କନକ ବ୍ୟୁରୋ: ୱାଟକୋର ଭୁଲ ପାଇଁ ନଷ୍ଟ ହୋଇଗଲା ଚାଷୀଙ୍କ ଧାନ । ୱାଟକୋ ପାଇପ୍ ଫାଟି ଭିଜିଗଲା ୭୦୦ ବସ୍ତା ଧାନ । ପିଏଚ୍ଡି ପାଇପ ଫାଟିବାରୁ ୭୦୦ ଶହ ବସ୍ତା ଧାନ ଓଦା ହୋଇ ନଷ୍ଟ ହୋଇଯାଇଛି । ସମ୍ବଲପୁର ଭତରାର ହସ୍ପିଟାଲ ରୋଡ ପାଖ ଖଳାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ଖଳାରେ ଥିବା ଚାଷୀ କୁବେର ଭୁକ୍ତାଙ୍କ ପ୍ରାୟ ୭୦୦ ବସ୍ତା ଧାନ ଭିଜି ନଷ୍ଟ ହୋଇଯାଇଛି । ପିଏଚଡି ଅଧୀନରେ ଥିବା ଶିବଶକ୍ତି ଠିକା ସଂସ୍ଥାର ଭୁଲ ପାଇଁ ପ୍ରାୟ ୬ରୁ ୭ ଲକ୍ଷ ଟଙ୍କାର ଧାନ ବର୍ବାଦ ହୋଇଥିବା ଅଭିଯୋଗ ହୋଇଛି । ବୁଧବାର ରାତି ୧୦ରୁ ପାଇପ୍ ଫାଟି ସକାଳ ପର୍ଯ୍ୟନ୍ତ ପାଣି ଲିକେଜ ହୋଇଛି । ଯାହାଫଳରେ କୁବେରଙ୍କ ସବୁ ଧାନ ନଷ୍ଟ ହୋଇଯାଇଛି । ଏବେ ଭିଜା ଧାନକୁ ଧରି ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ କୁବେର ଭୁକ୍ତା ।
ହାଡ଼ ଭଙ୍ଗା ଶୀତ ରାତିରେ ଧାନ ଖଳାରେ ଜଗି ବସିଛି ଚାଷୀ
ଅନେକ ପରିଶ୍ରମ ପରେ ଜଣେ ଚାଷୀ ସୁନାର ଫସଲକୁ ଅମଳ କରିଥାଏ । ସେଥିରୁ ଦୁଇ ପଇସା ରୋଜଗାର କରିବାର ଆଶା ବାନ୍ଧିଥାଏ । ବର୍ଷକ ଯାକର ଗୁଜରାଣ ମେଣ୍ଟାଇବା ନେଇ ମଧ୍ୟ ଆଶାରେ ଥାଏ । କେତେ ଝଡ଼ ବର୍ଷା, ପାଣି ଅଭାବ, ମରୁଡ଼ି ସତ୍ୱେ ବି ଚାଷୀଟିଏ ଚାଷରୁ କେବେ ମୁହଁ ଫେରାଏ ନାହିଁ । କିନ୍ତୁ ଏତେ ପରିଶ୍ରମ କରି ଅମଳ କରିଥିବା ଧାନ ଯଦି ଅନ୍ୟର ଭୁଲ ପାଇଁ ନଷ୍ଟ ହୋଇଯିବ ତେବେ ତାକୁ କେମିତି ସହିବ ଚଷା ପୁଅ । ଏଠାରେ କ୍ଷତି ସହିଥିବା ଏହି ଚଷା ପୁଅକୁ କ୍ଷତିପୂରଣ ମିଳିବା ନିହାତି ଆବଶ୍ୟକତା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/11/till004-2025-12-11-11-12-38.jpg)