କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଛି ଆଶ୍ବସ୍ତି । କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି । ଅନୁମତି ବିନା ଐଶ୍ବର୍ଯ୍ୟାଙ୍କ କୌଣସି ଫଟୋ କିମ୍ବା ଭିଡିଓକୁ ଡିଜିଟାଲ ବା ଅନ୍ୟ କୌଣସି ପ୍ଲାଟଫର୍ମରେ ବ୍ୟବହାର କରାଯାଇପାରିବ ନାହିଁ।  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମାଧ୍ୟମରେ ବି ଏହାକୁ ବ୍ୟବହାର କରାଯାଇପାରିବ ନାହିଁ ବୋଲି ଜଷ୍ଟିସ୍ ତେଜସ୍ କାରିଆ ନିର୍ଦ୍ଦେଶ ଦେଇଛନ୍ତି । 

କିଛି କମ୍ପାନି ଓ ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦେଇ କୋର୍ଟ କହିଛନ୍ତି ଯେ, ଏପରି ଅପବ୍ୟବହାର ଆର୍ଥିକ ଭାବେ କ୍ଷତି ପହଞ୍ଚାଇବା ସହ ଜଣେ ବ୍ୟକ୍ତିଙ୍କ ସମ୍ମାନ ଓ ଗାରିମାକୁ କ୍ଷୁର୍ଣ୍ଣ କରିଥାଏ । ନୋଟିସ୍ ପାଇବା ପରେ ୭୨ ଘଣ୍ଟା ମଧ୍ୟରେ  ଅବଶ୍ୟକୀୟ ପଦକ୍ଷେପ ନେବାକୁ କୋର୍ଟ ଗୁଗୁଲକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂକ୍ରାନ୍ତରେ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟକୁ ମଧ୍ୟ ଯଥାଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଗାମୀ ଜାନୁଆରି ୧୫ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।