କନକ ବ୍ୟୁରୋ : ଲଣ୍ଡନ ସ୍ଥିତ ଇସ୍କନର ଶୁଦ୍ଧ ଶାକାହାରୀ ଗୋବିନ୍ଦା ରେଷ୍ଟୁରାଣ୍ଟରେ ଜଣେ କୃଷ୍ଣକାୟ ୟୁଟ୍ୟୁବର୍ ପଶି KFC ଚିକେନ୍ ଲେଗପିସ୍ ଖାଇବା ଘଟଣା ପ୍ରତିଟି ଭାରତୀୟଙ୍କ ମନକୁ ବ୍ୟଥିତ କରିବା ସହ ଆନ୍ଦୋଳିତ କରିଛି । କିଛି ଦିନ ତଳେ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ଜଣେ ୟୁଟ୍ୟୁବର୍ ଇସ୍କନ୍ ରେଷ୍ଟୁରାଣ୍ଟରେ ପଶି କର୍ମଚାରୀଙ୍କୁ ଏବଂ ସେଠାରେ ଉପସ୍ଥିତ ଥିବା ଗ୍ରାହକଙ୍କୁ ଚିକେନ୍ ପିସ୍ ଖାଇବା ପାଇଁ କହୁଥିବାର ନଜର ଆସିଥିଲେ । ଏହି ଘଟଣାକୁ ୩ ଦିନ ବିତି ଯାଇଥିବା ବେଳେ ବର୍ତ୍ତମାନ ଏହାର ନୂଆ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ନୂଆ ଭିଡିଓରେ ଇସ୍କନ୍ ଭକ୍ତ କେଏଫସି ରେଷ୍ଟୁରାଣ୍ଟର ଆଉଟଲେଟ୍ ବାହାରେ ଛିଡ଼ା ହୋଇ କୀର୍ତ୍ତନ କରୁଥିବାର ନଜର ଆସୁଛନ୍ତି ।
/filters:format(webp)/kanak/media/media_files/2025/07/24/kfc-chicken-2025-07-24-12-26-29.jpg)
ଏହି ଚିକେନ୍ ମାମଲା ବର୍ତ୍ତମାନ ପର୍ଯ୍ୟନ୍ତ ଥମି ନଥିବା ବେଳେ ପୁଣିଥରେ କେଏଫସି ବାହାରେ କୀର୍ତ୍ତନ କରିବା ଭିଡିଓ ପୁଣି ହଇଚଇ ସୃଷ୍ଟି କରିଛି । ଏହି ଭିଡିଓ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆ ୟୁଜର୍ସ ଏବଂ ଇସ୍କନ ଭକ୍ତ ନିଜ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଇସ୍କନକୁ ଗ୍ରହଣ କରିଥିବା କିଛି ଭକ୍ତଙ୍କ କହିବାନୁସାରେ କେଏଫସି ବାହାରେ ଇସ୍କନର ଏଭଳି କୀର୍ତ୍ତନ କରିବା ଆଦୌ ଶୋଭନୀୟ ନୁହେଁ ।
वायरल वीडियो लंदन का है. यहां गोविंदा रेस्टोरेंट विवाद के बाद इस्कॉन भक्तों ने लंदन के KFC आउटलेट के बाहर भजन-कीर्तन कर शाकाहार का संदेश दिया. pic.twitter.com/jOFnbPl5rg
— Abhishek Kumar (ABP News) (@pixelsabhi) July 23, 2025
କୀର୍ତ୍ତନ କରିଥିବା ଭକ୍ତଙ୍କ କହିବାନୁସାରେ ଏହି ନିଆରା ପଦକ୍ଷେପ ଲୋକଙ୍କୁ ସାତ୍ତ୍ବିକ ଏବଂ ଶାକାହାରୀ ଭୋଜନ ଆଡ଼କୁ ପ୍ରେରିତ କରାଯିବା ପାଇଁ ଉଠାଯାଇଛି । ଇସ୍କନ ଭକ୍ତଙ୍କ ଉଦ୍ଦେଶ୍ୟ ଲୋକଙ୍କୁ ମାଂସାହାରଠାରୁ ଦୂରରେ ରଖିବା । ଭିଡିଓରେ ଦେଖାଯାଉଛି କି ପାରମ୍ପରିକ ବସ୍ତ୍ର ପିନ୍ଧି ଭକ୍ତ ମୃଦଙ୍ଗ ବଜାଇ କେଏଫସି ଆଗରେ କୀର୍ତ୍ତନ କରୁଛନ୍ତି । ହରେ ରାମ ହରେ କୃଷ୍ଣ ବୋଲି କେଏଫସି ରେଷ୍ଟୁରାଣ୍ଟର ଗ୍ରାହକଙ୍କୁ ମଧ୍ୟ କୀର୍ତ୍ତନ କରାଉଛନ୍ତି । ସୋସିଆଲ୍ ମିଡିଆରେ ୟୁଜର୍ସ ଏହି ଭିଡିଓ ଉପରେ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି । କିଛି ଲୋକ ଏହାକୁ ଭକ୍ତଙ୍କ ପ୍ରଚାର ବୋଲି କହୁଥିବା ବେଳେ ଆଉ କିଛି ଲୋକ ବାଃ ବାଃ କରୁଛନ୍ତି ।