କନକ ବ୍ୟୁରୋ : ବିଶ୍ବରେ ଏମିତି ଜଣେ ବାବା ଥିଲେ ସେ ଜୀବିତ ଅବସ୍ଥାରେ ଯାହା କହିଯାଇଥିଲେ ତାହା ଏବେ ସତ ହେବାରେ ଲାଗିଛି । ଆମେ କହୁଛୁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ କଥା। ଯିଏ ଜନ୍ମରୁ ଦୃଷ୍ଟିବାଧିତ । ବାବା ଏବେ ଜୀବିତ ନାହାଁନ୍ତି। କାହିଁ କେବେଠୁ ଏ ଦୁନିଆ ଛାଡିସାରିଛନ୍ତି। କିନ୍ତୁ କରିଯାଇଥିବା ଭବିଷ୍ୟବାଣି ସତ ହେବାରେ ଲାଗିଛି । ବାବା ଭେଙ୍ଗା ଦଶନ୍ଧି ପୂର୍ବରୁ ଅନେକ ଘଟଣାକୁ ନେଇ ଭବିଷ୍ୟବାଣୀ କରିଯାଇଛନ୍ତି । ଆଉ ଏହାର କିଛି ଝଲକ ମଧ୍ୟ କିଛି ଦିନ ମଧ୍ୟରେ ସାରା ବିଶ୍ବ ଦେଖିସାରିଛି । ସେଥିମଧ୍ୟରୁ ଭାରତରେ ଏମିତି କିଛି ଘଟଣା ଘଟିଛି ଯାହା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ରେ ଉଲ୍ଲେଖ ରହିଛି । ବର୍ଷ ୨୦୨୫ ପାଇଁ ବାବା ଭେଙ୍ଗା କିଛି ଆଶ୍ଚର୍ଯ୍ୟକଲା ଭଳି ଭବିଷ୍ୟବାଣୀ କରିଯାଇଛନ୍ତି । ଅନେକ ବର୍ଷ ପୂର୍ବରୁ ବାବା ଭେଙ୍ଗା କହି୍ରଲେ ବର୍ଷ ୨୦୨୫ ରେ ସାରା ବିଶ୍ୱରେ ଭୟଙ୍କର ବନ୍ୟା ଏବଂ ବଡ଼ ଧରଣର କ୍ଷୟକ୍ଷତି ହେବ । ଏବଂ ସାରା ବିଶ୍ବରେ ଧନ ଜୀବନ ହାନି ଘଟିବ। ତେବେ ବାବାଙ୍କ ଭବିଷ୍ୟବାଣୀକୁ ଯଦି ଆମେ ତର୍ଜମା କରିବା ତେବେ ଜାଣିବା କୁ ପାଇବା ଯେ ଭିବିଷ୍ୟବାଣୀ ସତ ହେଉଛି । କାରଣ କିଛି ଦିନ ହେବ ସାରା ବିଶ୍ବରେ ଭୁକମ୍ପର ଝଟକା ଅନୁଭୁତ ହେଉଛି । ଆମେରିକାଠୁ ନେଇ ଏସିଆ ପର୍ଯ୍ୟନ୍ତ ପୃଥିବୀ ଅନେକ ଥର ଥରି ସାରିଲାଣି। ଭାରତରେ ଦିଲ୍ଳୀଠୁ ନେଇ ବିହାର ପର୍ଯ୍ୟନ୍ତ ଭୁକମ୍ପ ଆସିଥିବାବେଳେ ନେପାଳର ରାଜଧାନୀ କାଠମାଣ୍ଡୁ ରେ ମଧ୍ୟ ଭୁକମ୍ପ ହେବାର ସାମ୍ନାକୁ ଆସିଛି । ଏହି ସବୁ ଘଟଣାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠୁବା ଆରମ୍ଭ କଲାଣି ଯେ କଣ ବାବା ଭେଙ୍ଗା ଙ୍କ ବଭିଷ୍ୟବାଣୀ ସତ ହେବାର ସମୟ ଆସିଗଲା ?
ଆସନ୍ତୁ ଜାଣିବା କିଏ ଏହି ବାବା ଭେଙ୍ଗା ?
ଆଉ ତାଙ୍କ ଭବିଷ୍ୟବାଣୀରେ କଣ କଣ ରହିଛି ଉଲ୍ଲେଖ ?
