କନକ ବ୍ୟୁରୋ: ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପାଇଁ ଏଆଇଏଡିଏମ୍କେ ଆଜି ପ୍ରଥମ ପର୍ଯ୍ୟାୟରେ କିଛି ନିର୍ବାଚନ ପ୍ରତିଶ୍ରୁତି ଘୋଷଣା କରିଛି । ରାସନ କାର୍ଡ ଥିବା ପରିବାର ସଦସ୍ୟଙ୍କୁ ମାସିକ ୨ ହଜାର ଟଙ୍କା, ଟାଉନ ବସ୍ରେ ଉଭୟ ମହିଳା ଏବଂ ପୁରୁଷଙ୍କ ପାଇଁ ମାଗଣା ଯାତ୍ରା ଏବଂ ଗ୍ରାମୀଣ ନିଯୁକ୍ତି ଯୋଜନା ଅଧୀନରେ କାର୍ଯ୍ୟ ଦିବସକୁ ୧୨୫ରୁ ୧୫୦ ଦିନକୁ ବୃଦ୍ଧି କରିବାପାଇଁ ଏଆଇଏଡିଏମ୍କେ ପ୍ରତିଶ୍ରୁତି ଦେଇଛି। ପୂର୍ବରୁ ଟାଉନ ବସ୍ରେ କେବଳ ମହିଳାଙ୍କ ପାଇଁ ଯାତ୍ରା ମାଗଣା ଥିଲା। ଏବେ ଏଥିରେ ପୁରୁଷଙ୍କୁ ସାମିଲ କରାଯାଇଛି ।
ତାମିଲନାଡ଼ୁରେ ଏନ୍ଡିଏକୁ ଝଟକା, ଅଲଗା ହେଲା ଏଏମ୍ଏମ୍କେ
ଏଆଇଏଡିଏମ୍କେ ପ୍ରତିଷ୍ଠାତା ଏମ୍ ରାମଚନ୍ଦ୍ରନଙ୍କ ଜୟନ୍ତୀ ଉତ୍ସବ ଅବସରରେ ଏଆଇଏଡିଏମ୍କେ ଆଜି ଏହି ଘୋଷଣା କରିଛି। ଦଳର ସାଧାରଣ ସମ୍ପାଦକ ଇକେ ପଲାନିସ୍ବାମୀ ଶନିବାର କହିଛନ୍ତି, ଇସ୍ତାହାରରେ ପ୍ରଥମେ ମହିଳାଙ୍କୁ ରଖାଯାଇଛି । ପରିବାରର ମହିଳା ମୁଖ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତି ମାସରେ ୨ ହଜାର ଟଙ୍କା କ୍ରେଡିଟ୍ ହେବ। ଘର ନଥିବା ଲୋକଙ୍କୁ ଏଆଇଏଡିଏମ୍କେ ଘର ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ଥର ପାଇଁ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ଏଆଇଏଡିଏମ୍କେ ନିର୍ବାଚନ ପ୍ରତିଶ୍ରୁତି ଘୋଷଣା କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/17/aiadmk-2026-01-17-21-32-52.jpg)