କନକ ବ୍ୟୁରୋ : ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଲେ ଟିମ୍‌ ଇଣ୍ତିଆର କ୍ୟାପଟେନ୍‌ ରୋହିତ ଶର୍ମା । ଏନେଇ ସେ ଖୋଦ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀ ଦ୍ୱାରା ଜଣାଇଛନ୍ତି । ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ ବେଳେ ରୋହିତ ଅବସର ନେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହାକୁ ନିଜେ ଖଣ୍ତନ କରିଥିଲେ ରୋହିତ । ଏବେ ସେ ନିଜେ ଏନେଇ ଘୋଷଣା କରିଛନ୍ତି ।

Advertisment
Rohit Sharma
Photograph: (instagram)

ଇଂଲଣ୍ତ ଟେଷ୍ଟ ସିରିଜ୍‌ରୁ ରୋହିତଙ୍କୁ କ୍ୟାପ୍ଟେନସିପ୍‌ରୁ ବାହାର କରାଯିବା ନେଇ ଚର୍ଚ୍ଚାର କିଛି ସମୟ ମଧ୍ୟରେ ହିଁ ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ହିଟମ୍ୟାନ୍‌ । ରୋହିତ ନିଜ ଶେଷ ଟେଷ୍ଟ ମ୍ୟାଚ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ । ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ ମ୍ୟାଚ୍‌ରୁ ରୋହତିଙ୍କୁ ଖରାପ ଫର୍ମ ପାଇଁ ବାଦ ଦିଆଯାଇଥିଲା ।

୩୮ ବର୍ଷୀୟ ରୋହିତ୍ ୬୭ ଟେଷ୍ଟରେ ୪୦.୫୭ ହାରରେ ୪୩୦୧ ରନ କରିଛନ୍ତି । ତାଙ୍କ ଟେଷ୍ଟ କ୍ୟାରିୟରରେ ୧୨ ଶତକ ଏବଂ ୧୮ ଅର୍ଦ୍ଧଶତକ ସାମିଲ ରହିଛି । ବର୍ତ୍ତମାନ ସମୟରେ ସେ ଭାରତ ଟେଷ୍ଟ ଓ ଦିନିକିଆ ଟିମର ଅଧିନାୟକ ଥିଲେ । ଗତ ବର୍ଷ ଟି-୨୦ ବିଶ୍ୱକପ୍ ଜିତିବା ପରେ ରୋହିତ୍ ଟି-ଟ୍ୱେଣ୍ଟି ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଥିଲେ ।