କନକ ବ୍ୟୁରୋ: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ନୀତି ବିରୋଧରେ ପ୍ରତିବାଦ । ୱାସିଂଟନ ଡିସି, ନ୍ୟୁୟର୍କ, ଚିକାଗୋ ଏବଂ ଲସ୍ ଆଞ୍ଜେଲସ୍ ସମେତ ଆମେରିକାର ବିଭିନ୍ନ ସହରରେ ଲକ୍ଷ ଲକ୍ଷ ଲୋକ ଗତକାଲି ଏକାଠି ହୋଇଥିଲେ । ଲୋକମାନେ ନୋ କିଙ୍ଗ୍ସ ସ୍ଲୋଗାନ ଦେଇ ଶୋଭାଯାତ୍ରା କରିଥିଲେ । ନୋ କିଙ୍ଗ୍ସ୍ ନାମକ ଏହି ପ୍ରଦର୍ଶନର ପ୍ରଭାବ ଅନେକ ସ୍ଥାନରେ ଦେଖିବାକୁ ମିଳିଥିଲା । ସଟ୍ ଡାଉନ ଓ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ନେତୃତ୍ୱରେ ଏକଛତ୍ରବାଦକୁ ଲୋକମାନେ ନିନ୍ଦା କରିବା ସହ ବିରୋଧ କରିଥିଲେ ।
ନୂଆଦିଲ୍ଲୀ ବାୟୁରେ ବିଷ: ଜନସାଧାରଣଙ୍କୁ ସତର୍କ ରହିବାକୁ ଅନୁରୋଧ
ଲୋଙ୍କ ହାତରେ ଟ୍ରମ୍ପ ବିରୋଧୀ ସ୍ଲୋଗାନ ଲେଖାଥିବା ବ୍ୟାନର ଥିଲା । ବୋଷ୍ଟନ, ଆଟଲାଣ୍ଟା ଏବଂ ଚିକାଗୋରେ ମଧ୍ୟ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ । ଲୋକମାନେ ୱାସିଂଟନ ଏବଂ ଲସ୍ ଆଞ୍ଜେଲସରେ ଶୋଭାଯାତ୍ରା କରିଥିଲେ । ତେବେ ଟ୍ରମ୍ପ୍ଙ୍କ ରିପବ୍ଲିକାନ୍ ପାର୍ଟି ଏହି ପ୍ରତିବାଦକୁ ହେଟ୍ ଆମେରିକା ରାଲି ବୋଲି କହିଛି । ଟ୍ରମ୍ପ୍ ଚଳିତବର୍ଷ ଶପଥ ଗ୍ରହଣ କରିବା ପରେ ଏହା ତୃତୀୟ ବଡ଼ ଗଣ ପ୍ରଦର୍ଶନ ।
- ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ
- ଟ୍ରମ୍ପ୍ଙ୍କ ନୀତିକୁ ଲୋକଙ୍କ ବିରୋଧ
- ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ଏକାଠି
- ସଟ୍ ଡାଉନ ସମୟରେ ବଡ଼ଧରଣର ବିକ୍ଷୋଭ
- ‘ନୋ କିଙ୍ଗ୍ସ’ ନାମକ ପ୍ରଦର୍ଶନରେ ଟ୍ରମ୍ପବିରୋଧୀ ସ୍ଲୋଗାନ
- ‘ପ୍ରଦର୍ଶନକୁ ହେଟ୍ ଆମେରିକା’ ରାଲି କହିଲା ଟ୍ରମ୍ପଙ୍କ ପାର୍ଟି
- ଟ୍ରମ୍ପ୍ ଚଳିତବର୍ଷ ଶପଥ ନେବା ପରେ ତୃତୀୟ ବଡ଼ ଗଣବିକ୍ଷୋଭ