କନକ ବ୍ୟୁରୋ: ପୁଣି ଜୀବନ ନେଲା ଆମ ବସ୍ । ରାଜଧାନୀରେ ଆମ ବସ୍‌ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଆଉ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଛି । ଭୁବନେଶ୍ବରର ଭରତପୁର-ଚନ୍ଦକା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି ।

Advertisment

ଜଣେ ବ୍ୟକ୍ତିଙ୍କୁ ବସ୍ ପିଟିଦେବା ଫଳରେ ମୃତ୍ୟୁ ଘଟିଛି । ଏହାପରେ ଅନ୍ଧାରୁଆ ଛକରେ ଉତ୍ତେଜନା ହୋଇଛି। ମୃତଦେହ ଘଟଣାସ୍ଥଳରେ ପଡ଼ି ରହିଛି।  ଅନ୍ଧାରୁଆ ଛକରେ ପରିସ୍ଥିତି ଅଣାୟତ୍ତ ହୋଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । 


 ଷ୍ଟୋରୀ ଅପଡେଟ୍‌ ହେଉଛି ....