କନକ ବ୍ୟୁରୋ : ଅରୁଣାଚଳ ପ୍ରଦେଶର ଭାରତ-ଚୀନ୍ ସୀମା ନିକଟରେ ଆସାମର ତିନସୁକିଆ ଜିଲ୍ଲାରୁ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଗଭୀର ଖାଇକୁ ଖସିପଡିବାରୁ ଅତିକମରେ ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୧୩ଟି ମୃତଦେହ ଉଦ୍ଧାର କରିଛନ୍ତି ଏବଂ କଠିନ ଭୌଗୋଳିକ ସ୍ଥିତି ସତ୍ତ୍ୱେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅରୁଣାଚଳର ହାୟୁଲିଆଙ୍ଗ-ଚାଗଲାଗାମ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି, ଯେଉଁଠାରେ ୨୧ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଗଭୀର ଖାଇକୁ ଖସି ପଡିଥିଲା ।
ସୂଚନା ଅନୁସାରେ ପାହାଡିଆ ରାସ୍ତାରେ ଯାଉଥିବା ବେଳେ ଗାଡିଟି ନିୟନ୍ତ୍ରଣ ହରାଇ ପ୍ରାୟ ୧୦୦୦ ଫୁଟ ତଳେ ଥିବା ଏକ ଗଭୀର ଖାଇରେ ପଡିଯାଇଥିଲା । ସେଥିରେ ଥିବା ସମସ୍ତ ଶ୍ରମିକ ତିନସୁକିଆର ଗେଲାପୁଖୁରୀ ଚା’ ବଗିଚାର ବୋଲି ଜଣାପଡିଛି । ନିର୍ମାଣ କାର୍ଯ୍ୟ ପାଇଁ ସେମାନେ ହାୟୁଲିଆଙ୍ଗ ଯାଉଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ପ୍ରଶାସନ ଏବଂ ବିପର୍ଯ୍ୟୟ ମୁକାବିଲା ଦଳ ଘଟଣାସ୍ଥଳରେ ପହଞ୍ଚି ଜୀବିତମାନଙ୍କୁ ଖୋଜିବା ସହ ବାକି ମୃତଦେହ ଗୁଡିକୁ ଉଦ୍ଧାର କରୁଛନ୍ତି ।
ଅଧିକ ପଢ଼ନ୍ତୁ--ବଡ଼ ସଡ଼କ ଦୁର୍ଘଟଣା, ଜଳିଗଲେ ୪୨ ଭାରତୀୟ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/11/accident-2025-12-11-16-11-04.jpg)