କନକ ବ୍ୟୁରୋ :କୋଟିଆରୁ ବିତାଡ଼ିତ ଓ ଅପଦସ୍ଥ ହେବାର ଜବାବ ଦେଇଛି ଆନ୍ଧ୍ର । କୋରାପୁଟ କୋଟିଆର ବିବାଦୀୟ ଭୂଖଣ୍ଡରେ ଏଜେଣ୍ଟଙ୍କ ଜରିଆରେ  ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରିଛି । ବାରମ୍ବାର ଏଜେଣ୍ଟ ନାଲିଆଖି ଦେଖାଉଥିଲେ ସୁଦ୍ଧା ପୁଲିସ ଓ ପ୍ରଶାସନ ନିରବ ରହୁଛି । ଯାହାଫଳରେ ଏଜେଣ୍ଟଙ୍କ ସାହସ ବଢ଼ି ଯାଇଛି । ଓଡ଼ିଶା ସରକାରଙ୍କ ବିରୋଧରେ ଖୋଲାଖୋଲି ବୟାନ ଦେବା ଆରମ୍ଭ କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ:   ଶୂନ୍ୟକାଳରେ ଉଠିଲା କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ପ୍ରସଙ୍ଗ

ଓଡ଼ିଶା ସରକାରଙ୍କ କଡ଼ା ଆଭିମୁଖ୍ୟ ପରେ ଆନ୍ଧ୍ରର ଅନୁପ୍ରବେଶ ଯଥେଷ୍ଟ କମିଛି । କିନ୍ତୁ କୋଟିଆ ମୋହ ତୁଟିନାହିଁ । କୋଟିଆ ଗ୍ରାମପୁଞ୍ଜର ସୀମାନ୍ତ ପାଟୁସିନେରୀ ଗାଁରେ ଦୁଇ ଦିନ ପୂର୍ବରୁ ବ୍ଲକ ପ୍ରସାସନ ଲଗାଇଥିବା ବୋର୍ଡକୁ ଭାଙ୍ଗିଦେଈଛନ୍ତି ଆନ୍ଧ୍ର ଏଜେଣ୍ଟ । ଏହି ପ୍ରସଙ୍ଗକୁ ଆଜି ବିଧାନସଭାରେ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । କହିଛନ୍ତି, କୋଟିଆରେ ଆନ୍ଧ୍ର ଦାଦାଗିରି କରୁଛି । ସରକାର ନିରବ, କିଛି ପଦକ୍ଷେପ ନେଉ ନାହାନ୍ତି । ସରକାରଙ୍କ ମନ୍ତ୍ରୀ କୋରାପୁଟ ଯାଉଛନ୍ତି ହେଲେ କୋଟିଆ ଯାଉ ନାହାନ୍ତି । ଆନ୍ଧ୍ର କୋଟିଆ ନେଇଯିବ ସରକାର ଅନେଇ ବସିଥିବେ । ବାଚସ୍ପତି ଏହି ପ୍ରସଙ୍ଗରେ ରୁଲିଂ ଦିଅନ୍ତୁ  । ବିଜେଡି ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ବିଜେପି କହିଛି ମୋହନ ସରକାରଙ୍କ ଫୋକସରେ ଅଛି କୋଟିଆ।

ଅଧିକ ପଢ଼ନ୍ତୁ:   ତୁଟୁନି କୋଟିଆ କଳି : ଥମୁନି ଆନ୍ଧ୍ର ଏଜେଣ୍ଟଙ୍କ ଦାଦାଗିରି

 ସୋମବାର ଫଗୁଣସିନେରି, ହରମାଣ୍ଡାଙ୍ଗି, ମାଡ଼କାର, ମହିପାଣି ଭଳି ୭ଟି ଗାଁର ଲୋକଙ୍କୁ ଏକାଠି କରିଥିଲେ ଏଜେଣ୍ଟ। ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ବିରୋଧ କରିବା ପାଇଁ ଉସୁକାଇଥିଲେ। ଏନେଇ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା କହିଛନ୍ତି ସ୍ଥାନୀୟ ସରପଂଚ । 

ଅଧିକ ପଢ଼ନ୍ତୁ:   କୋଟିଆ ପିଛା ଛାଡ଼ୁନି ଆନ୍ଧ୍ର; ଗଳାବାଟ ଦେଇ ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ର ଅଧିକାରୀ

କୋଟିଆକୁ ନିଜ ସପକ୍ଷରେ ନେବାକୁ ନୂଆ ରଣନୀତି ଆରମ୍ଭ କରିଛି ଆନ୍ଧ୍ର । ବିବାଦୀୟ ୨୧ ଖଣ୍ଡ ଗାଁରେ ପ୍ରତ୍ୟେକ ୨୦ ଘରକୁ ଗୋଟିଏ ଲେଖାଏଁ ଏଜେଣ୍ଟ ନିଯୁକ୍ତି ଦେଇଛି ଆନ୍ଧ୍ର । ଏହି ଏଜେଣ୍ଟଙ୍କ ଜରିଆରେ ଖୁବ ସହଜରେ ଆନ୍ଧ୍ର ଅଧିକାରୀ ଗଳାବାଟରେ କୋଟିଆରେ ପ୍ରବେଶ କରୁଛନ୍ତି । ରାଜ୍ୟ ସରକାର ଏହାକୁ ଯଦି ଗୁରୁତର ସହ ନେଇ ସମାଧାନ ନକଲେ  ଆଗାମୀ ଦିନରେ ସ୍ଥିତି ଅସମ୍ଭାଳ ହେବ ।