କନକ ବ୍ୟୁରୋ : ହକ୍ ପାଇଁ ରାସ୍ତାରେ ଶିକ୍ଷକ । ଦୁଇ ଦିନ ହେଲା ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ଚଳାଇଥିବାବେଳେ ଆଜି ଓହ୍ଲାଇଛନ୍ତି ଆଦର୍ଶ ବିଦ୍ୟାଳୟ ଶିକ୍ଷକ । ବ୍ଲକଗ୍ରାଣ୍ଟ ହାଇସ୍କୁଲ ଶିକ୍ଷକ ବି ଆନ୍ଦୋଳନ ଚଳାଇଛନ୍ତି । ଗାନ୍ଧୀମାର୍ଗରେ ହଜାର ହଜାର ଶିକ୍ଷକ ଏକାଠି ହୋଇ ହକ୍ ପାଇଁ ଲଢ଼େଇ କରୁଛନ୍ତି । ସେପଟେ ପୂର୍ବ ସରକାରକୁ ଦୋଷ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ରାଜ୍ୟର ଭବିଷ୍ୟତ ଗଢ଼ୁଥିବା ସାରଙ୍କ ଠିକଣା ଏବେ ବଦଳି ଯାଇଛି । ପ୍ରାଥମିକ ଶିକ୍ଷକ, ଆଦର୍ଶ ବିଦ୍ୟାଳୟ ଓ ବ୍ଲକ୍ଗ୍ରାଣ୍ଟ ଶିକ୍ଷକ, ପ୍ରାୟ ସବୁ ବର୍ଗର ସାର୍ଙ୍କ ଠିକଣା ପାଲଟିଛି ଲୋୟର ପିଏମ୍ଜି । ବିଭିନ୍ନ ଦାବି ପୂରଣ ନେଇ ଚାରି ଦିନ ହେଲା ଶୀତ କାକରରେ ବସିଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ । ସମାନ କାମକୁ ସମାନ ଦରମା ସହ ୧୩ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଦର୍ଶ ବିଦ୍ୟାଳୟର ଶିକ୍ଷକ । ଗାନ୍ଧିମାର୍ଗରେ ହଜାର ହଜାର ଶିକ୍ଷକ ଓ କର୍ମଚାରୀ ବିକ୍ଷୋଭ କରିଛନ୍ତି । ସେହିପରି ବ୍ଲକ୍ ଗ୍ରାଣ୍ଟ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘ ଡାକରାରେ ହଜାର ଶିକ୍ଷକ ଓ କର୍ମଚାରୀ ଲୋୟର ପିଏମଜିରେ ଏକାଠି ହୋଇ ଶୋଭାଯାତ୍ରା କରିଛନ୍ତି ।
ଅଧିକ ପଢ଼ନ୍ତୁ : ମୁଣ୍ଡ ବିନ୍ଧାଇଲାଣି ମହିଳା ଅପରାଧ; ଦେଢ଼ ବର୍ଷରେ ୪୧ ହଜାର ମାମଲା
ସ୍କୁଲ ଛାଡ଼ି ରାସ୍ତାରେ ଶିକ୍ଷକମାନେ ବସିଥିବାବେଳେ ବିଧାନସଭାରେ ଉଠିଛି ପ୍ରସଙ୍ଗ । ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକ ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ଗୃହରେ ଦାବି କରିଛନ୍ତି । ମନ୍ତ୍ରୀ କହିଛନ୍ତି, ଶିକ୍ଷକ ସଂଘ ସହ ଆଲୋଚନା ହୋଇଛି । ସେମାନେ ହଟିବାକୁ କଥା ଦେଇଥିଲେ । ଅନ୍ୟ କାହା ପ୍ରରୋଚନାରେ ଧାରଣାରେ ବସିଛନ୍ତି । ସବୁ ଦିଗକୁ ତର୍ଜମା କରି ପଦକ୍ଷେପ ନିଆଯିବ । ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/08/adarsh-school-teachers-2025-12-08-21-38-39.jpg)