧିକ ପଢ଼ନ୍ତୁ : ସାପକୁ ଧରି ହସ୍ପିଟାଲରେ ପହଞ୍ଚିଲେ ଯୁବକ ; ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର

କାହା ସ୍ୱାର୍ଥରେ ନିରବ ପ୍ରଶାସନ? 

  • ହୋର୍ଡିଂ ବେପାର, କାହା ପକେଟ୍‌ରେ ଟଙ୍କା? 
  • ହୋର୍ଡିଂ ପାଇଁ ନିୟମ ଥାଇ ବି କାହିଁକି ହେଉନି କାର୍ୟ୍ୟାନୁଷ୍ଠାନ? 
  • ବିଜ୍ଞାପନ ଗାଇଡ୍‌ଲାଇନ୍‌ର ଉଲ୍ଲଂଘନ, ପୌରପାଳିକା କର୍ତ୍ତୃପକ୍ଷ ଚୁପ୍ କାହିଁକି?
  • ବେଆଇନ ବିଜ୍ଞାପନ ପାଇଁ ହେଉଥିବା ରାଜସ୍ୱ କ୍ଷତି ଭରିବ କିଏ?
  • କାହା ଛତ୍ରଛାୟାରେ କାରବାର ଚଳାଇଛି ବେଆଇନ ଏଜେନ୍ସି?
  • ଶେଷଥର ପାଇଁ ପୌରପାଳିକା ପକ୍ଷରୁ କେବେ ହୋଇଥିଲା ହୋର୍ଡିଂର ସର୍ଭେ?
  • ଅସୁରକ୍ଷିତ ହୋର୍ଡିଂ ଯୋଗୁଁ ଦୁର୍ଘଟଣା ହେଲେ, କିଏ ରହିବ ଦାୟୀ?

ବାରିପଦା ପୌରପାଳିକାର ଢିଲା ମନୋବୃତ୍ତି ପାଇଁ ସହରର ସୌନ୍ଦର୍ୟ୍ୟ ନଷ୍ଟ ହେଉଛି। ଅପରପକ୍ଷରେ କିଛି ଅସାଧୁ ବିଜ୍ଞାପନ ସଂସ୍ଥା ବେଆଇନ ଭାବେ ମାଲେମାଲ ହେଉଛନ୍ତି। ତେବେ ଗଣମାଧ୍ୟମ ଆଗରେ ଉଚ୍ଛେଦ ନେଇ ପ୍ରଶାସନ ଯେଉଁ ପ୍ରତିଶ୍ରୁତି ଦେଇଛି, ତାହା ପୂରଣ ହେବ ତ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe