କନକ ବ୍ୟୁରୋ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ନିଖୋଜ । ୨ ମାସ ହେଲାଣି ନବଜାତ ଶିଶୁକୁ ଖୋଜୁଛି ମାଆ । ମାଲକାନଗିରି ଜିଲା ମାଥିଲି ଥାନା କମାରପାଲି ଗାଁରୁ ଆସିଛି ଏପରି ସାଂଘାତିକ ଅଭିଯୋଗ । ସ୍ବାସ୍ଥ୍ୟକେନ୍ଦ୍ରର ଅବହେଳାକୁ ଦାୟୀ କରିଛନ୍ତି ପରିବାର ଲୋକେ ।  ୨ ମାସ ହେଲାଣି ଜିଲା ସଦର ଠାରୁ ଆରମ୍ଭ କରି ସବୁ ବାବୁଙ୍କ ପାଖକୁ ଗଲେଣି । ହେଲେ ସନ୍ତୋଷଜନକ ଉତ୍ତର ରଖିପାରୁ ନାହାନ୍ତି ବିଭାଗୀୟ ଅଧିକାରୀ । ଶେଷରେ ନ୍ୟାୟ ଓ ନିଖୋଜ ନବଜାତ ଶିଶୁର ସନ୍ଧାନ ପାଇଁ ମାଥିଲି ମେଡିକାଲର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ବସନ୍ତ ସାହୁଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ । 

Advertisment

କମାରପାଲି ଗାଁର ଲସୁ କବାସୀଙ୍କ ସ୍ତ୍ରୀ ଗତ ଜୁଲାଇ ୧୮ ତାରିଖରେ ପ୍ରସବ ଯନ୍ତ୍ରଣା ଯୋଗୁଁ ମାଥିଲି ସବଡିଭିଜନ ମେଡିକାଲରେ ଭର୍ତ୍ତି ହୋଇଥିଲେ। ପରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ଡାକ୍ତର ରେଫର କରିଥିଲେ । ସେଠାରେ ସେଇ ଦିନ ତାଙ୍କର ଛୁଆ ଜନ୍ମ ହୋଇଥିଲା। କିନ୍ତୁ ପ୍ରସବ ପରେ ନବଜାତକକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ନଥିବା ଅଭିଯୋଗ କରିଛନ୍ତି ଲସୁ କବାସୀ ।