କନକ ବ୍ୟୁରୋ : ପାହାଡ଼ି ଇଲାକାରେ ବଢ଼ୁଛି ମକା ଚାଷର ଚାହିଦା କିନ୍ତୁ ଅମଳ ପରେ ଚାଷୀଙ୍କୁ ମିଳୁନି ଉପଯୁକ୍ତ ମୂଲ୍ୟ । ଚାଷୀଙ୍କ ଚିନ୍ତା ବଢ଼ାଉଛି, ମକାର ଅଭାବୀ ବିକ୍ରି , କ୍ଷତି ସହୁଛନ୍ତି ଚାଷୀ । ଚିନ୍ତାରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳର ମକା ଚାଷୀ । ଉପାନ୍ତ ଅଞ୍ଚଳରେ ମକାଚାଷୀଙ୍କ ଚିନ୍ତା ଦିନକୁ ଦିନ ବଢ଼ିଚାଲିଛି । ମକା ଚାଷ କରି ଲାଭବାନ ହେବାର ଆଶା ଏବେ ସେମାନଙ୍କର ମଉଳିଯାଉଛି । ମଣ୍ଡି ଖୋଲିନଥିବାରୁ ଉତ୍ପାଦନ କରିଥିବା ମକାକୁ ଉଚିତ ଦରରେ ବିକ୍ରି କରି ପାରୁନାହାଁନ୍ତି ଚାଷୀ । ଆଉ ଏହାର ସୁଯୋଗ ନେଇ ମାଲାମାଲ ହେଉଛନ୍ତି ଦଲାଲ । ଉପାନ୍ତ ଅଞ୍ଚଳର ଲୋକେ ପାରମ୍ପରିକ ଚାଷ କାମରୁ ଧୀରେ ଧୀରେ ବିଭିନ୍ନ ଅର୍ଥକାରୀ ଫସଲ ଆଡ଼କୁ ମୁହାଁଉଛନ୍ତି ।
ମକା ବିହନ କିଣି ଚାରା ପ୍ରସ୍ତୁତ କରି ଜମିରେ ଲଗାଇବାର ୭୦ ରୁ ୮୦ ଦିନ ପରେ ବିକ୍ରି ପାଇଁ ଉପଯୋଗୀ ହେଉ ଥିବାରୁ ମକାଚାଷ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି । କିନ୍ତୁ ଫସଲ ଅମଳ ହେଲାପରେ ବିକ୍ରି ସମସ୍ୟା ଚାଷୀଙ୍କୁ ଚିନ୍ତାରେ ପକାଉଛି । କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ସୀମାନ୍ତରେ ଥିବା ଜୟପାଟଣା ବ୍ଲକର ଭାଲୁଜୋର ଗାଁରେ ଜଳସେଚନ ଅଭାବରୁ ଅଧିକାଂଶ ଚାଷୀ ମକା ଚାଷକୁ ବିକଳ୍ପ ଭାବେ ଚୟନ କରିଛନ୍ତି । ହେଲେ ମଣ୍ଡି ନଥିବାରୁ ଅମଳ ହୋଇଥିବା ମକାକୁ ଅଭାବୀ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।
ଅଧିକ ପଢ଼ନ୍ତୁ--ମାଓବାଦୀଙ୍କୁ ଘାରିଲାଣି ଏନ୍କାଉଣ୍ଟର ଭୟ ; ଆତ୍ମସମର୍ପଣ ପାଇଁ ଫେବ୍ରୁଆରି ୧୫ ଯାଏଁ ମାଗଲେ ସମୟ
ସେପଟେ ପଡ଼ୋଶୀ ନବରଙ୍ଗପୁର ଜିଲ୍ଲାରେ ରହିଛି ମକା ମଣ୍ଡିର ବ୍ୟବସ୍ଥା। କଳାହାଣ୍ଡିରେ ବି ଏବେ ଧାନ, କପା ପରେ ଚାଷୀ ହଜାର ହଜାର ହେକ୍ଟର ଜମିରେ ମକା ଚାଷ କରୁଛନ୍ତି ଚାଷୀ। ମକାର ଅମଳ ସମୟ ଆସିଗଲେ ଗାଁ ମୁହାଁ ହୋଇଯାଉଛନ୍ତି ଦଲାଲ। ଯେଉଁ ମକାକୁ କ୍ୱିଂଟାଲ ପିଛା ୨୨ ଶହରୁ ୨୩ଶହ ଟଙ୍କାରେ ଚାଷୀ ବିକ୍ରି କରିବା କଥା ତାହା ମଣ୍ଡି ଅଭାବରୁ ୧୫ଶହ ରୁ ୧୭ଶହ ଟଙ୍କାରେ ଦଲାଲଙ୍କ ହାତକୁ ଟେକି ଦେଉଛି। ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଓ ଛତିଶଗଡ଼ର ବଜାରରେ ମକାର ଉଚିତ ମୂଲ୍ୟ ଥିବାରୁ କମ୍ ଦରରେ ଚାଷୀଙ୍କ ଠାରୁ କିଣିନେଇ ଲାଭବାନ ହେଉଛନ୍ତି ଦଲାଲ। ଅଞ୍ଚଳରେ ମଣ୍ଡିର ବ୍ୟବସ୍ଥା ନ ଥିବାରୁ ରାଜ୍ୟବାହାରକୁ ଚାଲାଣ ହୋଇଯାଉଛି ଓଡ଼ିଶା ମକା। ଏଭଳି ସ୍ଥିତିରେ ମକା ଚାଷ କରିବ କି ନାହିଁ, ଭାବିବାକୁ ବାଧ୍ୟ ହୋଇଛି ଚାଷୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/25/maize-2025-11-25-16-50-55.jpg)