କନକ ବ୍ୟୁରୋ :  ଜମ୍ମୁ ଶ୍ରୀନଗର ନୌଗାମ୍ ପୋଲିସ ଷ୍ଟେସନରେ ବଡ଼ ଧରଣର ବିସ୍ଫୋରଣ । ୯ଜଣଙ୍କ ମୃତ୍ୟୁ, ୩୦ରୁ ଅଧିକ ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ବିସ୍ଫୋରଣ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବିରାଟ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା, ଯାହା କିଲୋମିଟର ଦୂର ପର୍ଯ୍ୟନ୍ତ  ପ୍ରତିଧ୍ୱନିତ ହୋଇଥିଲା। ପୋଲିସ ଷ୍ଟେସନ କୋଠାର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଥିଲା, ଅନେକ ଯାନବାହନ ନିଆଁରେ ପୋଡ଼ି ଯାଇଥିଲା। ଏପରିକି ମଣିଷ ଶରୀରର ବିଭିନ୍ନ ଅଙ୍ଗ କିଛି ଦୂରଯାଏ ଛିଟିକି ପଡ଼ିଥିବା ଦେଖିବାକୁ ମିଳିଛି । ସିସିଟିଭି ଫୁଟେଜ୍ ଏବଂ ପ୍ରତ୍ୟକ୍ଷଦର୍ଶୀ ସୂଚିତ କରୁଛନ୍ତି ଯେ ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ନିଆଁ ଏବଂ ଧୂଆଁର ବଳୟ ଆକାଶକୁ ଉଠିଥିଲା। ଛୋଟ ଛୋଟ ସିରିଜ୍  ବିସ୍ଫୋରଣର ଯୋଗୁଁ ଉଦ୍ଧାରକାରୀ ଦଳଗୁଡ଼ିକୁ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ  ଅଞ୍ଚଳରେ ପ୍ରବେଶ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକୁ କଡ଼ାକଡି କରାଯାଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛି। ତଦନ୍ତକାରୀ ସଂସ୍ଥାଗୁଡ଼ିକ ବର୍ତ୍ତମାନ ଦୁଇଟି ପ୍ରମୁଖ ଦୃଷ୍ଟିକୋଣରୁ ଘଟଣାର ତଦନ୍ତ କରୁଛନ୍ତି । ଅବହେଳା ସହିତ ଆତଙ୍କବାଦୀ ଷଡ଼ଯନ୍ତ୍ର ଦୃଷ୍ଟିକୋଣ ନେଇ ମଧ୍ୟ ତଦନ୍ତ କରାଯାଉଛି । ପୋଲିସ ଷ୍ଟେସନ ଭିତରେ ଗଚ୍ଛିତ ପ୍ରାୟ ୩୬୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ବିସ୍ଫୋରକ ସାମଗ୍ରୀ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସିଲ୍‌ କରାଯାଉଥିବା ସମୟରେ ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ସେହିପରି ଥାନା ପରିସରରେ ପାର୍କିଂ ହୋଇଥିବା ଏକ ଜବତ କାରରେ ଆଇଇଡି ଲଗାଯାଇଥିଲା ଏବଂ ଏହାର ବିସ୍ଫୋରଣରେ ଆମୋନିୟମ୍ ନାଇଟ୍ରେଟରର ଏକ ବଡ଼ ପରିମାଣର ବିସ୍ଫୋରଣ ହୋଇଥିଲା ବୋଲି ମଧ୍ୟ କୁହାଯାଉଛି। ସେପଟେ ଜୈଶ-ଏ-ମହମ୍ମଦ ସହିତ ଜଡିତ ଏକ ଛାୟା ଗୋଷ୍ଠୀ ପିଏଏଫଏଫ୍ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି, ଯାହାର ସତ୍ୟତା ଏବେ ତଦନ୍ତାଧୀନ ରହିଛି । କିଛିଦିନ ତଳେ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାରେ କାର୍ ବିସ୍ଫୋରଣ ପରେ ପୁଣିଥରେ ଏହି ଘଟଣା ଦେଶକୁ ଦୋହଲାଇ ଦେଇଛି ।

Advertisment

ବିଜୟ ପରେ ବିଜେପି ପାର୍ଟି ଅଫିସରେ ପହଂଚିଲେ ଜୟ ଢୋଲକିଆ, କହିଲେ, ବିଜୟ ପଛରେ ରହିଛି ବାପାଙ୍କ ଆଶୀର୍ବାଦ

ବଡ଼ ବିସ୍ଫୋରଣ
ଅବହେଳା ନା ଆତଙ୍କୀ ଆକ୍ରମଣ? 

  • ଜମ୍ମୁ ଶ୍ରୀନଗର ନୌଗାମ୍ ପୋଲିସ ଷ୍ଟେସନରେ ଭୟଙ୍କର ବିସ୍ଫୋରଣ
  • ଶୁକ୍ରବାର ବିଳମ୍ବିତ ରାତିରେ ବିସ୍ଫୋରଣ
  • ବିସ୍ଫୋରଣରେ ୯ ମୃତ୍ୟୁ, ୩୦ରୁ ଅଧିକ ଆହତ 
  • ଅବହେଳା ପାଇଁ ବିସ୍ଫୋରଣ ସନ୍ଦେହ 
  • ଫରିଦାବାଦରୁ ଜବତ ବିସ୍ଫୋରକ ସାମଗ୍ରୀ ବ୍ଲାଷ୍ଟ ହୋଇଥିବା ସୂଚନା
  • ଯାଞ୍ଚ ପାଇଁ ନମୂନା ସଂଗ୍ରହବେଳେ ବିସ୍ଫୋରଣ!
  • ଅନ୍ୟପଟେ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆତଙ୍କୀ ସଙ୍ଗଠନ 
  • ପିଏଏଫଏଫ୍ ଏହି ଆକ୍ରମଣ ପାଇଁ ନିଜକୁ କରିଛି ଦାୟୀ
  • ଆତଙ୍କୀ ଡାକ୍ତର ନେଟୱର୍କ ଖୋଲିବାରେ ନୌଗାମ ପୁଲିସ ତୁଲାଉଛି ବଡ଼ ଭୂମିକା
  • ଜମ୍ମୁ-କାଶ୍ମୀର, ହରିୟାଣା, ଦିଲ୍ଲୀ ପର୍ଯ୍ୟନ୍ତ  ନେଟୱର୍କ ଖୁଲାସା କରିଛି ନୌଗାମ ପୁଲିସ

୪ ଦିନରେ ଦୁଇଟି ବଡ଼ ବିସ୍ଫୋରଣ 
ଜମ୍ମୁକାଶ୍ମୀର-ଫରିଦାବାଦ-ଦିଲ୍ଲୀ କନେକ୍ସନ

  • ୧୯ ଅକ୍ଟୋବରରେ ଜମ୍ମୁକାଶ୍ମୀର ନୌଗାମରେ ମିଳିଲା ଧମକ ଭରା ପୋଷ୍ଟର
  • ପୋଷ୍ଟରରେ ଜୈଶ୍-ଏ-ମହମ୍ମଦ ଲିଙ୍କ୍‌
  • ଆନ୍ତଃ ରାଜ୍ୟ ଆତଙ୍କୀ ମଡ୍ୟୁଲ ନେଇ ମାମଲା ରୁଜୁ କଲା ନୌଗାମ ପୁଲିସ୍‌
  • ଟେରର୍ ମଡ୍ୟୁଲ୍ ଲିଙ୍କ୍‌ ହରିୟାଣା ପର୍ଯ୍ୟନ୍ତ  ଲମ୍ବିଥିବା ଜଣାପଡ଼ିଲା
  • ଆତଙ୍କୀ ଡାକ୍ତର ମୁଜାମିଲ୍ ଫରିଦାବାଦ ଘରେ ମିଳିଲା ୩୬୦ କିଲୋର ଆମୋନିୟମ୍ ନାଇଟ୍ରେଟ୍ 
  • ୧୦ ନଭେମ୍ବରରେ ମୁଜାମିଲର ଆଉ ଏକ ଠିକଣାରେ ମିଳିଲା ୨,୫୬୩ କେଜିର ବିସ୍ଫୋରକ ସାମଗ୍ରୀ
  • ୧୦ ନଭେମ୍ବର ଦିଲ୍ଲୀ ଲାଲ୍‌ କିଲ୍ଲା ନିକଟରେ ବଡ଼ ବିସ୍ଫୋରଣ
  • ଆତଙ୍କୀ ଡାକ୍ତର ଉମରର ଆତ୍ମଘାତୀ ବିସ୍ଫୋରଣରେ ୧୩ଜଣଙ୍କ ମୃତ୍ୟୁ
  • ଆମୋନିୟମ୍ ନାଇଟ୍ରେଟ୍ ଦ୍ବାରା ବିସ୍ଫୋରଣ ଘଟିଥିବା ସ୍ପଷ୍ଟ
  • ୧୩ ନଭେମ୍ବରରେ ଫରିଦାବାଦ ଜବତ ବିସ୍ଫୋରକ ସାମଗ୍ରୀ ଯାଞ୍ଚ ପାଇଁ ନେଲା ନୌଗାମ ପୁଲିସ
  • ୧୪ ନଭେମ୍ବର ବିଳମ୍ବିତ ରାତିରେ ଯାଞ୍ଚବେଳେ ବିସ୍ଫୋରଣ
  • ବିସ୍ଫୋରଣ ଘଟଣାରେ ୮ ଗିରଫଦାରୀ ମଧ୍ୟରୁ ୬ ଡାକ୍ତର

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ୮ ଜଣଙ୍କର ଟିଆଇ ପରେଡ ପାଇଁ ଆବେଦନ କରିଛି ପୁଲିସ୍‌