କନକ ବ୍ୟୁରୋ : ପ୍ରକୃତରେ କାହା ପାଇଁ ଆବାସ ଯୋଜନା ? ଗରିବ, ଅସହାୟ ଟିଏ ଦୌଡ଼ି ଦୌଡ଼ି ତା’ ଚପଲ ଘୋରି ହୋଇଯାଉଛି, ହେଲେ ସରକାରୀ ବାବୁ ଶୁଣୁନାହାନ୍ତି । କଟକ ଜିଲ୍ଲା ନିଆଳି ବ୍ଲକ ପୋଖାରୀ ଗାଁରେ ଆମେ ଆଜି ଏମିତି ଜଣେ ବୃଦ୍ଧାଙ୍କ କଥା କହୁଛୁ , ଆବାସ ଖଣ୍ଡେ ପାଇଁ ଅପେକ୍ଷା କରି କରି ୮୦ ଛୁଇଁଲାଣି । କେତେ ଯେ ନେହୁରା ହୋଇଛନ୍ତି, ହେଲେ କାହା ଆଖିରେ ପଡ଼ିନି ବୃଦ୍ଧାଙ୍କ ଦୁଃଖ । ମାଟି କାନ୍ଥ ତା’ ଉପରେ ଛିଣ୍ଡା ଜରିପାଲ । କାନ୍ଥ ବି ଫାଟି ଆଁ କରିଛି । କେତେବେଳେ କାନ୍ଥଟି ଚଟଣା ଉପରେ ମାଡ଼ି ବସିବ ତା’ ବି କହି ହେଉନାହିଁ । ଏହାରି ଭିତରେ ନିଜ ଭାଗ୍ୟକୁ ଆଦରି ପଡ଼ିଛନ୍ତି ୮୦ ବର୍ଷୀୟ ବୃଦ୍ଧା । ହେଲେ ବିଡ଼ମ୍ବନା ଆଜି ଯାଏଁ ବୃଦ୍ଧାଙ୍କ ଦୁଃଖ ଏସି ରୁମ୍ରେ ବସୁଥିବା ବାବୁଙ୍କ ଆଖିରେ ପଡ଼ିନି ।
ନିଆଳି ବ୍ଲକ ପୋଖରୀ ଗାଁର ଜହ୍ନ ବସ୍ତିଆ । ସ୍ୱାମୀ ଦୀର୍ଘ ୨୨ ବର୍ଷ ତଳେ ହାତ ଛାଡ଼ି ଚାଲିଗଲେ , କୌଣସି ପିଲା ଛୁଆ ନାହାନ୍ତି । ୫ ବର୍ଷ ହେଲା ଜହ୍ନ ପକ୍ଷାଘାତରେ ପୀଡ଼ିତ ହୋଇ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇପାରୁନାହାନ୍ତି । କିଏ ଦେଲେ ଖାଉଛନ୍ତି ନହେଲେ ଉପାସ । ସରକାରୀ ସହାୟତା କହିଲେ ଭତ୍ତା ଟଙ୍କା ଆଉ ରାସନ୍ ଚାଉଳ ମିଳୁଛି । ଖଣ୍ଡେ ଘର ପାଇଁ କେତେ ଯେ ନେହୁରା ହୋଇଛନ୍ତି ହେଲେ କେହି ଶୁଣୁନାହାନ୍ତି ।
ଅଧିକ ପଢ଼ନ୍ତୁ--ଆସୁଛି ଲଘୁଚାପ ବର୍ଷା ! ଧର୍ମଗଡ଼ରେ ମଣ୍ଡି ଖୋଲିବାରେ ବିଳମ୍ବ
ଏ ନେଇ ପ୍ରଶ୍ନ କରିବାରୁ ମୁହଁ ଖୋଲିବାକୁ ନାରାଜ ନିଆଳି ବିଡିଓ । ଯଦି ଜହ୍ନଙ୍କ ପରି ହିତାଧିକାରୀଙ୍କୁ ଆବାସ ମିଳୁନି, ତାହେଲେ କାହା ପାଇଁ ପ୍ରକୃତରେ ଏହି ଯୋଜନା କରିଛନ୍ତି ସରକାର । ନା ବିଭାଗୀୟ ବାବୁଙ୍କ ଅଣଦେଖାର ଶିକାର ହୋଇଛନ୍ତି ବୃଦ୍ଧା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/22/cuttack-story-2025-11-22-17-49-03.jpg)