କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇର ପ୍ରତ୍ୟାର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଛି । ସୂତ୍ରରୁ ପ୍ରକାଶ ଯେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହି ପ୍ରକ୍ରିୟା ଆରମ୍ଭ କରିଛି । ମୁମ୍ବାଇ ପୁଲିସ ସୂତ୍ର ଅନୁଯାୟୀ, ଆମେରିକାର ଅଧିକାରୀମାନେ ଅନମୋଲର ଉପସ୍ଥିତିକୁ ଭାରତୀୟ ଅଧିକାରୀଙ୍କ ନିକଟରେ ନିଶ୍ଚିତ କରିଛନ୍ତି ।
ମୁମ୍ବାଇ କ୍ରାଇମବ୍ରାଞ୍ଚ ଗ୍ୟାଙ୍ଗ୍ଷ୍ଟର୍ ଅନମୋଲ ବିଷ୍ନୋଇର ପ୍ରତ୍ୟର୍ପାଣ ମାମଲାକୁ ନେଇ ମୁମ୍ବାଇ ସେସନ କୋର୍ଟକୁ ସୂଚନା ଦେଇଛି ଏବଂ ଖୁବଶୀଘ୍ର ଫାଇଲକୁ କେନ୍ଦ୍ରକୁ ପଠାଯିବ । ଏଥିସହ ଗ୍ୟାଙ୍ଗ୍ଷ୍ଟର୍କୁ ବିଦେଶରେ ଖୋଜିବାରେ ସହାୟତା କରିବାକୁ ଏକ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯାଇଛି ବୋଲି ସୂତ୍ରରୁ ପ୍ରକାଶ । ଅନ୍ମୋଲ୍ ଭାରତରେ ପ୍ରାୟ ୧୭ରୁ ଅଧିକ ଅପରାଧିକ ମାମଲାରେ ସଂପୃକ୍ତ ଥିବା ସୂଚନା ରହିଛି ।
ଅନ୍ମୋଲ୍ର ଭାଇ ଲରେନ୍ସ ଗୋଲ୍ଡି ବରାର୍ ସହ ମିଶି ସଲମାନ ଖାନଙ୍କ ଘର ସମ୍ମୁଖରେ ହୋଇଥିବା ଗୁଳିକାଣ୍ଡରେ ସଂପୃକ୍ତ ଥିବା ନିଶ୍ଚିତ ହୋଇଛି । ଗତ ସପ୍ତାହରେ, ଜାତୀୟ ଅନୁସନ୍ଧାନ ଏଜେନ୍ସି ଅନମୋଲର ନାଁକୁ ନାମକୁ ବହୁ ଚର୍ଚ୍ଚିତ ତାଲିକାରେ ଯୋଡିଥିଲା ଏବଂ କେହି ଅନ୍ମୋଲ୍ ସଂପର୍କରେ କିଛି ସୂଚନା ଦେଲେ ୧୦ ଲକ୍ଷ ଟଙ୍କାର ପୁରସ୍କାର ବି ଘୋଷଣା କରିଥିଲା ।
ସିଦ୍ଧୁ ମୋସୱାଲା ହତ୍ୟା ମାମଲାରେ ଅନମୋଲ ଗାୟକଙ୍କ ହତ୍ୟାରେ ବ୍ୟବହୃତ ଆମଦାନୀ ହୋଇଥିବା ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି । ଅକ୍ଟୋବର ୧୨ ତାରିଖରେ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟାରେ ବ୍ୟବହୃତ ହୋଇଥିବା ତୁର୍କୀରେ ନିର୍ମିତ ପିସ୍ତଲ ପ୍ରଦାନ କରିଥିବା ଅଭିଯୋଗ ମଧ୍ୟ ହୋଇଛି ।