ଜଙ୍ଗଲ ନିଆଁକୁ ଜଗିବ ଏଆଇ: ନିଆଁ ଲଗାଇଲେ ୭ ବର୍ଷ ଜେଲ୍‌

Advertisment

ଜଙ୍ଗଲ ନିଆଁକୁ ଜଗିବ ଏ.ଆଇ । ଏବେ ସାଟେଲାଇଟ୍‌ ମ୍ୟାପ୍‌ରୁ ଜଙ୍ଗଲ ନିଆଁକୁ ଚିହ୍ନଟ କରାଯାଉଛି । ୬୦୦୦ କିଲୋମିଟର ଜଙ୍ଗଲ ନିଆଁ ରାସ୍ତା ବା ଫାୟାରଲାଇନ୍ କଟାଯାଇଛି । ଉଚ୍ଚସ୍ଥାନରେ ଜଙ୍ଗଲ ନିଆଁକୁ ରୋକିବାକୁ ଦରକାର ହେଲେ ଡ୍ରୋନ୍‌ର ସହାୟତା ନିଆଯାଇପା‌ରେ ।

ଜଙ୍ଗଲ ନିଆଁକୁ ଜଗିବ ଏ.ଆଇ । ଏବେ ସାଟେଲାଇଟ୍‌ ମ୍ୟାପ୍‌ରୁ ଜଙ୍ଗଲ ନିଆଁକୁ ଚିହ୍ନଟ କରାଯାଉଛି । ୬୦୦୦ କିଲୋମିଟର ଜଙ୍ଗଲ ନିଆଁ ରାସ୍ତା ବା ଫାୟାରଲାଇନ୍ କଟାଯାଇଛି । ଉଚ୍ଚସ୍ଥାନରେ ଜଙ୍ଗଲ ନିଆଁକୁ ରୋକିବାକୁ ଦରକାର ହେଲେ ଡ୍ରୋନ୍‌ର ସହାୟତା ନିଆଯାଇପା‌ରେ ।

Forest

Forest Photograph: (Kanak News)

କନକ ବ୍ୟୁରୋ : ଜଙ୍ଗଲ ନିଆଁକୁ ଜଗିବ ଏ.ଆଇ । ଏବେ ସାଟେଲାଇଟ୍‌ ମ୍ୟାପ୍‌ରୁ ଜଙ୍ଗଲ ନିଆଁକୁ ଚିହ୍ନଟ କରାଯାଉଛି । ୬୦୦୦ କିଲୋମିଟର ଜଙ୍ଗଲ ନିଆଁ ରାସ୍ତା ବା ଫାୟାରଲାଇନ୍ କଟାଯାଇଛି । ଉଚ୍ଚସ୍ଥାନରେ ଜଙ୍ଗଲ ନିଆଁକୁ ରୋକିବାକୁ ଦରକାର ହେଲେ ଡ୍ରୋନ୍‌ର ସହାୟତା ନିଆଯାଇପା‌ରେ । ବ୍ରହ୍ମପୁର ଆରସିସିଏଫ ବିଶ୍ଵନାଥ ନୀଳାନ୍ନଭର ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହେଲାଣି। ଏହାକୁ ନଜରରେ ରଖି ବନ ବିଭାଗ ପ୍ରସ୍ତୁତି ସାରିଛି । ବ୍ରହ୍ମପୁର ବନ ସର୍କଲ୍‌ ଅଧୀନରେ ୭ଟି ଡିଭିଜନ୍‌ ରହିଛି ।

 ଏଥିରେ ୭ଟି ଓ ଆଞ୍ଚଳିକ କାର୍ଯ୍ୟାଳୟରେ ଗୋଟିଏକୁ ମିଶାଇ ୮ଟି କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇଛି । ସେହିପରି ଜଙ୍ଗଲରେ କେହି ନିଆଁ ଲଗାଇବା ଧରାପଡ଼ିଲେ ବନବିଭାଗ ଓ ବିଏନ୍‌ଏସ୍‌ର ବିଭିନ୍ନ ଦଫାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆରସିସିଏଫ୍‌ ଚେତାଇ ଦେଇଛନ୍ତି । ସେପଟେ ଵନାଗ୍ନିକୁ ରୋକିବା ପାଇଁ ବୁଲିଲା ସଚେତନତା ରଥ । ଗ୍ରୀଷ୍ମ ଆରମ୍ଭରୁ ବିଭିନ୍ନ ଜଙ୍ଗଲରେ ବନାଗ୍ନି ବିଭୀଷିକା ଦେଖିବାକୁ ମିଳିଛି । ପତ୍ରଝଡ଼ା ପରେ ଜଙ୍ଗଲ ଗୁଡିକରେ ଗଦାଗଦା ପତ୍ର ପଡ଼ିରହିଛି । ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ବାରିପଦାରେ ସ୍ୱତନ୍ତ୍ର ସଚେତନତା ରଥ ଶୁଭାରମ୍ଭ କରାଯାଇଛି । ଗାଁ ଗାଁ ବୁଲି ଜଙ୍ଗଲ ନିଆଁର ଭୟାବହତା ବିଷୟରେ ଏହି ରଥ ଲୋକଙ୍କୁ ସଚେତନ କରାଇବ ।

ଅଧିକ ପଢନ୍ତୁ : ବାରିପଦା ବନଖଣ୍ଡରେ ଜଙ୍ଗଲ ଅଗ୍ନିକାଣ୍ଡ , ଗାଁକୁ ମାଡ଼ିଆସୁଛି ନିଆଁ ଭୟରେ ଗ୍ରାମବାସୀ

ଏହାସହ ସାଧାରଣ ଜନତାଙ୍କୁ ସତର୍କ କରାଯାଇଛି ଯେ, ଜଙ୍ଗଲରେ ନିଆଁ ଲଗାଇବା ଏକ ଅପରାଧ । ଏଥିପାଇଁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ରହିଛି । ଜଙ୍ଗଲରେ ନିଆଁ ପାଇଁ ବାରିପଦା ବନଖଣ୍ଡ ପକ୍ଷରୁ ଏକ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ଯଦି କୌଣସି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିବାର ଦେଖନ୍ତି, ତୁରନ୍ତ ୮୨୬୩୩-୭୮୪୦୦ ନମ୍ବରରେ ସୂଚନା ଦେବାକୁ ଅନୁରୋଧ କରିଛନ୍ତି ବାରିପଦା ବନଖଣ୍ଡ ଅଧିକାରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe