କନକ ବ୍ୟୁରୋ; ଜଗା ଦର୍ଶନ ପାଲଟିଲା ଶେଷ ଦର୍ଶନ । ଜଗା ଦର୍ଶନ ସାରି ଫେରୁଥିଲେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ । ବାଲେଶ୍ବର ଖନ୍ତାପଡ଼ା ଥାନା ସାମ୍ନାରେ ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ରାଜପଥ ଉପରେ ଅଟକ ଥିବା ବାଲି ଟ୍ରକକୁ ଧକ୍କା ଦେଲା ପୁରୀରୁ ଫେରୁଥିବା ପଶ୍ଚିମବଙ୍ଗ କାର୍ । ଘଟଣା ସ୍ଥଳରେ ମହିଳା ଓ ଡ୍ରାଇଭର ମୃତ । ଅନ୍ୟ ୨ ଜଣ ଗୁରୁତରଙ୍କୁ ଫକୀର ମୋହନ ମେଡିକାଲ କଲେଜ ସ୍ଥାନାନ୍ତର । ଡ୍ରାଇଭର ସମେତ ଗାଡ଼ିରେ ୪ ଜଣ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/16/puri-2025-10-16-18-40-15.jpg)