ଦିବାଲୋକରେ ପିଲା ଅପହରଣ ଉଦ୍ୟମ ବିଫଳ ; ସାହାସ ଦେଖାଇ ଚୋରକୁ ପ୍ରତିହତ କଲା ୧୧ ବର୍ଷର ଶ୍ରୀୟାଂଶ

Advertisment

ସାହାସ ଦେଖାଇ ଛୁଆଧରାକୁ ମାର ପିଟ୍ କରି ନଖରେ ଆମ୍ପୁଡି ନିଜକୁ ରକ୍ଷା କଲେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ୧୧ ବର୍ଷର ନାବାଳକ । ସିସିଟିଭିରେ କଏଦ୍ ହୋଇଛି ପୂରା ଘଟଣା ।

ସାହାସ ଦେଖାଇ ଛୁଆଧରାକୁ ମାର ପିଟ୍ କରି ନଖରେ ଆମ୍ପୁଡି ନିଜକୁ ରକ୍ଷା କଲେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ୧୧ ବର୍ଷର ନାବାଳକ । ସିସିଟିଭିରେ କଏଦ୍ ହୋଇଛି ପୂରା ଘଟଣା ।

Thief

କନକ ବ୍ୟୁରୋ : ବାରିପଦା ସହରରେ ମାତିଛନ୍ତି ପିଲା ଚୋର । ସ୍ପଷ୍ଟ ଦିବାଲୋକରେ ଏବଂ ବଜାରର ଭିଡ଼ ମଧ୍ୟରେ ରାସ୍ତା ଉପରୁ ଛୋଟ ପିଲାଙ୍କୁ ଉଠାଇ ନେଉଛନ୍ତି । ସାହାସ ଦେଖାଇ ଛୁଆଧରାକୁ ମାର ପିଟ୍ କରି ନଖରେ ଆମ୍ପୁଡି ନିଜକୁ ରକ୍ଷା କଲେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ୧୧ ବର୍ଷର ନାବାଳକ । ସିସିଟିଭିରେ କଏଦ୍ ହୋଇଛି ପୂରା ଘଟଣା । ଥାନାରେ ମାମଲା। ଘଟଣା ଘଟିଛି ବାରିପଦା ସହର ଭଞ୍ଜପୁର ଥାନା ଅନ୍ତର୍ଗତ ୨ ନମ୍ବର ୱାର୍ଡରେ ।

ସ୍ଥାନୀୟ ଅଞ୍ଚଳର ରଞ୍ଜନ ବିନ୍ଧାଣିଙ୍କ ୧୧ ବର୍ଷର ପୁଅ ଶ୍ରୀୟାଂଶ ବିନ୍ଧାଣି ନିଜ କୁକୁରକୁ ବାହାରେ ଖୋଜିବା ସମୟରେରେ କିଛି ଦୁର୍ବୃତ୍ତ ବାଇକରେ ଆସି ମିଛ ବାହାନା ଦେଖାଇ ‘ଏଇଟା ତୁମ ବାପାଙ୍କ ଚଷମା, ନିଅ’ ବୋଲି କହି ଭୁଲାଇବାକୁ ଚେଷ୍ଟା କରିଥିଲେ । ଶ୍ରୀୟାଂସ ଏହାକୁ ମନା କରିବାରୁ ଦୁର୍ବୃତ୍ତ ଜଣକ ଜୋରଜବରଦସ୍ତ ତାଙ୍କୁ ଟେକି ନେବାକୁ ଉଦ୍ୟମ କରିଥିଲେ । ହେଲେ ଶ୍ରୀୟାଂଶ ସେହି ସମୟରେ ଭୟଭୀତ ନହୋଇ ନିଜର ସାହାସିକତାର ପରିଚୟ ଦେଇଛନ୍ତି ।

ଅଧିକ ପଢନ୍ତୁ : ପିଲା ଚୋରି ରୋକିବାରେ ସରକାର ବିଫଳ । ଡେଲାଙ୍ଗରୁ ନିଖୋଜ ଆଶୀର୍ବାଦର ମିଳୁନି ପତ୍ତା, ୬ ଦିନ ପରେ ବି ପୋଲିସ ହାତ ଖାଲି

 ପିଲାଚୋର ସହିତ ଲଢେଇ କରି ତାକୁ ମାରପିଟ୍ କରି, ନଖରେ ମୁଁହକୁ ଆମ୍ପୁଡି ପିଲା ଚୋର କବଳରୁ ନିଜକୁ ରକ୍ଷା କରି ଘରକୁ ଦୌଡ଼ି ପଳାଇଯାଇଥିଲେ । ପ୍ରାୟ ଏକ ଘଣ୍ଟା ପରେ ବାପା-ମା' ଘରକୁ ଫେରିବା ପରେ ଶ୍ରୀୟାଂସ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ । ପରିବାର ଲୋକେ ରାସ୍ତାର ଅନ୍ୟପଟେ ଲାଗିଥିବା ଏକ ସିସିଟିଭି କ୍ୟାମେରା ଯାଞ୍ଚ କରିବାରୁ, ସେଥିରେ ପିଲା ଚୋରି ଉଦ୍ୟମର ସମସ୍ତ ଦୃଶ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe