ସୁଧାରଗୃହରେ ଚାଲିଛି କ’ଣ ; ଉଠିଲା ପ୍ରଶ୍ନ, ସୁଧୁରୁଛନ୍ତି ନା ବିଗୁଡ଼ୁଛନ୍ତି

Advertisment

ରାଜ୍ୟର ଏକମାତ୍ର ସୁରକ୍ଷିତ ଆଶ୍ରୟ କେନ୍ଦ୍ରରୁ ଆସିଛି ସାଂଘାତିକ ଚିତ୍ର । ସୁଧାର କେନ୍ଦ୍ରରେ ବେଧଡ଼କ ଚାଲିଛି ରିଲ୍ସ । ଆଉ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି । ଭାଇରାଲ ହେଲା ପରେ ଏହାକୁ ଡିଲିଟ୍ ମଧ୍ୟ କରିଦେଉେଛନ୍ତି ।

ରାଜ୍ୟର ଏକମାତ୍ର ସୁରକ୍ଷିତ ଆଶ୍ରୟ କେନ୍ଦ୍ରରୁ ଆସିଛି ସାଂଘାତିକ ଚିତ୍ର । ସୁଧାର କେନ୍ଦ୍ରରେ ବେଧଡ଼କ ଚାଲିଛି ରିଲ୍ସ । ଆଉ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି । ଭାଇରାଲ ହେଲା ପରେ ଏହାକୁ ଡିଲିଟ୍ ମଧ୍ୟ କରିଦେଉେଛନ୍ତି ।

Sudhara gruha

Sudhara gruha Photograph: (kanak news)

କନକ ବ୍ୟୁରୋ : ସୁଧାରଗୃହରେ ଚାଲିଛି କ’ଣ ? ସୁଧାର ହେବାକୁ ଯାଉଛନ୍ତି ନା ବିଗିଡ଼ିବାକୁ । ରାଜ୍ୟର ଏକମାତ୍ର ସୁରକ୍ଷିତ ଆଶ୍ରୟ କେନ୍ଦ୍ରରୁ ଆସିଛି ସାଂଘାତିକ ଚିତ୍ର । ସୁଧାର କେନ୍ଦ୍ରରେ ବେଧଡ଼କ ଚାଲିଛି ରିଲ୍ସ । ଆଉ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି । ଭାଇରାଲ ହେଲା ପରେ ଏହାକୁ ଡିଲିଟ୍ ମଧ୍ୟ କରିଦେଉେଛନ୍ତି । ଦୁଇଟି ରିଲ୍‌ସ, ସିସି ଟିଭିରେ କଏଦୀ ସୁରକ୍ଷା ଦାୟିତ୍ବରେ ଥିବା ଯୁବତୀ ଓ ଅନ୍ତେବାସୀଙ୍କ ଭିନ୍ନ ଚିତ୍ର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡି ଥିବା ସତ୍ତ୍ବେ ସେଲ୍‌ ଭିତରକୁ କିପରି ମୋବାଇଲ ଯାଉଛି ? କେଉଁମାନେ ଏମାନଙ୍କୁ ଅନୁମତି ଦେଉଛନ୍ତି ? ଏହାର ତଦନ୍ତ ହେବାର ଆବଶ୍ୟକତା ରହିଛି । 

ଓଡ଼ିଶାର ୩୦ ଜିଲ୍ଲାରେ ସଂଘଠିତ ବିଭିନ୍ନ ଅପରାଧରେ ଆସି ପ୍ରାୟ ୯୫ରୁ ଅଧିକ ଅନ୍ତେବାସୀ ଏଠାରେ ରହୁଛନ୍ତି । ଏମାନଙ୍କ ସୁରକ୍ଷା ଦାୟିତ୍ବରେ ପୁଲିସ ନୁହେଁ, ଗୃହରକ୍ଷୀମାନେ ରହିଛନ୍ତି । ସେମାନଙ୍କୁ ଅନ୍ତେବାସୀମାନେ ଆଦୌ ଖାତିର କରୁନାହାନ୍ତି  । ଓଲଟା ଜୀବନରୁ ମାରିଦେବାକୁ ଧମକଚମକ ଦେଇଛନ୍ତି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନା କହିଛନ୍ତି, ସେମାନଙ୍କ ଫଟୋ ବାହାରକୁ ଆସିବା କଥା ନୁହେଁ । କିଛି ମାସ ପୂର୍ବରୁ ପୂଜାରେ ଯୁବତୀ ଓ ଜଣେ ଅନ୍ତବାସୀ ରିଲ୍‌ସ ବନାଇ ସୋସିଆଲ ମିଡିରେ ଛାଡ଼ିଦେଇଥିଲେ । ଜଣାପଡ଼ିବା ପରେ ଡିଲିଟ୍‌ କରାଯାଇଥିଲା । ପାନପୋଷ ଉପଜିଲ୍ଲାପାଳ ଏହାର ତଦନ୍ତ ମଧ୍ୟ କରି କାର୍ଯ୍ୟାନୁଷ୍ଠାନ ନେଇଥିଲେ । କିଛି ଅନ୍ତେବାସୀଙ୍କ ମୋବାଇଲ ଜବତ ହୋଇଥିଲା କିନ୍ତୁ ଏବେ ପୁଣି ଏମିତି ହେବା ଆଶ୍ଚର୍ଯ୍ୟ ଲାଗୁଛି । 

ଆହୁରି ପଢ଼ନ୍ତୁ : ୱାଟକୋ ଭୁଲ ପାଇଁ ନଷ୍ଟ ହୋଇଗଲା ଲକ୍ଷାଧିକ ଟଙ୍କାର ଧାନ: କୁବେର ଭୁକ୍ତାଙ୍କ ଖଳାରୁ ଆସିଲା ସାଂଘାତିକ ଦୃଶ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe