କନକ ବ୍ୟୁରୋ : କେନ୍ଦୁଝର ମହିଳା ମହାବିଦ୍ୟାଳୟର ମହିଳା ଅଧ୍ୟାପିକାଙ୍କର ସନ୍ଦେହଜନକ ମୃତ୍ୟୁ । ଘଟଣାରେ ଅଧ୍ୟାପିକାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କଲା ଟାଉନ୍ ଥାନା ପୁଲିସ । ଗତକାଲି କେନ୍ଦୁଝର ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ପ୍ରିୟଙ୍କା ଦାଶଙ୍କର ମୃତ୍ୟୁ ମାମଲାରେ ତାଙ୍କ ପୁରୁଷ ବନ୍ଧୁ ରୁଦ୍ର ମିଶ୍ରଙ୍କୁ ଗିରଫ କରିଛି ପୁଲିସ ।
ସୂଚନା ଅନୁସାରେ ବାଲେଶ୍ୱର ବାହାନଗା ବ୍ଲକ୍ ଗୋପାଳପୁର ଥାନା ଅଞ୍ଚଳର ପ୍ରିୟଙ୍କା ଦାଶ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟରେ ଗୃହବିଜ୍ଞାନ ଅଧ୍ୟାପିକା ଭାବେ କାମ କରୁଥିଲେ । କିଛି ମାସ ହେବ ସେ ରୁଦ୍ର ମିଶ୍ରଙ୍କ ମାଇନିଂ ରୋଡ୍ ସ୍ଥିତ ଘରେ ରହୁଥିଲେ । ଗତକାଲି ସକାଳେ ହଠାତ୍ ପ୍ରିୟଙ୍କାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରିଥିଲେ ରୁଦ୍ର । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ପ୍ରିୟଙ୍କାଙ୍କ ପରିବାର ସଦର ଥାନାରେ ହତ୍ୟା ଅଭିଯୋଗ ନେଇ ଏତଲା ଦେଇଥିଲେ । ପରେ ରୁଦ୍ର ମିଶ୍ରଙ୍କୁ ଗିରଫ କରିଛି ଟାଉନ୍ ଥାନା ପୁଲିସ । ତେବେ ଦୁହିଁଙ୍କ ଭିତରେ ପାଟିତୁଣ୍ଡ ହୋଇଥିବା ଏବଂ ପ୍ରିୟଙ୍କାଙ୍କୁ ରୁଦ୍ର ଯୋଜନାବଦ୍ଧ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଅଧିକ ପଢ଼ନ୍ତୁ : ଘରୋଇ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ ଘଟଣା ; ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ତନାଘନା
ସେପଟେ ଧଉଳି ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର୍ ଗିରଫ । ଜୋକର୍କୁ ଗଞ୍ଜାମରୁ ଗିରଫ କଲା କମିସନ୍ରେଟ୍ ପୁଲିସ୍ର ସ୍ପେଶାଲ ସ୍କ୍ୱାର୍ଡ । ଦୁଷ୍କର୍ମ ଘଟଣା ପରେ ଜୋକର ପ୍ରଥମେ ଖୋର୍ଦ୍ଧାରେ ଆତ୍ମଗୋପନ କରିଥିଲା । ପରେ ଗଞ୍ଜାମ ଚାଲିଯାଇଥିଲା । ଜୋକରକୁ ଖୋଜି ଖୋଜି ନାକରେ ପାଣି ପିଇଥିଲା ପୁଲିସ । ଶେଷରେ ଗଞ୍ଜାମରେ ଲୁଚିଥିବାବେଳେ ତାକୁ କାବୁ କରିଛି ।
ତେବେ ଜୋକର ଜଣେ ପେଶାଦାର ଅପରାଧୀ । ତା ନାଁରେ ପୂର୍ବରୁ ୧୫ଟି ମାମଲାରେ ରହିଛି । ପୂର୍ବରୁ ପୁଲିସକୁ ହାଣି ଜେଲ ଯାଇ ଫେରିଥିଲା । ଆଉ ଏହି ଜେଲ୍ ଫେରନ୍ତା ନାବାଳିକା ଗଣଦୁଷ୍କର୍ମର ମାଷ୍ଟରମାଇଣ୍ଡ । ଏହାପୂର୍ବରୁ ଘଟଣାରେ ଅନ୍ୟ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ସାମ୍ନାକୁ ଆସିଲା ବାଙ୍କୁଆଳ ନଦୀ ପଠାରେ ନାବାଳିକାଙ୍କୁ ଦୁଷ୍କର୍ମର ପୁରା କାହାଣୀ କହିଛନ୍ତି ତାଙ୍କ ପୁରୁଷ ବନ୍ଧୁ । ସେପଟେ ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ତଦନ୍ତକାରୀ ଟିମ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/18/college-lecturer-2025-12-18-12-00-28.jpg)