କନକ ବ୍ୟୁରୋ: ଆମେରିକାରେ ଇଂରାଜୀ ଭାଷା ଦକ୍ଷତା ପରୀକ୍ଷାରେ ଫେଲ୍ ହେବା ପରେ ୭ ହଜାରରୁ ଅଧିକ ଟ୍ରକ୍ ଡ୍ରାଇଭରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ବାତିଲ ହୋଇଛି ସେମାନଙ୍କ ଲାଇସେନ୍ସ । ଏହି କଟକଣା ଯୋଗୁ ଭାରତୀୟ ବଂଶୋଦ୍ଭବ ଡ୍ରାଇଭରମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । କିଛି ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଟ୍ରମ୍ପ୍ ପ୍ରଶାସନ ୨୦୧୬ର ନିୟମକୁ ପରିବର୍ତ୍ତନ କରିଛି।
ଆହୁରି ପଢ଼ନ୍ତୁ : ନୂଆପଡ଼ାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ : ଗତକାଲି ନୂଆପଡ଼ା ଗସ୍ତରେ ଥିଲେ ନବୀନ
ଟ୍ରକ୍ ଡ୍ରାଇଭରଙ୍କ ପାଇଁ ରାସ୍ତାରେ ଟ୍ରାଫିକ୍ ସଙ୍କେତ ପଢ଼ିବା ଏବଂ ସାଧାରଣ ଲୋକଙ୍କ ସହ ଯୋଗାଯୋଗ ପାଇଁ ଇଂରାଜୀ କହିବା, ବୁଝିବା ଅତ୍ୟନ୍ତ ଜରୁରୀ ବୋଲି ସ୍ପଷ୍ଟ କରାଯାଇଛି । ୨୦୧୬ ମସିହାରେ, ଓବାମା ପ୍ରଶାସନ ସମୟରେ ନିୟମ ଥିଲା ଯେ ନିରୀକ୍ଷକମାନେ କେବଳ ଭାଷା ଆଧାରରେ ଡ୍ରାଇଭରଙ୍କୁ ବହିଷ୍କାର କରିପାରିବେ ନାହିଁ । କିନ୍ତୁ ପରେ ଟ୍ରମ୍ପ ପ୍ରଶାସନ ଏହି ନିୟମକୁ ପ୍ରତ୍ୟାହାର କରିଛନ୍ତି।
ଆହୁରି ପଢ଼ନ୍ତୁ : ସରକାରୀ କାର୍ଯ୍ୟାଳୟରେ ବୁଲା କୁକୁରଙ୍କୁ ଖାଇବା ଦେବା ମନା : ସୁପ୍ରିମକୋର୍ଟ
ପରିବହନ ସଚିବ ସିନ୍ ଡଫିଙ୍କ ଅନୁଯାୟୀ, ଅକ୍ଟୋବର ୨୦୨୫ ସୁଦ୍ଧା ୭ ହଜାର ୨୪୮ ଟ୍ରକ୍ ଡ୍ରାଇଭରଙ୍କୁ କାର୍ଯ୍ୟରୁ ବାହାର କରି ଦିଆଯାଇଛି। ଉତ୍ତର ଆମେରିକାର ପଞ୍ଜାବୀ ଟ୍ରକର୍ସ ଆସୋସିଏସନ୍ ଅନୁସାରେ, ଆମେରିକାରେ ପ୍ରାୟ ୧.୩ରୁ ୧.୫ ଲକ୍ଷ ପଞ୍ଜାବ ଓ ହରିୟାଣାର ଡ୍ରାଇଭର କାର୍ଯ୍ୟ କରୁଛନ୍ତି। ଆସୋସିଏସନର କହିବାନୁଯାୟୀ, ନୂଆ ଏବଂ କଡ଼ା ନିୟମ ଯୋଗୁ ହଜାର ହଜାର ଡ୍ରାଇଭରଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି । ପ୍ରଶାସନ ଭାଷାକୁ ବାହାନା କରି ଡ୍ରାଇଭରଙ୍କୁ ବାହାର କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/11/04/us-truck-driver-2025-11-04-14-46-00.jpg)