ବୁଲଗେରିଆର ବାବା ଭେଙ୍ଗାଙ୍କୁ ସାରା ବିଶ୍ବ ତାଙ୍କ ଭବିଷ୍ୟବାଣୀ ପାଇଁ ଜାଣେ । ଏପର୍ଯ୍ୟନ୍ତ ତାଙ୍କର ଅନେକ ଭବିଷ୍ୟବାଣୀ ସତ ହୋଇସାରିଛି। ବାବା ଭେଙ୍ଗାଙ୍କ ଜନ୍ମ ୩୧ ଜାନୁଆରୀ ୧୯୧୧ରେ ବୁଲଗେରିଆ ରେ ହୋଇଥିଲା। ତାଙ୍କ ନା ବେଞ୍ଜେଲିଆ ପାଣ୍ଡେବା ଗୁଷ୍ଟେରୋବା ଥିଲା। କିନ୍ତୁ ତାଙ୍କୁ ସାରା ବିଶ୍ବ ଭେଙ୍ଗା ବାବା ନାରେ ଜାଣେ । ପିଲାଦିନରୁ ବାବା ଦୃଷ୍ଟିବାଧିତ। ବାବାଙ୍କ ଜୀବନ ବୁଲଗେରିଆର ବେଲାସିକା ପାହାଡ ପାର୍ଶ୍ବରେ ଥିବା ରୁପାଇଟ୍ ଅଞ୍ଚଳରେ ବିତିଛି । ବାବା ଭେଙ୍ଗା ପୁର୍ବ ୟୁରୋପରେ ୧୯୭୦ ଏବଂ ୧୯୮୦ ଦଶନ୍ଧୀରେ ନିଜ ଦିବ୍ୟଦୃଷ୍ଟି ଏବଂ ପୂର୍ବଜ୍ଞାନ ର କ୍ଷମତା ପାଇଁ ପ୍ରସିଦ୍ଧ ଲାଭ କରିଥିଲେ। ବାବା ଅନେକ ବର୍ଷ ପାଇଁ ଆଗୁଆ ଭବିଷ୍ୟବାଣୀ କରିଯାଇଛନ୍ତି । ଏବଂ ସୋଭିୟତ ରୁଷ ଭାଙ୍ଗିବା ଏବଂ ଆମେରିକା ଉପରେ ଆତଙ୍କୀ ଆକ୍ରମଣ ର ଭବିଷ୍ୟବାଣୀ ମଧ୍ୟ ସତ ପ୍ରମାଣିତ ହୋଇଛି।
ଭବିଷ୍ୟବାଣୀରେ ଭାରତରେ ଭୁକମ୍ପ
ଭାରତରେ ଜାନୁଆରୀରୁ ନେଇ ଏପର୍ଯ୍ୟନ୍ତ ଅନେକ ଭାଗରେ ଭିନ୍ନ ଭିନ୍ନ ସମୟରେ ଭୂକମ୍ପର ଝଟକା ଅନୁଭତ ହୋଇସାରିଛି । ଦେଶର ରାଜଧାନୀ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ଅନେକ ଥର ଭୁକମ୍ପ ଅନୁଭତ ହୋଇଛି । ଗୋଟିଏ ଥର ଭୁକମ୍ପର କେନ୍ଦ୍ର ଦିଲ୍ଳୀ ହିଁ କୁହାଯାଉଥିଲା । ଦିଲ୍ଳୀ ବ୍ୟତିତ ବିହାର ଠୁ ନେଇ ପଶ୍ଚିମ ବଙ୍ଗ, ଆସାମ ଓଡ଼ିଶା ପର୍ଯ୍ୟନ୍ତ ଭୁକମ୍ପର ଝଟକା ଅନୁଭୂତ ହୋଇସାରିଛି । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ ୨୦୨୫ର ହେଉଥିବା ଭୁକମ୍ପ ସମ୍ପର୍କରେ ଉଲ୍ଲେଖ ଅଛି ବୋଲି ଯାହା ଜାତୀୟ ଗଣମାଧ୍ୟମ ଚର୍ଚ୍ଚା ଜୋର ଧରିଛି। ତେବେ ଆମେ ଏଠି କହି ରଖୁଛୁ ଯେ କୌଣସି ଅନ୍ଧବିଶ୍ବାସକୁ ପ୍ରସୟ ଦେବାକୁ ଆମେ ଏ ଖବର ପ୍ରସାରଣ କରୁ ନାହୁଁ କିନ୍ତୁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସମ୍ପର୍କୀତ ଖବର ଏବେ ଜାତୀୟ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛି ।