କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ କାଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲରେ ନିଆଁ । କେହି ଜଙ୍ଗଲରେ ନିଆଁ ଲଗାଇ ଦେଇଥିବାରୁ ଜଙ୍ଗଲ ଜଳିବାରେ ଲାଗିଛି । ଜଙ୍ଗଲରେ ନିଆଁ ମାଡ଼ିଯାଉଥିବାବେଳେ ଜଙ୍ଗଲରେ ଥିବା ବନ୍ୟ ପ୍ରାଣୀ ଓ ସରୀସୃପଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ।
ଅଧିକ ପଢନ୍ତୁ : ଜାଳିଦେଲା ଅବ୍ୟବସ୍ଥାର ନିଆଁ ! ନଷ୍ଟ ହୋଇଗଲା ୮ ଏକର ଜମିର ଫସଲ
ସେପଟେ ଜଙ୍ଗଲରେ ଗତ କିଛିଦିନ ହେବ ଅଠର ଦଳିଆ ହାତୀପଲ ରହି ଆସୁଥିବା ହେତୁ ନିଆଁ ପାଇଁ ସେମାନେ ଗାଁମୁହାଁ ହେବା ଆଶଙ୍କା କରାଯାଉଛି । ଏହାଛଡ଼ା ଜଙ୍ଗଲରେ ଥିବା ବହୁ ଔଷଧିୟ ବୃକ୍ଷ ନଷ୍ଟ ହେବା ସମ୍ଭାବନା ରହିଛି । ଖବର ପାଇ ବନବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/26/forest-2026-02-26-08-27-15.jpg)