ଅମିତ ଶାହଙ୍କ ଇସାରା: ସମ୍ରାଟ ଚୌଧୁରୀ ହେବେ କି ମୁଖ୍ୟମନ୍ତ୍ରୀ?

ଅନେକ ସମୟରେ ଚର୍ଚ୍ଚା ହେଉଛି ଯଦି ବିହାରରେ ବିଜେପି ଜେଡିୟୁଠାରୁ ଅଧିକ ସିଟ୍ ଜିତେ ତେବେ ନୀତିଶଙ୍କ ବଦଳରେ ବିଜେପିର କୌଣସି ନେତା ମୁଖ୍ୟମନ୍ତ୍ରୀ ଆସନରେ ବସିପାରନ୍ତି । ଆଉ ଏହାରି ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଉ ଜେଡିୟୁ ନେତା ଲଲନ ସିଂହଙ୍କ ବୟାନ ବିହାର ରାଜନୀତିକୁ ସରଗରମ କରିଛି ।

amit shah on samrat choudhary

amit shah on samrat choudhary Photograph: (kanak news)

  • ଶାହଙ୍କ ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା
  • 'ସମ୍ରାଟଙ୍କୁ ଜିତାନ୍ତୁ, ମୋଦୀ ବଡ଼ ଲୋକ ବନେଇବେ'
  • ବିହାରରେ ଲାଗୁ ହେବ କି ମହାରାଷ୍ଟ୍ର ଫର୍ମୁଲା?

କନକ ବ୍ୟୁରୋ: ଆପଣମାନେ ଭଲ ଭାବେ ଜାଣିଛନ୍ତି ଏଥର ବିହାରରେ ଏନଡିଏ ନୀତିଶ କୁମାରଙ୍କୁ ଚେହେରା କରି ନିର୍ବାଚନ ଲଢ଼ୁଛି । ହେଲେ ବିହାର ପାଓ୍ୱାର କରିଡରରେ କିନ୍ତୁ ଏବେ ଯେଉଁ ନେତାଙ୍କ ବୟାନ ଭାଇରାଲ ହେଉଛି ତାକୁ ନେଇ ଏକ ଭିନ୍ନ ଚର୍ଚ୍ଚା ମୁଣ୍ଡ ଟେକିଛି । ଅନେକ ସମୟରେ ଚର୍ଚ୍ଚା ହେଉଛି ଯଦି ବିହାରରେ ବିଜେପି ଜେଡିୟୁଠାରୁ ଅଧିକ ସିଟ୍ ଜିତେ ତେବେ ନୀତିଶଙ୍କ ବଦଳରେ ବିଜେପିର କୌଣସି ନେତା ମୁଖ୍ୟମନ୍ତ୍ରୀ ଆସନରେ ବସିପାରନ୍ତି । ଆଉ ଏହାରି ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଉ ଜେଡିୟୁ ନେତା ଲଲନ ସିଂହଙ୍କ ବୟାନ ବିହାର ରାଜନୀତିକୁ ସରଗରମ କରିଛି ।

ଅସଲରେ ଅମିତ ଶାହ ଗତ ଅକ୍ଟୋବର ୩୦ ତାରିଖରେ ତାରାପୁରର ରାଲିରେ କହିଥିଲେ ଆପଣ ସମ୍ରାଟ ଚୌଧୁରୀଙ୍କୁ ଜିତାନ୍ତୁ, ମୋଦୀ ତାଙ୍କୁ ବଡ଼ ଲୋକ ବନାଇବେ । ତେବେ ଶାହଙ୍କ ଏହି ବୟାନ ସମ୍ରାଟ ଚୌଧୁରୀଙ୍କୁ ଏବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରମୁଖ ଦାବିଦାର ବନାଇ ଦେଇଛି । ଦ୍ୱିତୀୟତଃ ଜେଡିୟୁ ନେତା ତଥା କେନ୍ଦ୍ରମନ୍ତ୍ରୀ ଲଲନ ସିଂହଙ୍କ ବୟାନ ମଧ୍ୟ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ସେ କହୁଛନ୍ତି ବିହାରରେ ନିର୍ବାଚନ ପରେ, ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ନିଷ୍ପତ୍ତି ନିଆଯିବ ।

samrat choudhury
samrat choudhury Photograph: (kanak news)

