କନକ ବ୍ୟୁରୋ : ଆଗାମୀ ବର୍ଷ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ସେଠାରେ ରାଜନୈତିକ ଗତିବିଧି ବଢ଼ିବାରେ ଲାଗିଛି । ଏହି କ୍ରମରେ ଏଆଇଏଡିଏମକେରୁ ବହିଷ୍କୃତ ବରିଷ୍ଠ ନେତା ତଥା ବିଧାୟକ ସେନଗୋଥାୟନ ଅଭିନେତା ବିଜୟଙ୍କ ଟିଭିକେରେ ଯୋଗ ଦେଉଛନ୍ତି ।
ଅଧିକ ପଢ଼ନ୍ତୁ-ହାରିଲା ଭାରତ; ଇସ୍ତଫା ଦେବେ କି ଗୌତମ ଗମ୍ଭୀର ?
ଉଭୟ ଏଆଇଏଡିଏମକେ ଓ ଡିଏମକେ ମେଣ୍ଟଠାରୁ ନିଜକୁ ଦୂରରେ ରଖିଥିବା ଅଭିନେତା ବିଜୟଙ୍କ ଟିଭିକେ ପାଇଁ ଖୁସି ଖବର । ଏଆଇଏଡିଏମକେର ତୁଙ୍ଗ ନେତା ସେନଗୋଥାୟନଙ୍କ ଟିଭିକିରେ ଯୋଗ ଦେଇଛନ୍ତି । ପଶ୍ଚିମ ତାମିଲନାଡୁ ଗୋବିଚେଥି ପଲାୟମରୁ ୯ଥର ବିଧାୟକ ଥିବା ସେନଗୋଥାୟନଙ୍କ ଏଆଇଏଡିଏମକେରେ ଭଲ ପ୍ରଭାବ ଥିଲା । ମାତ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଦଳରୁ ବହିଷ୍କୃତ ଓ ଛାଡିଥିବା ନେତାଙ୍କୁ ଫେରାଇ ଆଣିବାକୁ ଡାକରା ଦେଇ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଏଆଇଏଡିଏମକେରୁ ବହିଷ୍କୃତ ପୂର୍ବତନ ମୁଖ୍ୟମନ୍ତ୍ରୀ ପନିରସେଲଭମ ଓ ଦିନାକରଣଙ୍କ ସହ ଏକ ବୈଠକରେ ଯୋଗ ଦେବା ପରେ ସେନଗୋଥାୟନଙ୍କୁ ପଲାନୀସ୍ବାମୀ ଦଳରୁ ବହିଷ୍କାର କରିଥିଲେ ।
ଅଧିକ ପଢ଼ନ୍ତୁ- ମୌସୁମୀରେ ଧୋଇଗଲା; ଶୀତ ଅଧିବେଶନ ଚାଲିବ ତ?
ସେହିଭଳି ସୋନଗୋଥାୟନଙ୍କ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ପାଳିତ ପୁତୁରା ତଥା ଦିନାକରଣ ମଧ୍ୟ ବିଜୟଙ୍କ ଟିଭିକେଙ୍କ ସହ ମେଣ୍ଟ କିମ୍ବା ତାଙ୍କ ଦଳକୁ ମିଶ୍ରଣ କରାଇପାରନ୍ତି । ଏହାଛଡା ପୂର୍ବତନ ମୁଖ୍ୟମନ୍ତ୍ରୀ ପନିର ସେଲଭମ ମଧ୍ୟ ବିଜୟଙ୍କ ଟିଭିକେ ସହ ମେଣ୍ଟର ସୂଚନା ଦେଇଛନ୍ତି । କିଛି ଦିନ ପୂର୍ବରୁ କରୁର ଦଳାଚକଟା ନେଇ ବିତର୍କରେ ଥିବା ବିଜୟଙ୍କ ଟିଭିକେ ପାଇଁ ଏହି ୩ ନେତାଙ୍କ ଯୋଗ ମେଣ୍ଟ ରାଜନୀତି ଦୃଷ୍ଟିରୁ ଫାଇଦା ଆଣିପାରେ । ମାତ୍ର ଡିଏମକେ ମେଣ୍ଟ ବିରୋଧରେ ସମସ୍ତ ରାଜନୈତିକ ଦଳକୁ ଏକାଠି ଆଣିବାକୁ ଚେଷ୍ଟା କରୁଥିବା ବିଜେପି ପାଇଁ ଏହା ଭଲ ଖବର ନହୋଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/26/tamilnadu-2025-11-26-20-14-46.jpg)