କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ବ । ଫଳରେ ଚାଷୀ ନିରୂପାୟ ହୋଇ ନିଜ ଅମଳ ଧାନକୁ ଦଲାଲଙ୍କୁ ବିକ୍ରି କରିଦେଉଛି । ଅନ୍ୟପଟେ ଚାଷୀର ଚିନ୍ତା ବଢ଼ାଇଛି ସାମ୍ଭାବ୍ୟ ଲଘୁଚାପ । କିଛି ଦିନ ତଳେ ବାତ୍ୟା ମୋନ୍ଥାକୁ ନେଇ ଆତଙ୍କିତ ହୋଇଯାଇଥିଲେ ଚାଷୀ, ମାତ୍ର କଳାହାଣ୍ଡିରେ ଏହାର ପ୍ରଭାବ ପଡ଼ିନଥିଲା । ହେଲେ ସାମ୍ଭବ୍ୟ ଲଘୁଚାପକୁ ଧର୍ମଗଡ଼ ଚାଷୀର ନିଦ ହଜାଇଦେଇଛି । ଗୋଟିଏ ପଟେ ଲଘୁଚାପ ଆଶଙ୍କା ଅନ୍ୟପଟେ ମଣ୍ଡି ଖୋଲିବାରେ ବିଳମ୍ବ । ଚାଷୀ ନିଜ ଫସଲକୁ କେମିତି ସୁରକ୍ଷା ଦେବ ତାକୁ ନେଇ ଚିନ୍ତାରେ ପଡ଼ିଛି ।
ଧର୍ମଗଡ଼ ଉପଖଣ୍ଡରେ ଚଳିତ ବର୍ଷ ଭଲ ଚାଷ ହୋଇଛି । ପ୍ରାୟ ୩୦ ପ୍ରତିଶତ ଚାଷୀ ଧାନ ଅମଳ ମଧ୍ୟ କରି ସାରିଛନ୍ତି । ହେଲେ ମଣ୍ଡି ଆରମ୍ଭ ହୋଇ ନଥିବାରୁ ବାଧ୍ୟ ହୋଇ ଶାଗ ମାଛ ଦରରେ ଦଲାଲକୁ ଧାନ ବିକି ଦେଉଛି ଚାଷୀ । ତୁରନ୍ତ ମଣ୍ଡି ପ୍ରକ୍ରିୟା ଆରମ୍ଭ ନହେଲେ ଆନ୍ଦୋଳନ ନେଇ ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନ ଓ ବିରୋଧୀ ଦଳ । ଚାଷୀଙ୍କ ସମସ୍ୟାକୁ ଦୃଷ୍ଟି ଦେଇ ପ୍ରଶାସନ ଏହାର ପ୍ରତିକାର ବ୍ୟବସ୍ଥା ନକଲେ ଚାଷୀ କ୍ଷତି ସହିବା ଆଶଙ୍କାକୁ ଏଡ଼ାଇ ଦିଆ ଯାଇନପାରେ ।
ଅଧିକ ପଢ଼ନ୍ତୁ--ଶେଷରେ ଗରିଫ ହେଲା ସିକନ୍ଦର ଆଲମ, ଯାଜପୁରରୁ ଗିରଫ କଲା ପୁଲିସ, ୭ଦିନ ହେବ ଥିଲା ଫେରାର
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/22/mandi-problem-2025-11-22-17-37-15.png)