ଆହୁରି ପଢ଼ନ୍ତୁ : ଇଂରାଜୀ ନ ଜାଣିଲେ ଚାକିରି ମନା : ୭ ହଜାରରୁ ଅଧିକ ଟ୍ରକ୍ ଡ୍ରାଇଭର ନିଲମ୍ବିତ

ନୀତିଶଙ୍କୁ ଟେନସନ୍ ନିଜ ମେଣ୍ଟର ନେତା

ନୀତିଶ କୁମାରଙ୍କୁ ଏବେ ବିରୋଧୀ ଯେତିକି ଟେନସନ୍ ଦେଉନାହାଁନ୍ତି ତାହାଠୁ ଅଧିକ ନିଜ ମେଣ୍ଟର ନେତା ଦେବାରେ ଲାଗିଛନ୍ତି । କାହିଁକି ନା ଅନେକ ବିଜେପି ନେତାଙ୍କ ବୟାନରୁ ଏହା ହିଁ ଜଣାପଡୁଛି ଯେ, ଯଦି ବିହାରରେ ବିଜେପି ଏଥର ଜେଡିୟୁଠାରୁ ଅଧିକ ସିଟ୍ ଜିତେ, ତେବେ ମହାରାଷ୍ଟ୍ର ଫର୍ମୁଲାରେ ନିଜ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇପାରେ । ଏନେଇ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପରୋକ୍ଷରେ ଇସାରା ଦେଇସାରିଛନ୍ତି । ତେଣୁ ଯଦି ଏହା ସତ ହୁଏ, ତେବେ ନୀତିଶଙ୍କୁ ନିଜ ଦଳର ନେତା ହିଁ ଭାରି ପଡ଼ିବେ ।

ସମ୍ରାଟ ଚୌଧୁରୀଙ୍କୁ ମିଳିବ କି ବଡ଼ ଦାୟିତ୍ୱ? 

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, ତାରାପୁରର ଲୋକମାନେ ଏବେଠୁ ନିଜ ନେତା ସମ୍ରାଟ ଚୌଧୁରୀ ମୁଖ୍ୟମନ୍ତ୍ରୀ ହେବା ନେଇ ଧରିନେଇସାରିଲେଣି । ଏମିତି କି, କିଛି ନେତା ଭୋଟ୍ ଦେଇ ସିଧା ମୁଖ୍ୟମନ୍ତ୍ରୀ ବାଛୁଛନ୍ତି ବୋଲି ମଧ୍ୟ କହିବା ଆରମ୍ଭ କଲେଣି । ଏହାର କାରଣ ହେଉଛି ଗତ ଅକ୍ଟୋବର ୩୦ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ପ୍ରଂଶସାରେ ପୋତିଥିଲେ । ଆଉ ଲୋକଙ୍କୁ କହିଥିଲେ ଆପଣ ସମ୍ରାଟ ଚୌଧୁରୀଙ୍କୁ ଭୋଟ୍ ଦେଇ ଜିତାନ୍ତୁ, ମୋଦୀ ଜୀ ତାଙ୍କୁ ବଡ଼ ଲୋକ ବନାଇବେ । ଆଉ ଶାହଙ୍କ ଏହି ବୟାନକୁ ପୋଷ୍ଟମର୍ଟମ କରି ଏବେ ସମ୍ରାଟ ଚୌଧୁରୀ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି ।

nitish-kumar-big-announcement
Photograph: (Kanak News)

ଆହୁରି ପଢ଼ନ୍ତୁ : ଆଜି ସରୁଛି ପ୍ରଚାର, କମ୍ପୁଛି ବିହାର ; ମୋଦୀ, ଶାହ, ଯୋଗୀଙ୍କ ଜୋରଦାର ପ୍ରଚାର

ନୀତିଶଙ୍କ ପତ୍ତା କଟିବ କି? 

