କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଏବେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ୩୮ ବର୍ଷ ବୟସରେ, ରୋହିତ ପ୍ରଥମ ଥର ପାଇଁ ଦିନିକିଆ ରାଙ୍କିଙ୍ଗରେ ବିଶ୍ୱର ନମ୍ବର ୧ ବ୍ୟାଟର ହୋଇଛନ୍ତି । ରୋହିତ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଏହି ବିଶ୍ୱ ରେକର୍ଡ ହାସଲ କରିଛନ୍ତି । 

Advertisment

ଟେଷ୍ଟ କ୍ରିକେଟକୁ ବାଏ ବାଏ କଲେ ହିଟମ୍ୟାନ୍‌ ରୋହିତ ଶର୍ମା

ବ୍ୟାଟରୁ ଆସୁଥିବା ଶଦ୍ଧ ହିଁ ବୟାନ କରୁଛି ଫର୍ମରେ ରୋହିତ ଶର୍ମା ଥିଲେ ବୋଲରଙ୍କ ଅବସ୍ଥା କେତେ ଖରାପ ପଡୁଥିବ । କ୍ରିକେଟର ଦିନିକିଆ ଫରମାର୍ଟରେ ଟପ୍ପର ହୋଇଛନ୍ତି ରୋହିତ ଶର୍ମା । ହିଟମ୍ୟାନ୍ ଏବେ ଡେଂଜରମ୍ୟାନ୍‌ । ସିଡନୀରେ କଙ୍ଗାରୁ ବୋଲରଙ୍କୁ ଧୂଲେଇ କରି ଆଇସିସି ଦିନିକିଆ ରାକିଙ୍ଗରେ ପ୍ରଥମ ସ୍ଥାନକୁ ଯାଇଛନ୍ତି ରୋହିତ । ବଡ଼କଥା ହେଉଛି ଟିମ୍ ଇଣ୍ଡିଆର ଦିନିକିଆ ଅଧିନାୟକ ଶୁବମନ ଗିଲଙ୍କୁ ପଛରେ ପକାଇ ରୋହିତ ତାଲିକାର ଟପରେ ପହଞ୍ଚିଛନ୍ତି । ୩୮ ବର୍ଷ ବୟସରେ ନମ୍ବର ୱାନ୍‌ ସ୍ଥାନରେ ପହଂଚିଛନ୍ତି ରୋହିତ । ୩୮ ବର୍ଷ ୧୮୨ ଦିନରେ ଦିନିକିଆରେ ନମ୍ବର ୱାନ ବ୍ୟାଟର ବନିଛନ୍ତି ହିଟମ୍ୟାନ୍‌ । ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ରୋହିତ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ୮ କେଜି ଓଜନ କମାଇ ବିସ୍ପୋରକ ବ୍ୟାଟିଂରେ ସମାଲୋଚକଙ୍କ ମୁହଁ ବନ୍ଦ କରିଥିଲେ ।  ଯେତେ ବୟସ ବଢୁଛି ରୋହିତ ଖେଳିବା ଶୈଳୀରେ ପରିବର୍ତ୍ତନ ମଧ୍ୟ ଆସୁଛି ,ଆଉ ସେ ସେତେ ଆକ୍ରାମଣାତ୍ମକ ଢଙ୍ଗରେ ବ୍ୟାଟିଂ କରୁଛନ୍ତି ।