କନକ ବ୍ୟୁରୋ : ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ମାନୁନି ଇସ୍କନ । ବିଦେଶରେ କରୁଛି ଅଦିନିଆ ରଥଯାତ୍ରା । ପ୍ରବାସୀ ଭାରତୀୟମାନେ ଚାନ୍ଦା ଆଦାୟ କରି ଏଥିପାଇଁ ଇସ୍କନକୁ ପ୍ରୋତ୍ସାହିତ କରୁଛନ୍ତି । ଇସ୍କନର ମନମାନିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗତପତି ମହାରାଜା । ସେପଟେ ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ଅଧିକ ପଢ଼ନ୍ତୁ : ପୁଣି ଅମାନିଆ ଇସ୍କନ୍! ଋଷିକେଶରେ ହେଲା ଅଦିନିଆ ରଥଯାତ୍ରା
ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ପୁଣି ଥରେ କ୍ଷୋଭ ପ୍ରକାଶ କରିବା ସହ ସମାଲୋଚନା କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏବେ ଆଚାର୍ଯ୍ୟ ଓ ଭକ୍ତମାନେ ମତ ଦେବାର ସମୟ ଆସିଛି । ଯଦି ଆଚାର୍ଯ୍ୟ ଓ ଭକ୍ତମାନେ ଚୁପ୍ ରହିବେ ତେବେ ଇସ୍କନ ମନଇଚ୍ଛା ଅଦିନିଆ ରଥଯାତ୍ରା କରିବେ। ଇସ୍କନର ଏଭଳି ନିଷ୍ପତ୍ତିକୁ ଆମେ ମାନିବୁ ନାହିଁ ବୋଲି କହିଛନ୍ତି ଗଜପତି ମହାରାଜା ।
ଅଧିକ ପଢ଼ନ୍ତୁ : ଇସ୍କନ ମାନୁନି ନିୟମ; ଗଜପତିଙ୍କ ଚରମବାଣୀ, ୫୦ ବର୍ଷ ହେଲାଣି ହେଉଛି ବଡ଼ ଭୁଲ୍
ସେପଟେ ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଭାରତ ଭିତରେ ରଥଯାତ୍ରା ତିଥି ଅନୁସାରେ କରିବା ପାଇଁ ଇସ୍କନ ସୂଚନା ଦେଇଛି । ହେଲେ ଭାରତ ବାହାରେ ଅଦିନିଆ ରଥଯାତ୍ରା କରୁଥିବା ସଂସ୍ଥା ବିରୋଧରେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇ ଦୃଢ଼ ପଦକ୍ଷେପ ନିଆଯିବ । ସେବାୟତ ଓ ମଠାଧୀଶ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।
ଅଧିକ ପଢ଼ନ୍ତୁ : ସେ ଚିକେନ୍ ଖାଇଥିଲେ ,ଏ କୀର୍ତ୍ତନ କଲେ : KFC ବାହାରେ ଶୁଭିଲା ‘ହରେ ରାମ ହରେ କୃଷ୍ଣ’ , ଇସ୍କନ ଭକ୍ତଙ୍କ ନିଆରା ପ୍ରତିବାଦ
ଇସ୍କନର ଏହି ମନମାନି ପାଇଁ କେନ୍ଦ୍ର ସରକାର ନିହାତି ପଦକ୍ଷେପ ନେବା ଆବଶ୍ୟକ। ଏଥିସହ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ, ଶ୍ରଦ୍ଧାଳୁ, ସାଧୁସନ୍ଥ, ମଠାଧୀଶ, ଆଚାର୍ଯ୍ୟମାନେ ସ୍ୱର ଉତ୍ତୋଳନ କରିବାର ଆବଶ୍ୟକତା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/22/iscon-2025-12-22-22-48-12.jpg)