କନକ ବ୍ୟୁରୋ : ନେସନାଲ ହେରାଲ୍ଡ ମାମଲାରେ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । କଂଗ୍ରେସ ଏହାକୁ 'ସତ୍ୟର ବିଜୟ' ବୋଲି ଅଭିହିତ କରିଛି । ଦୀର୍ଘ ୧୦ ବର୍ଷ ଧରି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ଦଳ ବିରୋଧରେ ବିଜେପି ଚଳାଇଥିବା ଅପପ୍ରଚାରର ଅନ୍ତ ଘଟିଛି ବୋଲି ନେତାମାନେ ମତ ଦେଇଛନ୍ତି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗୁଡ଼ିକୁ ବିଜେପି ନିଜର ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଅଭିଯୋଗର ପର୍ଦ୍ଦାଫାଶ ହୋଇଛି ବୋଲି କଂଗ୍ରେସ ଦାବି କରିଛି ।
ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ସ୍ଥାନ ସହ କଟକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଗୁଡ଼ିକରେ କର୍ମୀମାନେ ଏକାଠି ହୋଇ ବିଜେପି ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଟକ ବାରବାଟି ବିଧାୟିକା ସୋଫିଆ ଫିର୍ଦ୍ଦୋସ ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, କ୍ଷମତାକୁ ଆସିବା ପରେ ବିଜେପି ନିରପେକ୍ଷ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ନିଜ ଇଶାରାରେ ଚଳାଉଛି । କଂଗ୍ରେସ ଦଳର ମନୋବଳ ଭାଙ୍ଗିବା ପାଇଁ ବିଜେପି ଯେଉଁ ଅପଚେଷ୍ଟା କରୁଥିଲା, ତାହା ବିଫଳ ହୋଇଛି । କୋର୍ଟ ମଧ୍ୟ ଦର୍ଶାଇଛନ୍ତି ଯେ ତଦନ୍ତକାରୀ ସଂସ୍ଥା ସଠିକ୍ ତଥ୍ୟ ଉପସ୍ଥାପନ କରିପାରି ନାହାନ୍ତି ।
ଅଧିକ ପଢ଼ନ୍ତୁ---ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ; ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବିଚାର ଦାବି କଲେ ବିଜେପି ବିଧାୟକ
ସେହିପରି କଟକ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା କହିଛନ୍ତି ଯେ, ଗତ ଏକ ଦଶନ୍ଧି ଧରି ବିଜେପି ଅଯଥାରେ କଂଗ୍ରେସ ନେତୃବୃନ୍ଦଙ୍କୁ ହଇରାଣ କରୁଥିଲା । କିନ୍ତୁ କୋର୍ଟଙ୍କ ନିଷ୍ପତ୍ତି ପରେ ନ୍ୟାୟ ମିଳିଛି । ସେ ଅଭିଯୋଗ କରିଛନ୍ତି ଯେ ବିଜେପି ସରକାର ଯୋଜନାର ନାମ ବଦଳାଇବା ଏବଂ ନିର୍ବାଚନ କମିସନ ଭଳି ସାମ୍ବିଧାନିକ ସଂସ୍ଥାକୁ ହାତବାରିସି ସାଜିବା କାମ କରୁଛି । ତେବେ କୋର୍ଟଙ୍କ ରାୟ ପରେ ବିଜେପିର ପ୍ରକୃତ ମୁଖା ଖୋଲିଯାଇଛି ଏବଂ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ସେମାନଙ୍କର ଚେଷ୍ଟା ବିଫଳ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/18/congress-2025-12-18-16-14-44.jpg)