କନକ ବ୍ୟୁରୋ: ଭତ୍ତା ମିଳୁଛି ୧୦୦୦ ଟଙ୍କା, କିନ୍ତୁ ବ୍ୟାଙ୍କକୁ ଯିବାକୁ ଅଟୋ ଭଡା ଲାଗୁଛି ୨୦୦ ଟଙ୍କା'। ପକେଟ୍‌କୁ ଟଙ୍କା ଆସିବା ପୂର୍ବରୁ ହିଁ ବାଟରେ ଅଧା ସରିଯାଉଛି । ସରକାରୀ ସହାୟତା ପାଇବା ପାଇଁ ଜଣେ ଗରିବ ଲୋକକୁ ଯେଉଁ ସଂଘର୍ଷ କରିବାକୁ ପଡ଼ୁଛି, ତାହା ଆଜିର ସମୟରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବା ବେଳକୁ ବାଟରେ ହିଁ ଅଧା ପବନ ହୋଇଯାଉଛି । ଭତ୍ତା ଟଙ୍କା ବଢୁଛି କି ନାହିଁ ଜଣାନାହିଁ, ହେଲେ ଅଟୋ ଭଡା କିନ୍ତୁ ୨୦୦ ଟଙ୍କା ଦେବାକୁ ପଡୁଛି । ଏମିତି ପରିସ୍ଥିତିରେ ଜଣେ ସାଧାରଣ ହିତାଧିକାରୀ କରିବ କ'ଣ? ଏହି ସମସ୍ୟା କେବଳ ଜଣେ କି ଦି ଜଣଙ୍କର ନୁହେଁ ବରଂ ପୂରା ଗାଁର ସମସ୍ୟା ।  

Advertisment

ଆହୁରି ପଢ଼ନ୍ତୁ... ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରିବାକୁ ସୁଯୋଗ ଉଣ୍ଡି ବସିଛନ୍ତି ୧୫୦ରୁ ଅଧିକ ଆତଙ୍କବାଦୀ

କାମାକ୍ଷାନଗର ବ୍ଳକ ସାରୁଆଳି ପଞ୍ଚାୟତ ଅଧୀନରେ ଥିବା ବଣ ପାହାଡ଼ ଘେରା ସାରୁଆଳି ଗାଁ । ଗାଁରେ ରହୁଥିବା ଲୋକମାନେ ସରକାରଙ୍କ ତରଫରୁ ମିଳୁଥିବା ଭତ୍ତା ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି ଆଉ ସେହି ଟଙ୍କା ଉଠାଇବାକୁ ସେମାନଙ୍କୁ ମହୁଲପାଳ ବ୍ୟାଙ୍କ ଯିବାକୁ ପଡ଼େ । ହେଲେ ବୃଦ୍ଧ ବୃଦ୍ଧାଙ୍କୁ ବ୍ୟାଙ୍କ ଯିବାକୁ ଅଟୋ ଭଡା କରି କରିବାକୁ ପଡେ । ୧୦୦୦ ଟଙ୍କା ଭତ୍ତା ପାଉଥିବା ବେଳେ ଅଟୋ ଅଟୋ ବାଲା ୨୦୦ ଟଙ୍କା ନେଇଯାଏ ।

ଗତ ୨ମାସ ହେଲାଣି ଗାଁର କେତେକ ଲୋକ ଭତ୍ତା ପାଉ ନାହାନ୍ତି । ସେମାନେ ୩ରୁ ୪ଥର ଅଟୋ ଭଡା କରି ମହୁଲପାଳ ଆସିଥିଲେ ହେଲେ ଭତ୍ତା ତାଙ୍କ ଆକାଉଣ୍ଟକୁ ଆସିନଥିବା ଅଭିଯୋଗ କରିଛନ୍ତି । ସରକାରଙ୍କର ଗରିବ କଲ୍ୟାଣ ପାଇଁ ଏସବୁ ଯୋଜନା ସତେ ଯେମିତି ଏମାନଙ୍କ ପାଇଁ ଦିଗହରା ପାଲଟି ଯାଇଛି । ଲୋକମାନେ ଦାବି କରିଛନ୍ତି ସେମାନଙ୍କୁ ଗାଁରେ ପୂର୍ବଭଳି ହାତକୁ ହାତ ଭତ୍ତା ଟଙ୍କା ଦେଲେ ଗରିବ ଲୋକମାନଙ୍କର କାମରେ ଲାଗିବ ନହେଲେ ଏଭଳିଆ ପ୍ରତ୍ୟକ ମାସରେ ଭତ୍ତା ୧୦୦୦କୁ ଅଟୋ ଭଡା ୨୦୦ ଲେଖାଏଁ ଯିବ ।