ଦୁର୍ଦ୍ଦିନରେ କଳାକାର ; ୧୭ ମାସ ହେଲା ମିଳିନି ଭତ୍ତା

Advertisment

ଯେଉଁ ଭତ୍ତା ଗୋଟିଏ କଳାକାରର ବାର୍ଦ୍ଧକ୍ୟ ସମୟରେ ଆଶାର ବାଡ଼ି ସାଜିଥାଏ, ଆଜି ସେଇ ଭତ୍ତା ଟିକକ ପାଇଁ କଳାକାରକୁ ଆଖିରୁ ଲୁହ ଝରେଇବାକୁ ପଡ଼ୁଛି ।

ଯେଉଁ ଭତ୍ତା ଗୋଟିଏ କଳାକାରର ବାର୍ଦ୍ଧକ୍ୟ ସମୟରେ ଆଶାର ବାଡ଼ି ସାଜିଥାଏ, ଆଜି ସେଇ ଭତ୍ତା ଟିକକ ପାଇଁ କଳାକାରକୁ ଆଖିରୁ ଲୁହ ଝରେଇବାକୁ ପଡ଼ୁଛି ।

Bhatta Problem

Bhatta Problem Photograph: (Kanak News)

କନକ ବ୍ୟୁରୋ : ଯେଉଁ ଆଖିରୁ ଦିନେ କଳାପରିବେଷଣ ପାଇଁ ଲୁହ ଝରୁଥିଲା, ଆଜି ସେଇ ଆଖିରୁ ହକ୍ ପାଇଁ ଝରୁଛି ଲୁହ । ହେଲେ କେହି ଏହି କଳାକାରଙ୍କ ଦୁଃଖ ବୁଝିନାହାନ୍ତି । ୧୭ ମାସ ହେବ କଳାକାରଙ୍କୁ ମିଳୁନି କେନ୍ଦ୍ରୀୟ କଳାକାର ଭତ୍ତା । ଯେଉଁ ଭତ୍ତା ଗୋଟିଏ କଳାକାରର ବାର୍ଦ୍ଧକ୍ୟ ସମୟରେ ଆଶାର ବାଡ଼ି ସାଜିଥାଏ, ଆଜି ସେଇ ଭତ୍ତା ଟିକକ ପାଇଁ କଳାକାରକୁ ଆଖିରୁ ଲୁହ ଝରେଇବାକୁ ପଡ଼ୁଛି । ନୀଳଗିରି ଏନ୍‌ଏସି ବରିସାହି ଅଞ୍ଚଳର ଜଣାଶୁଣା କଳାକାର ଦୀନବନ୍ଧୁ ପ୍ରଧାନ ଓ ଗଙ୍ଗାଧର ନାୟକ ଆଜି ଭତ୍ତା ପାଇବାରୁ ବଞ୍ଚିତ ହୋଇ ଦୁଃଖରେ କାଳାତିପାତ କରୁଛନ୍ତି । ଯିଏ ଦିନେ ଯାତ୍ରା ମଞ୍ଚରେ କଳା ପରିବେଷଣ କରି ଦର୍ଶକଙ୍କ ମନୋରଞ୍ଜନ କରୁଥିଲେ, ଆଜି ସେ ବାର୍ଦ୍ଧକ୍ୟରେ ରୋଗାକ୍ରାନ୍ତ । 

ଶରୀରରେ ତାଙ୍କର ଥାଇରଏଡ, ଡାଇବେଟିସ ଭଳି ଦୁରାରୋଗ୍ୟ । ଦେହ ଥରିଲାଣି ହେଲେ ଅର୍ଥାଭାବରୁ ଔଷଧ ଖାଇପାରୁନାହାନ୍ତି । ସେହିପରି ଗଙ୍ଗାଧର ନାୟକ, ଯିଏ ୧୫ ବର୍ଷ ହେବ ଛଉ କଳା ପରିବେଷଣ କରି ଲୋକଙ୍କ ମନୋରଞ୍ଜନ କରୁଥିଲେ । ଏବେ ପାରାଲିସିସ ଓ ହୃଦରୋଗରେ ପୀଡ଼ିତ । ଦେହରେ ପେସ୍‌ ମେକର ଲାଗିଛି। ଅନ୍ୟର ସାହାରାରେ ବାଟ ଚାଲୁଛନ୍ତି । ଉଭୟ କଳାକାରଙ୍କୁ ୧୭ ମାସ ହେବ ମିଳିନାହିଁ କେନ୍ଦ୍ରୀୟ କଳାକାର ଭତ୍ତା । ବାରମ୍ବାର ଭତ୍ତା ପାଇଁ ଉଚ୍ଚ ଅଧିକାରୀଙ୍କ ପାଖରେ ନେହୁରା ହୋଇଥିଲେ ବି କେହି ଶୁଣୁନାହାନ୍ତି । ଫଳରେ ନାହିଁନାହିଁରେ ଚଳୁଛନ୍ତି ଉଭୟ ପରିବାର। ଏ ନେଇ କଲଚରରାଲ ଅଫିସରେ ଜଣାଇଛନ୍ତି, ହେଲେ କେହି ଶୁଣିଲେନି । ଦିଲ୍ଲୀ କଥା ଦିଲ୍ଲୀ ବାଲା ବୁଝିବେ... କହି ଅଧିକାରୀମାନେ ଫେରାଇଦେଉଥିବା ଉଭୟ କଳାକାର କହିଛନ୍ତି । 

ଅଧିକ ପଢ଼ନ୍ତୁ---ଲୋକଙ୍କୁ ଦ୍ବନ୍ଦ୍ବରେ ପକାଉଛନ୍ତି ସରକାର ; କାହା ନିୟମ ମାନି ଗାଡ଼ି ଚଳାଇବେ ଗାଡ଼ିଚାଳକ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe