କନକ ବ୍ୟୁରୋ: ପ୍ରଥମେ ସାପ କାମୁଡିଲା, ପରେ ସାପକୁ ମାରି ସାଙ୍ଗରେ ଧରି ମେଡିକାଲରେ ପହଞ୍ଚିଲେ ଯୁବକ। ଉଦଳା ଥାନା ନାଗପାଳ ଗାଁରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ଅଜିତ କର୍ମକାର ନାମକ ଯୁବକଙ୍କୁ ବିଷାକ୍ତ ନାଗ ସାପ କାମୁଡିଥିଲା । ଏହା ଜାଣିବା ପରେ ଯୁବକ ଅଜିତ ସାପଟିକୁ କଚାଡି ମାରିଦେଇଥିଲେ । ପରେ ସାପଟିକୁ ଧରି ସେ ମେଡ଼ିକାଲରେ ପହଞ୍ଚିଥିଲେ । ଧୀରେ ଧିରେ ଯୁବକ ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡିବା କାରଣରୁ ତାଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।
ସାପକୁ ଧରି ହସ୍ପିଟାଲରେ ପହଞ୍ଚିଲେ ଯୁବକ ; ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର
ସାପ କାମୁଡ଼ିବା ପରେ ସାପକୁ ମାରି ସାଙ୍ଗରେ ଧରି ମେଡିକାଲରେ ପହଞ୍ଚିଲେ ଯୁବକ । ଉଦଳା ଥାନା ନାଗପାଳ ଗାଁର ଘଟଣା । ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର ।
/kanak/media/media_files/2025/03/16/CsltGMJnhrZdOjbETT8h.jpg)