କନକ ବ୍ୟୁରୋ : ଶାନ୍ତିପ୍ରିୟ ଅନୁଗୁଳ ଏବେ ଅଶାନ୍ତ । ବିଗିଡ଼ିଗଲାଣି ଆଇନ ଶୃଙ୍ଖଳା , ଗଳି କନ୍ଦିରେ ମିଳୁଛି ଡ୍ରଗସ୍ । କଥା କଥାରେ ବୁଲୁଛି ଖଣ୍ଡା, ଫୁଟୁଛି ଗୁଳି । ବାହାର ଜିଲ୍ଲାରୁ ଆସି ସହର ଭିତରେ ଡକାୟତି ଯୋଜନା କରୁଛନ୍ତି ଦୁର୍ବୃତ୍ତ । ପ୍ରତି ସପ୍ତାହରେ ଜବତ ହେଉଛି ପୁଳା ପୁଳା ବ୍ରାଉନ ସୁଗାର୍, ହେରୋଇନ୍ । ତଥାପି ଅପରାଧରେ ଲାଗୁନି ରୋକ । ଅକ୍ଟୋବର ୨ରେ ଆମ୍ବୁଲାନ୍ସ ଭଡ଼ା କଥା କଟାକଟିକୁ ନେଇ ହୋଇଥିଲା ହତ୍ୟାକାଣ୍ଡ । ବିଳମ୍ବିତ ରାତିରେ ଦୁଇ ପକ୍ଷ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ । ଭୁଜାଲି ମାଡ଼ରେ ଆହତ ହେଇଥିବା ଦୁଇ ଭାଇଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ ।
ସେହିପରି ନଭେମ୍ବର ୨୫ରେ ଅନୁଗୁଳ ସହରରେ ଡକାୟତି ପାଇଁ ଯୋଜନା କରୁଥିବା ୩ ଡକାୟତକୁ ଗିରଫ କଲା ଅନୁଗୁଳ ପୁଲିସ । ଖୋର୍ଦ୍ଧା ଓ ବୋଲଗଡ଼ ଅଞ୍ଚଳର ୫ ଜଣ ଡକାୟତ ତୁରଙ୍ଗ ପଡ଼ିଆରେ ଡକାୟତି ଯୋଜନା କରୁଥିବା ବେଳେ ଚଢ଼ାଉ କରିଥିଲା ପୁଲିସ । ସେମାନଙ୍କ ଠାରୁ ପୁଲିସ ଗୋଟିଏ ପିସ୍ତଲ, ଗୋଟିଏ ଖଣ୍ଡା, ୩୨ ଗ୍ରାମ ବ୍ରାଉନ ସୁଗାର, ଗୋଟିଏ କାର, ଦୁଇଟି ବାଇକ ସହ ୪ଟି ମୋବାଇଲ ଓ ମଦ ବୋତଲ ଜବତ କରିଥିଲା ।
ଅଧିକ ପଢ଼ନ୍ତୁ---ନେସନାଲ ହେରାଲ୍ଡ ମାମଲା: ବିଜେପି ବିରୋଧରେ କଂଗ୍ରେସର ଗର୍ଜନ
ଖାଲି ସେତିକି ନୁହେଁ ଡିସେମ୍ବର ୧୦ ରେ ମଧ୍ୟ ଘଟିଥିଲା କିଛି ଘଟଣା । ଅନୁଗୁଳ ଶିକ୍ଷକପଡ଼ା ଇକୋ ପାର୍କ ସମ୍ମୁଖରେ ରାସ୍ତାକୁ ବସ୍ ଧୂଆ ପାଣି ବହିଯିବାରୁ ବସ ହେଲ୍ପର ସହ ଝଗଡ଼ା କରିଥିଲେ ରାସ୍ତାରେ ଯାଉଥିବା କିଛି ସ୍ଥାନୀୟ ଯୁବକ । ବସକୁ ଲିଜରେ ନେଇଥିବା ଜଣେ ବ୍ୟକ୍ତି ଓ ତାଙ୍କ ବନ୍ଧୁ ଏଥିରେ ହସ୍ତକ୍ଷେପ କରିବାରୁ ଅଭିଯୁକ୍ତମାନେ ଉତକ୍ଷିପ୍ତ ହୋଇ ଅନ୍ୟ ସହଯୋଗୀଙ୍କୁ ଡାକି ଲୁହା ରଡ଼ ସାହାଯ୍ୟରେ ବସ କାଚ ଭାଙ୍ଗିବା ସହ ବସ ଲିଜ ଧାରୀଙ୍କୁ ମାଡ ମାରି ଆହତ କରିଥିଲେ । ତାଙ୍କ ବନ୍ଧୁଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ଏ ଘଟଣାରେ ଗତକାଲି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ଅନୁଗୁଳ ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/18/anugul-crime-2025-12-18-16-26-58.jpg)