ଭାରତ-ଚୀନ୍ ସୀମାରେ ବଡ଼ ଦୁର୍ଘଟଣା; ଖାଇକୁ ଖସିଲା ଟ୍ରକ୍‌ , ୧୭ ଶ୍ରମିକଙ୍କ ମୃତ୍ୟୁ

Advertisment

ଟ୍ରକ୍ ଗଭୀର ଖାଇକୁ ଖସିପଡିବାରୁ ଅତିକମରେ ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୧୩ଟି ମୃତଦେହ ଉଦ୍ଧାର କରିଛନ୍ତି ଏବଂ କଠିନ ଭୌଗୋଳିକ ସ୍ଥିତି ସତ୍ତ୍ୱେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଟ୍ରକ୍ ଗଭୀର ଖାଇକୁ ଖସିପଡିବାରୁ ଅତିକମରେ ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୧୩ଟି ମୃତଦେହ ଉଦ୍ଧାର କରିଛନ୍ତି ଏବଂ କଠିନ ଭୌଗୋଳିକ ସ୍ଥିତି ସତ୍ତ୍ୱେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Accident

Accident Photograph: (kanak news)

କନକ ବ୍ୟୁରୋ : ଅରୁଣାଚଳ ପ୍ରଦେଶର ଭାରତ-ଚୀନ୍ ସୀମା ନିକଟରେ ଆସାମର ତିନସୁକିଆ ଜିଲ୍ଲାରୁ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଗଭୀର ଖାଇକୁ ଖସିପଡିବାରୁ ଅତିକମରେ ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୧୩ଟି ମୃତଦେହ ଉଦ୍ଧାର କରିଛନ୍ତି ଏବଂ କଠିନ ଭୌଗୋଳିକ ସ୍ଥିତି ସତ୍ତ୍ୱେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅରୁଣାଚଳର ହାୟୁଲିଆଙ୍ଗ-ଚାଗଲାଗାମ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି, ଯେଉଁଠାରେ ୨୧ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଗଭୀର ଖାଇକୁ ଖସି ପଡିଥିଲା ।

ସୂଚନା ଅନୁସାରେ ପାହାଡିଆ ରାସ୍ତାରେ ଯାଉଥିବା ବେଳେ ଗାଡିଟି ନିୟନ୍ତ୍ରଣ ହରାଇ ପ୍ରାୟ ୧୦୦୦ ଫୁଟ ତଳେ ଥିବା ଏକ ଗଭୀର ଖାଇରେ ପଡିଯାଇଥିଲା । ସେଥିରେ ଥିବା ସମସ୍ତ ଶ୍ରମିକ ତିନସୁକିଆର ଗେଲାପୁଖୁରୀ ଚା’ ବଗିଚାର ବୋଲି ଜଣାପଡିଛି । ନିର୍ମାଣ କାର୍ଯ୍ୟ ପାଇଁ ସେମାନେ ହାୟୁଲିଆଙ୍ଗ ଯାଉଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ପ୍ରଶାସନ ଏବଂ ବିପର୍ଯ୍ୟୟ ମୁକାବିଲା ଦଳ ଘଟଣାସ୍ଥଳରେ ପହଞ୍ଚି ଜୀବିତମାନଙ୍କୁ ଖୋଜିବା ସହ ବାକି ମୃତଦେହ ଗୁଡିକୁ ଉଦ୍ଧାର କରୁଛନ୍ତି ।

ଅଧିକ ପଢ଼ନ୍ତୁ--ବଡ଼ ସଡ଼କ ଦୁର୍ଘଟଣା, ଜଳିଗଲେ ୪୨ ଭାରତୀୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe