କନକ ବ୍ୟୁରୋ: ବର୍ଷ ଆରମ୍ଭରୁ ବର୍ଷ ଶେଷ ଯାଏଁ ସରିଲାନି ‘ଆମ ବସ୍’ର ଆତଙ୍କରାଜ । କେବେ ରାଜଧାନୀର ରାସ୍ତାରେ ତ କେବେ ଚନ୍ଦକାର ସେ ଜଙ୍ଗଲ ପାର୍ଶ୍ବରେ ତ କେବେ ପିପିଲିକୁ ଯିବା ବାଟରେ, ଯେଉଁଠି ଆମ ବସ୍ ଗଡ଼ିଛି ସେଠି ୨୫ର ପ୍ରତିମାସରେ ଆସିଛି ଛାତିକୁ ଦୋହଲାଇଦେଲା ଭଳି ଦୁର୍ଘଟଣାର ଖବର । ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି ଆମ ବସ୍, ଆଉ ଚୁପ ବସିଛି ପରିବହନ ବିଭାଗ । ୨୦୨୫ ଜାନୁଆରି ମାସରୁ ହିଁ ମୁଣ୍ଡ ଗଡ଼ାଇଥିଲା ଆମ ବସ୍ । ସହିଦ ନଗର ଘଟଣା ହେଉ କି ମାଷ୍ଟରକ୍ୟାଣ୍ଟିନ୍ ଦୁର୍ଘଟଣା ଯାତ୍ରୀଙ୍କୁ ଆମ ବସରେ ବସିବାକୁ ଭୟଭୀତ କରିଛି । ଗୋଟିଏ ମାସର ବିରତି ପରେ ପୁଣି ଗତକାଲି ରାଜଧାନୀରେ ଆମ ବସ୍ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ବରର ଭରତପୁର-ଚନ୍ଦକା ରାସ୍ତାରେ ଘଟିଥିବା ଘଟଣା ପୁଣି ପରିବହନର ଦୋଷ ଦୁର୍ବଳତାକୁ ପଦାରେ ପକାଇଛି ।
ଯମ ସାଜିଥିବା ଆମ ବସର ଗତି ଉପରେ ଲଗାମ ଲଗାଇବାକୁ ସରକାର ଅନେକ ନିୟମ ଲାଗୁ କରିଛନ୍ତି କିନ୍ତୁ ମୁଣ୍ଡ ନେବାରେ ଆମ ବସ୍ ଚାଳକ ମାନେ ବ୍ରେକ୍ ଲଗାଉନାହାନ୍ତି । ଯେଉଁଥି ପାଇଁ ୨୦୨୫ ସରିବାକୁ ଯାଉଥିଲେ ବି ସରୁନି ଆମ ବସର ଆତଙ୍କରାଜ । ଆମ ବସ୍ ଡ୍ରାଇଭରଙ୍କୁ ଜଣେ ସାଧାରଣ ଲୋକ ଭାବେ ପ୍ରଶ୍ନ, ଆପଣମାନେ କ’ଣ ରାଜଧାନୀ ରାସ୍ତାକୁ ରେଲୱେ ଲାଇନ ଭାବୁଛନ୍ତି କି? ନା ଆପଣଙ୍କ ବସରେ ବ୍ରେକ ନାହିଁ ? କାହିଁ ଅନ୍ୟ କେଉଁ ବସରେ ତ ଏଭଳି ଦୁର୍ଘଟଣା ଖବର ସବୁବେଳେ ଶୁଣିବାକୁ ମିଳୁନି ! ସହର ଭିତରେ ଏତେ ଦ୍ରୁତ ଗତିରେ ଗାଡ଼ି ଚଳାଇବା କଣ ଦରକାର? ମୃତକଙ୍କ ପରିବାରକୁ କ୍ଷତି ପୂରଣ ସିନା ମିଳିଯିବ ହେଲେ ସେ ପରିବାରକୁ ସାହାରା କିଏ ଦେବ ?
ଅଧିକ ପଢ଼ନ୍ତୁ---ପଚିଶି ଛାଡ଼ିଛି ପ୍ରଳୟର ପାଦଚିହ୍ନ ; ଦେଶ ଦେଖିଛି ଅନେକ ତାଣ୍ଡବ,ବିପର୍ଯ୍ୟୟର ବିଭୀଷିକାରେ କାନ୍ଦିଛି ବିଦେଶ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/27/ama-bus-2025-12-27-18-45-19.jpg)