କନକ ବ୍ୟୁରୋ: ସବୁ ଛୋଟ ଛୋଟ ଦଳକୁ ମେଣ୍ଟ ମଧ୍ୟରେ ସାମିଲ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପରାମର୍ଶ ସତ୍ତ୍ବେ ଏଆଇଏଡିଏମ୍‌କେର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଲିତାଙ୍କ ପୋଷ୍ୟ ପୁତ୍ର ଦିନାକରଣଙ୍କୁ ଏନ୍‌ଡିଏରେ ଧରିରଖିବାରେ ସକ୍ଷମ ହୋଇପାରିନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପନ୍ନିରସେଳଭମଙ୍କ ଏନ୍‌ଡିଏ ଛାଡ଼ିବାର ଠିକ୍ ମାସକ ପରେ ଦିନାକରଣ ମଧ୍ୟ ସେହି ପଥ ଅନୁସରଣ କରିଛନ୍ତି ।

ଏହି ଦୁଇ ନେତା ଗତ ଲୋକସଭା ନିର୍ବାଚନ ସମୟରେ ଏନଡିଏ ମେଣ୍ଟରେ ଥିଲେ ମଧ୍ୟ ଏଆଇଏଡିଏମ୍‌କେ ବାହାରେ ଥିଲା । କିଛି ମାସ ତଳେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଦ୍ୟମ ଫଳରେ ଏଆଇଏଡିଏମକେ, ଏନ୍‌ଡିଏକୁ ଫେରିଥିଲା । ଏହି ମେଣ୍ଟର ଘୋଷଣା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ ମେଣ୍ଟର ନେତା ହେବେ ବୋଲି ଅମିତ ଶାହ ସ୍ପଷ୍ଟ କରିଥିଲେ ।ଏହା ଛଡ଼ା ଏଆଇଏଡିଏମକେରୁ ଛାଡ଼ିଥିବା ନେତା ଯଥା ପନ୍ନିରସେଲଭମ୍ ଓ ଦିନାକରଣଙ୍କ ସମେତ ଅନ୍ୟାନ୍ୟ ଛୋଟ ଛୋଟ ଦଳଗୁଡିକୁ ଏନ୍‌ଡିଏ ମେଣ୍ଟରେ ସାମିଲ କରିବାକୁ ପଲାନିସ୍ବାମୀ ପରାମର୍ଶ ଦେଇଥିଲେ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଏଆଇଏଡିଏମକେ ନେତ୍ବତୃ ନେଇ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ ଓ ପନ୍ନିରସେଲଭମ୍ ଙ୍କ ମଧ୍ୟରେ ବିବାଦ ବଢି ଶେଷରେ ପନ୍ନିରସେଲଭମ ଦଳରୁ ବିତାଡିତ ହୋଇଥିଲେ ସେହିଭଳି ଦିନାକରଣ ମଧ୍ୟ ନିଜ ଦଳ ଗଠନ କରିଥିଲେ । ଏବେ ଏହି ଦୁଇ ନେତାଙ୍କ ଏନଡିଏ ମେଣ୍ଟ ଛାଡ଼ିବା ଦ୍ବାରା ଆଗାମୀ ବିଧାନସଭା ନିର୍ବାଚନକୁ ପ୍ରଭାବିତ ହେବାର ସମ୍ଭାବନା ରହିଛି । ସମ୍ଭବତଃ ଲୋକପ୍ରିୟ ଅଭିନେତା ବିଜୟଙ୍କ ନେତ୍ବତ୍ବାଧୀନ ମେଣ୍ଟରେ ଏହି ଦୁଇ ନେତା ଯୋଗ ଦେବାର ଆଶା ଅଛି ।