କନକ ବ୍ୟୁରୋ: ରାଜଧାନୀ ରାଜରାସ୍ତା ଗର୍ଜିଲେ ପ୍ରାଥମିକ ଶିକ୍ଷକ । ସ୍କୁଲ ଛାଡି ଲୋୟର ପିଏମଜିରେ ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛନ୍ତି ହଜାର ହଜାର ପ୍ରାଥମିକ ଶିକ୍ଷକ । ଚାକିରି ସାଙ୍ଗକୁ ୪୨୦୦ ଗ୍ରେଡ ପେ ଭଳି ୨ ଦଫା ଦାବିରେ ରାଜରାସ୍ତାରେ ଦୀପ ଜାଳି ପ୍ରତିବାଦ କରିଛନ୍ତି । ନିଜେ ଭକ୍ତ ଓ ନିଜେ ପୂଜକ ହୋଇ ରାସ୍ତା ମଝିରେ ଦୀପ, ଧୂପକାଠି ଜାଳି କଳସ ବସେଇ ଭଗବାନଙ୍କୁ ନିଜ ଦୁଃଖ ଜଣାଇଛନ୍ତି । ଶୁକ୍ରବାରଠାରୁ ଆଜିଯାଏଁ ଅହୋରାତ୍ର ଧାରଣା ଦେବାପରେ ମଧ୍ୟ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ସରକାରଙ୍କ ପକ୍ଷରୁ କୌଣସି ଆଲୋଚନା ହୋଇନାହିଁ ।
ଅଧିକ ପଢନ୍ତୁ: ଦ୍ବିତୀୟ ଦିନରେ ଶିକ୍ଷକ ଆନ୍ଦୋଳନ : ଆନ୍ଦୋଳନରୁ ଓହରିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁରୋଧ
୨୦୧୭ରୁ ଶିକ୍ଷକମାନେ ଏଭଳି ଦାବି କରିଆସୁଛନ୍ତି । ପ୍ରତିଶ୍ରୃତି ମିଳିଥିଲେ ବି କାର୍ଯ୍ୟକାରୀ ହେଉନଥିବାରୁ ରାସ୍ତାକୁ ଓହ୍ଲାଇଛନ୍ତି । ରାଜଧାନୀରେ ହଜାର ହଜାର ପ୍ରାଥମିକ ଶିକ୍ଷକ ଏକାଠି ହେବା ପରେ ସ୍କୁଲଗୁଡିକରେ ପାଠପଢା ପ୍ରଭାବିତ ହୋଇଛି । ସେପଟେ ପ୍ରାଥମିକ ଶିକ୍ଷକଙ୍କୁ ଆନ୍ଦୋଳନରୁ ଓହିରିବା ପାଇଁ ଅନୁରୋଧ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । କହିଛନ୍ତି, ସରକାର ଶିକ୍ଷକଙ୍କ ସହ ଅଛନ୍ତି । ଦାବି ପୂରଣ ପାଇଁ ସରକାର ବିଚାର କରୁଛନ୍ତି । ଦାବି ପୂରଣ ନ ହେଲେ ଆନ୍ଦୋଳନ ଜାରି ରଖିବାକୁ ପ୍ରାଥମିକ ଶିକ୍ଷକ ଘୋଷଣା କରିଛନ୍ତି । ପ୍ରଶ୍ନ ଉଠୁଛି, ଶିକ୍ଷକଙ୍କ ଦାବି ପୂରଣ ହେବ କେବେ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/06/teacher-strike-2025-12-06-19-57-43.jpg)