ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ଖୁଲାସା ! ମାଡ଼ି ଆସୁଛି ଉଲକାପିଣ୍ଡ, ରଚିବ ତାଣ୍ଡବ

ଅନ୍ତରୀକ୍ଷରୁ ଆସୁଥିବା ଏହି ଉଲକାପିଣ୍ଡ ବିଶ୍ବର କୌଣସି ସ୍ଥାନରେ ବି ପଡ଼ିପାରେ

Asteroid

Asteroid Photograph: (kanak News)

କନକ ବ୍ୟୁରୋ: ମହାକାଶରୁ ମାଡ଼ି ଆସୁଛି ଉଲକାପିଣ୍ଡ । ଯାହାକୁ ନେଇ ଏବେ ଟେନସନ୍‌ରେ ବୈଜ୍ଞାନିକ । କାରଣ ଘଂଟାପ୍ରତି ଏହା ପ୍ରାୟ ୬୦ ହଜାର କିଲୋମିଟର ବେଗରେ ଗତି କରୁଛି । ଏତେ କ୍ଷୀପ୍ର ଗତିରେ ଉଲକାପିଣ୍ଡ ଆସୁଥିବାରୁ ତାହା ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ପଡ଼ିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ହେଲେ ବି ଏହା ଭାରତ ଲାଗି ଆଦୌ ଭଲ ଖବର ନୁହେଁ ବୋଲି କୁହାଯାଉଛି । ଅନ୍ତରୀକ୍ଷରୁ ନିଆଯାଇଥିବା ଫଟୋ ଅନୁସାରେ, ଏହା ଏତେ ବିଶାଳ ଯେ ମାତ୍ର କିଛି ମୁହୂର୍ତ୍ତରେ ଗୋଟିଏ ଗୋଟିଏ ସହରକୁ ନଷ୍ଟ କରିଦେଇପାରେ । ଯଦି ଏମିତି ହେଲା ତେବେ ଜୀବଜଗତ ପ୍ରତି ବିପଦ ରହିଥିବା ବୈଜ୍ଞାନିକମାନେ କହିଲେଣି । 

ମହାକାଶରୁ ମାଡ଼ି ଆସୁଛି ଉଲକାପିଣ୍ଡ
ଘଂଟା ପ୍ରତି ବେଗ ରହିଛି ୬୦ ହଜାର କିଲୋମିଟର
ବୈଜ୍ଞାନିକଙ୍କ ବଢିଲା ଟେନସନ୍‌

ଏଷ୍ଟୋରଏଡ୍‌ ୨୦୨୪  YR4

ଅନୁସନ୍ଧାନରେ ଲାଗିଛନ୍ତି ବିଶ୍ବ ବୈଜ୍ଞାନିକ

ଅନ୍ତରୀକ୍ଷରୁ ଆସୁଥିବା ଏହି ଉଲକାପିଣ୍ଡ ସମ୍ପର୍କରେ ପ୍ରତି ଦେଶରେ ବୈଜ୍ଞାନିକମାନେ ଅନୁସନ୍ଧାନ କରିବାରେ ବ୍ୟସ୍ତ ଅଛନ୍ତି । କେମିତି ଓ କେଉଁ ସ୍ଥାନରେ ଏହା ମାଡ଼ ହେବ ସେନେଇ ଗବେଷଣା ଚାଲିଛି । ହେଲେ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନଥିବାରୁ ଚିନ୍ତାରେ ବୈଜ୍ଞାନିକ ମାନେ । ଏମିତିକି ନାସା ମଧ୍ୟ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇପାରୁନାହିଁ । 

ଆମେରିକାଠୁ ଆଫ୍ରିକା
କେଉଁଠି ବି ପଡ଼ିପାରେ ଉଲକାପିଣ୍ଡ

ଅନ୍ତରୀକ୍ଷରୁ ଆସୁଥିବା ଏହି ଉଲକାପିଣ୍ଡ ବିଶ୍ବର କୌଣସି ସ୍ଥାନରେ ବି ପଡ଼ିପାରେ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ବୈଜ୍ଞାନିକମାନେ ଆକଳନ କରୁଛନ୍ତି ଏହା ଆମେରିକାଠୁ ନେଇ ଆଫ୍ରିକା କିମ୍ବା ଏସିଆର କୌଣସି ସ୍ଥାନରେ ବି ପଡ଼ିପାରେ । ଏମିତିକି ଭାରତ ଓ ଚୀନ ପ୍ରତି ବି ବିପଦ ରହିଥିବା କୁହାଯାଉଛି । ସୂଚନା ଅନୁସାରେ, ୨୦୩୨ ମସିହା ୨୨ ଡିସେମ୍ବରରେ ଏହା ପୃଥିବୀ ସହ ଧକ୍କା ଖାଇପାରେ । ଏହାସହ କୁହାଯାଉଛି କି ଏହି ଉଲକାପିଣ୍ଡର ଆକାର ପ୍ରାୟ ୯୦ ମିଟର ରହିଛି । ତେଣୁ ଏହା ଅଧିକ କ୍ଷତି କରିପାରେ । 

୫୦୦ ପରମାଣୁ ବମ୍‌ ଯେତିକି କ୍ଷତି କରିବ
ଇଏ ଗୋଟିଏ ଉଲକାପିଣ୍ଡ ସେତିକି କ୍ଷତି କରିବ

ଉଲକାପିଣ୍ଡକୁ ନେଇ ଚାଲିଥିବା ଗବେଷଣା ଅନୁସାରେ, ଏହା ଅତି ଭୟଙ୍କର । କାରଣ ୫୦୦ ପରମାଣୁ ବୋମା ଯେତିକି କ୍ଷତି କରିବ ଇଏ ଗୋଟିଏ ଉଲକାପିଣ୍ଡ ସେତିକି କ୍ଷତି କରିପାରେ । ଅନ୍ତରୀକ୍ଷରେ ଏହାକୁ ପ୍ରଥମ ଥର ଲାଗି ଡିସେମ୍ବର ୨୦୨୪ରେ ଚିହ୍ନଟ କରାଯାଇଥିଲା । କୁହାଯାଉଛି ବର୍ତ୍ତମାନ ସୁଦ୍ଧା ଯେତିକି ଉଲକାପିଣ୍ଡ ଚିହ୍ନଟ କରାଯାଇଛି ତାହା ମଧ୍ୟରୁ ଏହା ସର୍ବାଧିକ ଶକ୍ତିଶାଳୀ ଅଟେ । ତେଣୁ ଏହା ପୃଥିବୀ ଲାଗି ଅଧିକ ବିପଦପୂର୍ଣ୍ଣ । ଆଶ୍ବସ୍ତିକର ଖବର ଏହା କି, ପୃଥିବୀ ସହ ଏକା ଧକ୍କା ହେବାର ସମ୍ଭାବନା ମାତ୍ର ୧ ପ୍ରତିଶତ ରହିଛି । 

କେଉଁ ଦେଶ ପ୍ରତି ରହିଛି ଅଧିକ ବିପଦ ?

ଉଲକାପିଣ୍ଡକୁ ନେଇ ମିଳିଥିବା ସୂଚନା ଅନୁସାରେ, ଏହା ଭାରତ, ପାକିସ୍ତାନ, ବାଂଲାଦେଶ, ଇଥୋପିଆ, ନାଇଜେରିଆ ଓ କଲମ୍ବିଆ ଆଦି ଦେଶକୁ ଅଧିକ କ୍ଷତି ପହଞ୍ଚାଇପାରେ । ଏହି ଉଲକାପିଣ୍ଡ ଯେଉଁଠାରେ ପଡ଼ିବ ସେଠାରେ କେତେ କ୍ଷତି କରିବ ତାହା ପଡୁଥିବାର ତୀବ୍ରତା ଉପରେ ନିର୍ଭର କରେ । ମୋଟ୍‌ ଉପରେ ଅନ୍ତରୀକ୍ଷରେ ଏହା ଦେଖାଯିବା ପରେ ଏନେଇ ଅଧିକ ଅନୁସନ୍ଧାନ କରିବାରେ ବ୍ୟସ୍ତ ଅଛନ୍ତି ବୈଜ୍ଞାନିକ । ଖାସ କରି ନାସାର ବୈଜ୍ଞାନିକମାନେ ଏନେଇ ଅଧିକ ଅନୁସନ୍ଧାନ କରୁଛନ୍ତି । ଅନୁସନ୍ଧାନ ପରେ ହିଁ କୁହାଯାଇପାରିବ ପ୍ରକୃତରେ ଏହା କେତେ ବିପଦ ଆଣିପାରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe