କନକ ବ୍ୟୁରୋ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ ତଥା ଭାରତର ସବୁଠାରୁ ୱାଣ୍ଟେଡ୍ ଅପରାଧୀମାନଙ୍କ ମଧ୍ୟରୁ ଜଣେ ଶେଷରେ ଭାରତ ଫେରିଛି । ବୁଧବାର ଆମେରିକାରୁ ଅନମୋଲ ବିଷ୍ଣୋଇକୁ ଦିଲ୍ଲୀ ଅଣାଯାଇଛି । ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରୁ ଏନଆଇଏର ଅଧିକାରୀମାନେ ଅନମୋଲକୁ ହେପାଜତକୁ ନେଇଛନ୍ତି । ୨୦୨୨ରୁ ଫେରାର ଥିବା ଅନମୋଲ ଭାରତ ଆସିବା ପରେ ଏନଆଇଏ ହେପାଜତରୁ ଗ୍ୟାଙ୍ଗଷ୍ଟରର ପ୍ରଥମ ଫଟୋ ସାମନାକୁ ଆସିଛି । ଯେଉଁଥିରେ ସେ ଧଳା ସ୍ବେଟର୍ , କଳା ଜିନ୍ସ ପିନ୍ଧିଥିବାର ଦେଖାଯାଉଥିବା ବେଳେ ଗ୍ୟାଙ୍ଗଷ୍ଟରର ମୁଣ୍ଡ ତଳକୁ ନଇଁ ପଡ଼ିଛି । NIA ୨୦୨୩ ରେ ଅନମୋଲ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା । ଏହି ତଦନ୍ତରୁ ଜଣାପଡ଼ିଥିଲା ଯେ ମୋଷ୍ଟୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର୍ ଏବଂ ଲରେନ୍ସ ବିଷ୍ଣୋଇ ସହ ମିଶି ୨୦୨୦ ରୁ ୨୦୨୩ ଭିତରେ ଅନମୋଲ୍ ଦେଶରେ ଅନେକ ନାମୀଦାମୀ ଚେହେରାଙ୍କ ଉପରେ ଆକ୍ରମଣ କରିଥିଲା । ସେଥିମଧ୍ୟରୁ କିଛି ଲୋକଙ୍କ ମୃତ୍ୟୁ ବି ହୋଇଯାଇଛି ।
NIA ଅନୁସାରେ ଅନମୋଲ ଆମେରିକାରେ ରହି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର "ଆତଙ୍କବାଦୀ ସିଣ୍ଡିକେଟ୍" ପରିଚାଳନା କରୁଥିଲା । ସେ ଗ୍ୟାଙ୍ଗ ସହିତ ଜଡ଼ିତ ସୁଟରଙ୍କୁ ଆଶ୍ରୟ ଦେବା ସହ ଏକ ବିଳାସପୂର୍ଣ୍ଣ ଜୀବନ ଜିଇଁବାକୁ ସବୁ ସୁବିଧା ମଧ୍ୟ ଯୋଗାଉଥିଲା । ବିଦେଶରେ ବସି ଭାରତରେ ଟଙ୍କା ଆଦାୟ କରୁଥିଲା ଅନମୋଲ ବିଷ୍ଣୋଇ । NIA ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଅନମୋଲ ଅନ୍ୟ ଗ୍ୟାଙ୍ଗଷ୍ଟରଙ୍କ ସହିତ ମିଶି ଦାଦାବଟି ଆଦାୟ ଏବଂ ଅଣ୍ଡରୱାର୍ଲ୍ଡ କାର୍ଯ୍ୟକଳାପରେ ମଧ୍ୟ ଲିପ୍ତ ଥିଲା ।
ଅଧିକ ପଢ଼ନ୍ତୁ--ନିର୍ମାଣର ବର୍ଷ ବର୍ଷ ପରେ ବି କାମରେ ଆସୁନି, ପୋଲ କାର୍ଯ୍ୟକ୍ଷମର ବାଧକ ସାଜିଛି ଆପ୍ରୋଚ୍ ରୋଡ
ଦୀର୍ଘ ଦିନ ଧରି ପଳାତକ ଥିବା ଲରେନ୍ସ ବିଷ୍ଣୋଇର ସବୁଠାରୁ ବିଶ୍ବାସଯୋଗ୍ୟ ଅନମୋଲକୁ ଏବେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ କଷ୍ଟଡି ପାଇଁ ନିଆଯିବ । ସଂଗଠିତ ଅପରାଧ ସିଣ୍ଡିକେଟ୍ ମାମଲାରେ ଏନଆଇଏ ଗ୍ୟାଙ୍ଗଷ୍ଟରକୁ ଅନେକ ଦିନ ଧରି ଖୋଜୁଥିଲା । ଏବେ ହେପାଜତକୁ ଆସିବା ପରେ ଗ୍ୟାଙ୍ଗର ଫଣ୍ଡିଙ୍ଗ୍ , ନେଟୱାର୍କ ଏବଂ ବିଦେଶରେ କେମିତି ରହି ଅପରେସନ ଚଲାଉଥିଲା ଗ୍ୟାଙ୍ଗଷ୍ଟର୍ ସେ ବିଷୟରେ ଖୋଳତାଡ଼ କରାଯିବ ।
ଅଧିକ ପଢ଼ନ୍ତୁ--‘ବୋକା ବିହାରୀ’ ବୋଲି ଡାକୁଥିଲେ ସହପାଠୀ; ଏବେ ଭାରତର ଯୁବ ବିଧାୟିକା
ବାବା ସିଦ୍ଦିକି ହତ୍ୟାକାଣ୍ଡ ମାମଲାରେ ଅନମୋଲ ଉପରେ ଚାର୍ଜସିଟ୍ ଦାଖଲ କରାଯାଇଛି । ତଦନ୍ତରୁ ଜଣାପଡ଼ିଛି ଯେ ଗ୍ୟାଙ୍ଗଷ୍ଟର୍ ହତ୍ୟାର ପ୍ଲାନିଂ , ଗୁଳି ମାରିବା ଏବଂ ଅସ୍ତ୍ରଶସ୍ତ୍ର ଯୋଗାଇବାର ସବୁ କାମ କରିଥିଲା । ଏହି ମାମଲାରେ ତାକୁ ମୁମ୍ବାଇ ଅଣାଯିବ । କେବଳ ବାବା ସିଦ୍ଦିକି ନୁହେଁ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ମଧ୍ୟ ଅନମୋଲ ଜଣେ ଅଭିଯୁକ୍ତ । ତେଣୁ ପଞ୍ଜାବ ପୁଲିସ ମଧ୍ୟ ଗ୍ୟାଙ୍ଗଷ୍ଟରକୁ ରିମାଣ୍ଡରେ ନେଇପାରେ । ରାଜସ୍ଥାନ ଅନମୋଲ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ତା’ ଉପରେ ୨୦ ରୁ ଅଧିକ ମାମଲା ମଧ୍ୟ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/19/anmol-bishnoi-2025-11-19-18-32-15.jpg)