କନକ ବ୍ୟୁରୋ : ପାଖେଇ ଆସୁଛି ବାରବାଟୀ ଟି-ଟ୍ବେଣ୍ଟି । ସମୟ ଯେତେ ପାଖଉଛି ଉତ୍କଣ୍ଠା ସେତେ ବଢୁଛି । ବାରବାଟୀରେ ଭାରତ ୩ଟି ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳିଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ଗୋଟିଏ ମାତ୍ର ମ୍ୟାଚରେ ବିଜୟୀ ହୋଇଛି। ଏଥର ପୂର୍ବ ମ୍ୟାଚର ବଦଲା ନେବା ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ।
ଅଧିକ ପଢ଼ନ୍ତୁ : କାମରେ ଆସୁନି ଅତ୍ୟାଧୁନିକ ବାରବାଟୀ ଫୁଡକୋର୍ଟ, ଖର୍ଚ୍ଚ ହେଲା କୋଟି କୋଟି, ଏବେ କିନ୍ତୁ ଝୁଲୁଛି ତାଲା
ଆସନ୍ତା ଡିସେମ୍ବର ୯ରେ କଟକ ବାରବାଟୀରେ ହେବ ମହାମୁକାବିଲା । ପ୍ରଥମ ଟି-ଟ୍ବେଣ୍ଟିରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ପୂର୍ବ ରେକର୍ଡ ଉପରେ ନଜର ପକାଇଲେ ବାରବାଟୀରେ ଏଯାବତ୍ ମୋଟ ୩ଟି ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳିଛି ଭାରତ । ସେଥିମଧ୍ୟରୁ ୨ଟି ଦକ୍ଷିଣ ଆଫ୍ରିକା ବିପକ୍ଷରେ, ଆଉ ଗୋଟିଏ ଶ୍ରୀଲଙ୍କା ବିପକ୍ଷରେ । ମୋଟ ୩ଟି ମ୍ୟାଚରୁ ଭାରତ ଗୋଟିଏ ଜିତିଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ବଡ଼କଥା ହେଉଛି ଦୁଇଟି ଯାକ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଠାରୁ ହାରିଛି ଟିମ୍ ଇଣ୍ଡିଆ। ଏବେ ଉଭୟ ଟିମ୍ ତୃତୀୟ ଥର ଲାଗି ଟି-ଟ୍ବେଣ୍ଟି ମ୍ୟାଚରେ ବାରବାଟୀରେ ମୁହାଁମୁହିଁ ହେବାକୁ ଯାଉଥିବା ବେଳେ ପୂର୍ବ ପରାଜୟର ବଦଲା ନେବା ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ।
୨୦୧୫ ଅକ୍ଟୋବର ୫ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀରେ ଥିଲା ପ୍ରଥମ ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟି । ଅଧିନାୟିକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇଥିଲା ଦଳ । ଟିମରେ ରୋହିତ ଶର୍ମା, ଶିଖର ଧୱନ, ବିରାଟ କୋହଲି, ସୁରେଶ ରାଇନାଙ୍କ ଭଳି ଖେଳାଳି ଥାଇ ମଧ୍ୟ ୬ ୱିକେଟରେ ହାରିଥିଲା ଭାରତ । ସେହିପରି ୧୨ ଜୁନ୍ ୨୦୨୨ରେ ଖେଳାଯାଇଥିବା ମ୍ୟାଚରେ ଋଷବ ପନ୍ତଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ। ପୂର୍ବ ମ୍ୟାଚ୍ ଅପେକ୍ଷା ସ୍କୋର ଅଧିକ ହୋଇଥିଲେ ବି ୪ ୱିକେଟରେ ବିଜୟୀ ହୋଇଥିଲା ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକା ଠାରୁ ଦୁଇ ଥର ଟି-ଟ୍ବେଣ୍ଟି ମ୍ୟାଚ୍ ହାରିବା ପରେ ତୃତୀୟ ମ୍ୟାଚ୍ ଉପରେ ରହିଛି ସମସ୍ତଙ୍କ ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/28/barabati-2025-11-28-20-16-53.jpg)