କନକ ବ୍ୟୁରୋ : କାର, ବାଇକ, ଅଟୋ, ଟ୍ରକ ନେଇ ଆପଣ ଭୁବନେଶ୍ୱର ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଦେଇ ଯାଉଛନ୍ତି କି ? ଯଦି ଯାଉଛନ୍ତି ହୋଇଯାନ୍ତୁ ସତର୍କ । କେତେବେଳେ କେଉଁ ସମୟରେ ଆପଣଙ୍କ ମୋବାଇଲକୁ ଆସିପାରେ ମୋଟା ଅଙ୍କର ଫାଇନ କଟିଥିବା ମେସେଜ । ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ପ୍ରତି ପାଞ୍ଚ କିଲୋମିଟର ଦୂରରେ ଲାଗିଛି କ୍ୟାମେରା । ଗାଡ଼ି ଚାଳକଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖୁଛି ପରିବହନ ବିଭାଗ । ଏପଟେ କୋଉ ଗାଡି କେତେ ସ୍ପିଡ୍ ଭିତରେ ଯିବ ତାକୁ ନେଇ ଦ୍ୱନ୍ଦ୍ୱରେ ଗାଡି ଚାଳକ । କେନ୍ଦ୍ର କହୁଛି ୬୦, ରାଜ୍ୟ କହୁଛି ୫୦ । କାହା ନିର୍ଦ୍ଦେଶ ମାନିବେ ଲୋକେ । ଗାଡ଼ି ଚାଳକଙ୍କ ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ଜାତୀୟ ରାଜପଥର ହୋର୍ଡିଂ ।
ଦ୍ୱନ୍ଦ୍ୱ ବଢ଼ାଉଛି ପୁରୀ ଭୁବନେଶ୍ବର ୩୧୬ ନମ୍ବର ଜାତୀୟ ରାଜପଥରେ ଲଗାଯାଇଥିବା ପୃଥକ ପୃଥକ ବଡ଼ ବଡ଼ ହୋର୍ଡିଂ । ଗୋଟେ ପଟେ ପୁରୀ ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ୍ଙ୍କ ଆଦେଶ ଅଛି ବୋଲି ସ୍ପଷ୍ଟ ଭାବରେ ହୋର୍ଡିଂରେ ଲଗାଯାଇଛି ଯେ ବାଇକ ୫୦, କାର ୭୦, ଟ୍ରକ ୫୦ ବେଗରେ ଜାତୀୟ ରାଜପଥରେ ଯିବେ । ଅନ୍ୟପଟେ ଜାତୀୟ ରାଜପଥ ତରଫରୁ ଅନ୍ୟ ଏକ ହୋର୍ଡିଂରେ ଲେଖାଯାଇଛି ବାଇକ ୬୦, ଅଟୋ ୪୦, କାର ୮୦, ଟ୍ରକ ୬୦ ସ୍ପିଡ୍ରେ ଯାଇପାରିବେ । ଦୁଇଟି ହୋର୍ଡିଂରେ ଦୁଇ ପ୍ରକାରର କଥା । କାହା କଥା ମାନିବେ ଗାଡ଼ି ଚାଳକ, ସେ ନେଇ ଦ୍ବନ୍ଦ୍ବରେ । ଏପଟେ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ଫାଇନ ଚାଲାଣ କାଟିବା ପାଇଁ ଛଞ୍ଚାଣ ଆଖିରେ ଅନାଇ ବସିଛି ସିସିଟିଭି କ୍ୟାମେରା । ପ୍ରତି ପାଞ୍ଚ କିଲୋମିଟର ବ୍ୟବଧାନରେ ଚାହିଁଛି । କାହାର କେଉଁ ସମୟରେ ଚାଲାଣ କଟୁଛି କେହି ଜାଣିପାରୁନଥିବା ବେଳେ ଏବେ NH ରେ ଲଗାଯାଇଥିବା ଭିନ୍ନ ଭିନ୍ନ ହୋର୍ଡିଂ ଦେଖି ଗାଡ଼ି ଚାଳକ ଆଶ୍ଚର୍ଯ୍ୟ ।
ଅଧିକ ପଢ଼ନ୍ତୁ---ବଲାଙ୍ଗୀରରେ ବ୍ରିଜ୍ ତଳୁ ବ୍ୟବସାୟୀଙ୍କ ମୃତଦେହ ମିଳିବା ଘଟଣା ; ସୁପାରି ଦେଇ ଭାଇକୁ ହତ୍ୟା କରିଛି ଭାଇ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/17/nh-speed-limit-hoarding-2026-01-17-16-30-37.jpg)