କନକ ବ୍ୟୁରୋ: ଦୀପାବଳି ଅବସରରେ ରାମନଗରୀ ଅଯୋଧ୍ୟା ପୁଣି ଏକ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି । ଆଜି ଅଯୋଧ୍ୟାକୁ ଏକାସାଙ୍ଗରେ ୨୬ ଲକ୍ଷରୁ ଅଧିକ ଦୀପରେ ଆଲୋକିତ କରାଯିବ । ଏଥିପାଇଁ ରାମଙ୍କ ପୀଠ ଓ ଚୌଧୁରୀ ଚରଣ ସିଂହ ଘାଟ ସମେତ ୫୬ଟି ପ୍ରମୁଖ ଘାଟରେ ପ୍ରସ୍ତୁତି କରାଯାଇଛି । ଦୀପାବଳି ପାଇଁ ସଜେଇ ହୋଇଛି ସାରା ସହର । ଦୀପୋତ୍ସବ ପାଇଁ ବିଭିନ୍ନ ସାଂସ୍କୃତିମ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା କରାଯାଇଛି ।

Advertisment

ସେହିପରି ଦୀପୋତ୍ସବରେ ଲେଜର ସୋ' ଆୟୋଜନ କରାଯାଇଛି । ଏଥିର ୟୁପି ସହିତ ଅନେକ ରାଜ୍ୟର ସଂସ୍କୃତିର ଝଲକ ଦେଖିବାକୁ ମିଳିବ । ଲେଜର ସୋ'ରେ ରାମଙ୍କ ଜୀବନର ଝଲକ ଦେଖିବାକୁ ମିଳିବ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଦୀପୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ୨୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ଦୀପୋତ୍ସବରେ ପୁଣିଥରେ ବିଶ୍ୱ ରେକର୍ଡ କରିବେ । ଗତବର୍ଷ ଦୀପାବଳିରେ ୧୫ ଲକ୍ଷ ଦୀପ ଲଗାଇବା ପାଇଁ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା ।

IRCTC : ଟିକେଟ୍‌ କାଟି ଆକାଉଣ୍ଟରୁ ଟଙ୍କା କଟିଗଲା, ଟିକେଟ୍‌ ହେଲାନି : କରିବେ କ'ଣ ?

ଏଥରର ଦୀପାବଳି ଅନେକ ଦୃଷ୍ଟିରୁ ଖାସ୍ ହେବାକୁ ଯାଉଛି । କେବଳ ବିଶ୍ୱ ରେକର୍ଡ ନୁହେଁ, ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବା ପାଇଁ ଯୋଜନା କରାଯାଇଛି । ଏହି ଦୀପୋତ୍ସବରେ ରୁଷିଆ, ଶ୍ରୀଲଙ୍କା, ସିଙ୍ଗାପୁର ଓ ନେପାଳର ବିଦେଶୀ କଳାକାରଙ୍କୁ ନେଇ ରାମଲୀଳା ମଧ୍ୟ ଆୟୋଜିତ ହେଉଛି । ଦେଶର ୨୧ଟି ରାଜ୍ୟର ରାମଲୀଳା ଓ ରାମାୟଣ ପରମ୍ପରା ଉପରେ ଆଧାରିତ ଲୋକନୃତ୍ୟର ଝଲକ ଦେଖିବାକୁ ମିଳିଛି ।

ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ; ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ଏକାଠି

ସଜେଇ ହେଉଛି ଅଯୋଧ୍ୟା 

  • ନୂଆ ରେକର୍ଡ କରିବ ରାମନଗରୀ
  • ଅଯୋଧ୍ୟାରେ ୯ମ ଦୀପୋତ୍ସବ ପ୍ରସ୍ତୁତି
  • ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଛି ଅଯୋଧ୍ୟା ଦୀପୋତ୍ସବ
  • ୨୬ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେବ ରାମନଗରୀ
  • ସରଯୁ ନଦୀର ୫୬ଟି ପ୍ରମୁଖ ଘାଟରେ ଜଳିବ ଲକ୍ଷଲକ୍ଷ ଦୀପ
  • ୨୧୦୦ ବୈଦିକ ପଣ୍ଡିତମାନଙ୍କ ଦ୍ୱାରା ଆରତି ଆୟୋଜନ
  • ୧୧୦୦ଟି ଡ୍ରୋନ୍ ବ୍ୟବହାର କରି ରାମାୟଣର ଦୃଶ୍ୟାବଳୀ ପ୍ରଦର୍ଶନ
  • ୫ଟି ଦେଶର କଳାକାରମାନଙ୍କ ଦ୍ୱାରା ରାମଲୀଳା ମଞ୍ଚସ୍ଥ ହେଉଛି
  • ଗିନିଜ୍ ବୁକ୍ ୱାର୍ଲଡ ରେକର୍ଡରେ ସାମିଲ ହେବାକୁ ଲକ୍ଷ୍ୟ