ବିହାର ରାଜନୀତିରେ ଏବେ ଚର୍ଚ୍ଚା ହେଉଛି ଯେ, ଯଦି ବିହାରରେ ବିଜେପି ଜେଡିୟୁଠାରୁ ଅଧିକ ସିଟ୍ ଜିତେ ତେବେ ନୀତିଶ କୁମାରଙ୍କ ପତ୍ତା କଟିପାରେ । ୭୪ ବର୍ଷୀୟ ନୀତିଶ କୁମାରଙ୍କୁ ବିହାରରେ ବିକାଶର ପୁରୁଷ ଭାବେ ଧରାଯାଏ । ଯେବେଠୁ ସେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି, ସେବେଠୁ ବିକାଶର ସ୍ତର ଉପରକୁ ଯାଇଛି । ହେଲେ ବର୍ତ୍ତମାନ ସମୟରେ ବୟସ, ସ୍ୱାସ୍ଥ୍ୟ ଏବଂ ମେଣ୍ଟରେ ଅସ୍ଥିରତାକୁ ନେଇ ତାଙ୍କ ଛବି ମଳିନ ପଡ଼ିଛି । ଖାସ୍ କରି ଅମିତ ଶାହ ଏବଂ ଲଲନ ସିଂଙ୍କ ବୟାନ ଏହି ଚର୍ଚ୍ଚାକୁ ଆହୁରି ଅଧିକ ବଳ ଦେଇଛି । 

ସାନ ଭାଇ ହେଇ ନୀତିଶ ବନିଥିଲେ ମୁଖ୍ୟମନ୍ତ୍ରୀ

ବିହାରର ଇତିହାସକୁ ଦେଖିଲେ ଆପଣ ଜାଣିପାରିବେ ଯେ, ୨୦୨୨ ବିଧାନସଭା ନିର୍ବାଚନରେ ଏନଡିଏ ୧୨୫ ସିଟ୍ ଜିତିଥିଲା । ଯାହା ଭିତରୁ ବିଜେପି ୭୮ ଏବଂ ଜେଡିୟୁ ୪୩ ଆସନ ଜିତିଥିଲେ । ହେଲେ ତା ପରେ ମଧ୍ୟ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ମେଣ୍ଟରେ ବିଜେପି ଅଧିକ ଆସନ ଜିତିଥିଲେ ବି ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲା ଭାଜପା । ହେଲେ ଏଥର କିନ୍ତୁ ମହାରାଷ୍ଟ୍ର ଫର୍ମୁଲାରେ ବିଜେପି ନିଜ ଦଳର ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଚାହୁଁଛି । ଆଉ ଏଥିପାଇଁ ସବୁଠୁ ପସନ୍ଦର ନେତା ସାଜିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ।

ଆହୁରି ପଢ଼ନ୍ତୁ : ନୂଆପଡ଼ାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ : ଗତକାଲି ନୂଆପଡ଼ା ଗସ୍ତରେ ଥିଲେ ନବୀନ

ରାଜନୀତିକୁ ଭଲ ଭାବେ ଅନୁଶୀଳନ କରୁଥିବା ଲୋକ ଜାଣିଥିବେ ଯେ, ଶାହଙ୍କ ବୟାନ ଅନେକ ସମୟରେ ସତ ହେଇଥାଏ । ଖାସ୍ କରି ଶାହ ଯାହା କହିଥାନ୍ତି, ପରବର୍ତ୍ତୀ ସମୟରେ ତାଙ୍କ ନିଷ୍ପତ୍ତିରେ ଏହାକୁ ଦେଖିବାକୁ ମିଳିଥାଏ । ତେଣୁ ସମ୍ରାଟ ଚୌଧୁରୀଙ୍କୁ ନେଇ ଶାହ ଦେଇଥିବା ବୟାନକୁ ଲୋକ ଏବେ ପୋଷ୍ଟମର୍ଟମ କରିବା ସହିତ ଏହା ପଛର ଅସଲ କାରଣ ଖୋଜିବା ଆରମ୍ଭ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe