କନକ ବ୍ୟୁରୋ: ଟ୍ରକ୍‌ ଧକ୍କାରେ ହୋମଗାର୍ଡଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ରୂପଖଣ୍ଡ ଗାଁର ଶୁଶାନ୍ତ ସେଠୀ ସୋର ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିଲେ । ଆଜି ସକାଳେ ଚା’ ପିଇବା ପାଇଁ କଲେଜ ଛକ ନିକଟକୁ ଯାଇଥିବା ବେଳେ ସେଠାରୁ ଫେରିବା ସମୟରେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । 

Advertisment

ଅଧପନ୍ତରିଆ ବାଇପାସ୍‌ ରାସ୍ତା; ଅସମୂର୍ଣ୍ଣ ରାସ୍ତା ଘଟାଉଛି ଦୁର୍ଘଟଣା !

ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଜାତୀୟ ରାଜପଥ ପେଟ୍ରୋଲିଂ ଗାଡି ଟ୍ରକ୍‌ଟିକୁ ପିଛା କରି ସିମୁଳିଆ ନିକଟରୁ ଜବତ କରି ସୋର ପୁଲିସକୁ ହସ୍ତାନ୍ତର କରିଛି । ଟ୍ରକ୍‌ର ଡ୍ରାଇଭର ଓ ହେଲ୍‌ପରଙ୍କୁ ପୁଲିସ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।